ରୂପା ଗ୍ଲାସରେ ପାଣି ପିଉଥିଲେ ଓଡ଼ିଶାର ଏହି ଅଧିକାରୀ; ରେଡ଼ରେ ବାହାରିଲା ଅନେକ କଳା ଧନ

ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରାଙ୍କ ଘରୁ ମୋଟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଛି । ଚାଲିଥିବା ଅନୁସନ୍ଧାନରୁ ଆହୁରି ଅନେକ ତଥ୍ୟ ଓ ସମ୍ପତ୍ତି ସାମନାକୁ ଆସୁଛି ।

ରୂପା ଗ୍ଲାସରେ ପାଣି ପିଉଥିଲେ ଓଡ଼ିଶାର ଏହି ଅଧିକାରୀ; ରେଡ଼ରେ ବାହାରିଲା ଅନେକ କଳା ଧନ
ରମେଶ ଚନ୍ଦ୍ର ବେହେରା; (ଡାହାଣ) ତାଙ୍କ ଘରୁ ଜବତ ହୋଇଥିବା ସୁନାରୂପା
  • News18 Odia
  • Last Updated: September 3, 2020, 11:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସପରିବାର ବହୁ ଥର ବିଦେଶ ଯାଇ ଲକ୍ଷାଧିକ ଟଙ୍କା ଉଡ଼ାଉଥିଲେ ଫ୍ୟାକ୍ଟରିଜ୍‌ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ଏବେ ଆୟବହିର୍ଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସେ ।

ଭୁବନେଶ୍ୱରରେ ଥିବା ତାଙ୍କ ଘର ଓ ଅଫିସ ସମେତ ମୋଟ ସାତଟି ଜାଗାରେ ରେଡ କରିଛି ଭିଜିଲାନ୍ସ । ୬୦୦ ଗ୍ରାମ୍‌ ସୁନା, ରୂପା ଗ୍ଳାସ ଓ ଲକ୍ଷାଧିକ ଟଙ୍କା ସମେତ ମୋଟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏହି କରିତକର୍ମା ଅଫିସର ରୂପା ଗ୍ଲାସରେ ପାଣି ପିଉଥିଲେ। ପ୍ଲାଷ୍ଟିକ, ସିଲଭର,ଷ୍ଟିଲ କି ତମ୍ବା ଗ୍ଲାସରେ ନୁହେଁ, ରୂପା ଗ୍ଲାସରେ ପାଣି ପିଇବା ତାଙ୍କର ଅଭ୍ୟାସ ଥିଲା ।

କେବଳ ସେତିକି ନୁହେଁ ରୁଷ, ସିଙ୍ଗାପୁର ଓ ଚୀନ ଯାଇ ଲକ୍ଷାଧିକ ଟଙ୍କା ଉଡ଼ାଇବା ସହ ଅଏସ କରୁଥିଲେ ରମେଶ ଚନ୍ଦ୍ର ବେହେରା । ଭିଜିଲାନ୍ସ ବିଭାଗର ୫୦ ଜଣ ଅଧିକାରୀ ସାତଟି ଟିମରେ ବାଣ୍ଟି ହୋଇ ସାତଟି ଜାଗାରେ ରେଡ କରିଥିଲେ । କଟକ, ଭୁବନେଶ୍ୱର, ରାୟଗଡ଼ା ଓ ଯାଜପୁର ସମେତ ଦୁଇଟି ଅଫିସରେ ବି ଛାନଭିନ କରିଥିଲା ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ବିଭାଗର ୫୦ ଜଣ ଅଧିକାରୀ ସାତଟି ଜାଗାରେ ରେଡ କରିଥିଲେ ।


ମିଳିଥିବା ତଥ୍ୟ ଅନୁସାରେ ରମେଶଙ୍କର ଭୁବନେଶ୍ୱରର ବୀପୁଲ ଗାର୍ଡେନ ସମେତ କୁଆଁର୍ଦା ଓ ପୁଡୁଚେରୀରେ ଘର ରହିଛି ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ବିପୁଲ ଗାର୍ଡେନରେ ଥିବା ୫୦୧ ନମ୍ବର ଫ୍ଲାଟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ପାସ ବୁକ, ପାସପୋର୍ଟ୍‌ ଓ ବ୍ୟାଙ୍କ ବଣ୍ଡ ଆଦି ଜବତ ହୋଇଛି । ଏହି ସବୁ ଆର୍ଥିକ ଡକ୍ୟୁମେଣ୍ଟର ମୂଲ୍ୟାୟନ ଏ ପର୍ଯ୍ୟନ୍ତ ହୋଇନି ।



ଭିଜିଲାନ୍ସ ଡିଏସପି ଅକ୍ଷୟ ମିଶ୍ର କହିଛନ୍ତି, ‘‘ବହୁ ଦିନ ଆଗରୁ ରମେଶଙ୍କ ବିରୋଧରେ ଅଭିଯୋଗ ଥିଲା । ଏ ନେଇ ଭିଜିଲାନ୍ସ ମଧ୍ୟ ତାଙ୍କ ଉପରେ କଡ଼ା ନଜର ରଖିଥିଲା । ତାଙ୍କର ଗତିବିଧି ଓ ସେ କାହା କାହା ସହିତ ମିଳାମିଶା କରୁଛନ୍ତି ତା’ ଉପରେ ତୀକ୍ଷ୍ଣ ନଜର ରହିଥିଲା । ଏବେ ମାତ୍ର ଦେଢ଼ କୋଟି ଟଙ୍କାର ସଂପତ୍ତି ଠାବ ହୋଇଛି । ଆହୁରି ଅନୁସନ୍ଧାନ ବାକି ଅଛି । ଆଗକୁ ତାଙ୍କର ଆଉ କେଉଁଠି କେଉଁଠି ସମ୍ପତ୍ତି ଅଛି ତା’ର ବି ଖୋଳତାଡ କରାଯାଉଛି ।’’
Published by: Anand Shankar Thankur Das
First published: September 3, 2020, 11:01 PM IST
corona virus btn
corona virus btn
Loading