ଅମ୍ଫନ ବାତ୍ୟାର ପୂର୍ବ ରାତିର ପ୍ରତି ମିନିଟ୍ ବଢ଼ାଇଥିଲା ଅଧିକାରୀମାନଙ୍କ ଟେନସନ୍

ରାତି ସାରା ଚଳଚଞ୍ଚଳ ଥିଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଫିସ । ଗୋଟିଏ ପରେ ଗୋଟିଏ ବୈଠକ ରାତି ତମାମ ଚାଲିଥିଲା ଓ ବିଭିନ୍ନ ଜିଲ୍ଲାରୁ ତଥ୍ୟ ସଂଗ୍ରହ କରାଯାଉଥିଲା । ବାତ୍ୟାର ଦିଗ ଓ ଗତି ଉପରେ ନଜର ଥିଲା ।

ଅମ୍ଫନ ବାତ୍ୟାର ପୂର୍ବ ରାତିର ପ୍ରତି ମିନିଟ୍ ବଢ଼ାଇଥିଲା ଅଧିକାରୀମାନଙ୍କ ଟେନସନ୍
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ଉପରୁ ବାତ୍ୟା ବିପଦ ଟଳିଛି । ଯାହା ଆଶଙ୍କା କରାଯାଉଥିଲା ସେପରି କ୍ଷୟକ୍ଷତି ଘଟାଇ ନ ଥିଲେ ବି ୪ଟି ଜିଲ୍ଲାରେ – ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର – ବଡ଼ ବଡ଼ ଗଛ ଭାଙ୍ଗିବା ସହ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଅନେକ କଚ୍ଚା ଘର  ମାଟିରେ ମିଶିଯାଇଛି । ଜିଲ୍ଲା ସ୍ତରରେ ଆକଳନ ଜାରି ରହିଥିଲେ ବି ପ୍ରାରମ୍ଭିକ ଭାବେ  ୮୯ଟି ବ୍ଲକର ୧,୫୦୦ଟି ପଞ୍ଚାୟତର ପ୍ରାୟ ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ସ୍ଥିତି ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । କିନ୍ତୁ ବାତ୍ୟା ଦିନ ଅର୍ଥାତ ୨୦ ତାରିଖ ଓ ବାତ୍ୟା ପୂର୍ବ ଦିନ ରାତି ସରକାରଙ୍କ ପାଇଁ ଟେନସନ୍‌ ବଢ଼ାଇଥିଲା । ଏହାକୁ ବୟାନ କରିଛନ୍ତି ବାତ୍ୟା ମୁକବିଲାରେ ମଙ୍ଗୁଆଳ ସାଜିଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ତାଙ୍କ କହିବା ଅନୁସାରେ ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂରା ସଜାଗ ରହିଥିଲା ପ୍ରଶାସନ । ପ୍ରଭାବିତ ହେବା ଆଶଙ୍କା ଥିବା ୧୨ଟି ଜିଲ୍ଲା ଓ ବିଶେଶତଃ ୪ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲେ ସରକାର । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରିବା ସହ ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ କରିବା ଏନଡିଆରଏଫ ଓ ଓଡ୍ରାଫ ମୁତୟନକୁ ଦିଆଯାଇଥିଲା ପ୍ରାଥମିକତା । ରାତାରାତି ଦୁଇ ଲକ୍ଷ ଲୋକଙ୍କୁ ସ୍ଥାନନ୍ତରଣ କରାଯାଇଥିଲା ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା


ଆଇଏମଡିର ପୂର୍ବାନୁମାନ ଅନୁସାରେ ସବୁ କାର୍ଯ୍ୟ ଚାଲିଥିବା ବେଳେ ବାତ୍ୟା ପୂର୍ବ ଦିନ ରାତି ବଢାଇଥିଲା ଟେନସନ । ପୂରା ଚଳଚଞ୍ଚଳ ହୋଇଥିଲା ଏସଆରସି ଅଫିସ । ଗୋଟିଏ ପରେ ଗୋଟିଏ ବୈଠକ ରାତି ତମାମ ଚାଲିଥିଲା ଓ ବିଭିନ୍ନ ଜିଲ୍ଲାରୁ ତଥ୍ୟ ସଂଗ୍ରହ କରାଯାଉଥିଲା । ଏପରିକି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବିଳମ୍ବିତ ରାତ୍ରିରେ ଏସଆରସି ଅଫିସରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସରେ କଥା ହୋଇଥିଲେ । କେତେବେଳେ ଜିଲ୍ଲାପାଳ ତ କେତେବେଳେ ଏସପି ମାଗୁଥିଲେ ପରାମର୍ଶ । ପ୍ରତିଟି କ୍ଷଣ ଜିଲ୍ଲା ସହିତ ଯୋଗାଯୋଗ  ସ୍ଥାପନରେ ରହୁଥିଲା ଏସଆରସି କାର୍ଯ୍ୟାଳୟ । ଏପରିକି ଗଣମାଧ୍ୟମକୁ ରାତିସାରା ତଥ୍ୟ ଦେଉଥିଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସକାଳୁ ସକାଳୁ ପୁଣି ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଓ  5T ସଚିବ ଭି.କେ. ପାଣ୍ଡିଆନ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି: ‘‘ଆଇଏମଡ଼ି ପୂର୍ବାନୁମାନ ଅନୁସାରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ କିଛି ଅନ୍ୟ କିଛି ମଡେଲ ଟେନସନ ବଢାଇଥିଲା । ବାତ୍ୟାର ଦିଗ କେତେବେଳେ ସାମାନ୍ୟ ଏପଟ ସେପଟ ହେବା ଚିନ୍ତାରେ ପକାଇଥିଲା । କେତେବେଳେ ସାମାନ୍ୟ ଓଡ଼ିଶା ମୁହାଁ ହେଉଥିଲା ତ ପୁଣି ଦିଗ ବଦଳୁଥିଲା ଯାହାକି ଚିନ୍ତା ବଢାଇଥିଲା । ଆଇଏମଡି ମଡେଲ ଉପରେ  ସମ୍ପୂର୍ଣ୍ଣ ଭରସା ଥିଲା, କିନ୍ତୁ ଜିଲ୍ଲାପାଳମାନଙ୍କୁ ରାତିରେ ୨ରୁ ୩ ଥର କଥା ହେବା ସହ ପ୍ରସ୍ତୁତି ବଢାଇବା ପାଇଁ କହିଥିଲି । ଆଇଏମଡି ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ମଧ୍ୟ ବାରମ୍ବାର କଥା ହେଉଥିଲି । ସେ ଆଇଏମଡି ପୂର୍ବାନୁମାନ ସତ ହେବ କହି ବାରମ୍ବାର ଆଶ୍ୱାସନା ଦେଉଥିଲେ । ଶେଷରେ ସତ ଆଇଏଡି ମଡେଲ ସତ ହୋଇଥିଲା ।’’

ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ କି ସ୍ଵତନ୍ତ୍ର ରିଲିଫ କମିଶନର ଭାବେ ବାତ୍ୟା ପରିଚାଳନା ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କ ପାଇଁ ନୂଆ ନୁହେଁ । କିନ୍ତୁ କୋଭିଡ ସାଙ୍ଗକୁ  ବାତ୍ୟା ପରିଚାଳନା ପ୍ରଶାସନ ପାଇଁ ଥିଲା ସ୍ୱତନ୍ତ୍ର ଅନୁଭୂତି । ଶେଷରେ ସଫଳ ମଧ୍ୟ ହୋଇଥିଲା ପ୍ରଶାସନ ।

ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତ ସମୟରେ ପ୍ରଧାନ ମନ୍ତ୍ରୀ  ବାତ୍ୟା ସମୟରେ ମୁଖ୍ୟ ମନ୍ତ୍ରୀ ଓ ଓଡିଶା ବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ବିପର୍ଯ୍ୟୟ ସମୟରେ  ଜୀବନ ବଞ୍ଚାଇବା ପାଇଁ ସରକାରଙ୍କ ପଦକ୍ଷେପକୁ ବି ପ୍ରଶଂସା କରିଥିଲେ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 6:33 PM IST
corona virus btn
corona virus btn
Loading