କଂଗ୍ରେସ ଫୋକସରେ ନାହିଁ ଓଡ଼ିଶା; ଯେଉଁଠି କଂଗ୍ରେସ ଦୁର୍ବଳ ସେଠାକୁ ଯିବେନି ରାହୁଲ

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ଓଡ଼ିଶା ନାହିଁ । ଯେଉଁ ସବୁ ରାଜ୍ୟରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ସେହି ରାଜ୍ୟ ଗୁଡ଼ିକରେ ରାହୁଲ ତାଙ୍କ ଭାରତ ଯୋଡ ଯାତ୍ରା କରୁଛନ୍ତି ।

କଂଗ୍ରେସ ଫୋକସରେ ନାହିଁ ଓଡ଼ିଶା; ଯେଉଁଠି କଂଗ୍ରେସ ଦୁର୍ବଳ ସେଠାକୁ ଯିବେନି ରାହୁଲ

କଂଗ୍ରେସ ଫୋକସରେ ନାହିଁ ଓଡ଼ିଶା; ଯେଉଁଠି କଂଗ୍ରେସ ଦୁର୍ବଳ ସେଠାକୁ ଯିବେନି ରାହୁଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଅଲାରପୁର; ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ଓଡ଼ିଶା ନାହିଁ । ଯେଉଁ ସବୁ ରାଜ୍ୟରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ସେହି ରାଜ୍ୟ ଗୁଡ଼ିକରେ ରାହୁଲ ଭାରତ ଯୋଡ ଯାତ୍ରା କରୁଛନ୍ତି । ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାର ସମ୍ଭାବନା କମ୍ ସେହି ରାଜ୍ୟଗୁଡିକୁ ରାହୁଲଙ୍କ ଭାରତ ଯୋଗ ଯାତ୍ରାରେ ସାମିଲ କରାଯାଇନାହିଁ ।

ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ କାଶ୍ମୀରରୁ କନ୍ୟା କୁମାରୀ ଯାଏ ୧୨ଟି ରାଜ୍ୟ ରହିଛି । ତେବେ ଅନ୍ୟ ରାଜ୍ୟରେ ଭାରତ ଯୋଡ ଯାତ୍ରା ହେବ କିନ୍ତୁ ରାହୁଲ ରହିବେନି । ଏହିକ୍ରମରେ ଓଡ଼ିଶା ଆସି ବିଜେଡି ଉପରେ ବର୍ଷିଛନ୍ତି ଦୁଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଜୟରାମ ରମେଶ । ପିସିସି ସଭାପତି କହିଛନ୍ତି ଭୈଗଳିକ ଦୃଷ୍ଟିକୋଣରୁ ଏବଂ ସୁରକ୍ଷା ଦୃଷ୍ଟିରୁ ୧୨ଟି ଜିଲ୍ଲାକୁ ଏହି ଯାତ୍ରାରେ ସାମିଲ କରାଯାଇଛି । ବିଜେପି ଓ ବିଜେଡ଼ି କହିଛନ୍ତି ଭାରତ ଯୋଡ ଯାତ୍ରାର କୈାଣସି ପ୍ରଭାବ ପଡ଼ିବ ନାହିଁ ।

ତାମିଲନାଡୁର ପେରମ୍ପପୁଦରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କନ୍ୟା କୁମାରୀ ଯାଏ ଯିବ । ରାହୁଲ ସବୁଠୁ ଅଧିକ ସମୟ ଦେଉଛନ୍ତି କେରଳରେ । କେରଳରେ ୧୮ଦିନ ଧରି ଅନୁଷ୍ଠିତ ହେବ ଭାରତ ଯୋଗ ଯାତ୍ରା । ତେବେ କାହିଁକି କେରଳରେ ଅଧିକ ସମୟ ହେବ ତାକୁ ନେଇ ଆରମ୍ଭ ହୋଇଛି ତର୍କବିତର୍କ । କେରଳରେ ଗତଥର କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ କ୍ଷମତା ଦଖଲ କରିପାରିଲା ନାହିଁ । ବହୁତ ଦିନ ପରେ ଗୋଟିଏ ମେଣ୍ଟ ଦୁଇଥର ଶାସନ କ୍ଷମତା ବଜାୟ ରଖିଲା । ରାହୁଲ କେରଳର ସାଂସଦ । କେରଳରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳର ଭାଗ୍ୟ ବଦଳାଇବା ପାଇଁ ରାହୁଲ ଲମ୍ବା ଯାତ୍ରା ନିଷ୍ପତ୍ତି ନେଇଥାଇପାରନ୍ତି । ଯେଉଁ ରାଜ୍ୟରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ସେହି ରାଜ୍ୟରେ ଭାରତ ଯୋଗ ଯାତ୍ରା କରୁ ନାହାନ୍ତି ରାହୁଲ । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ । ଉତ୍ତର ପ୍ରଦେଶର କେବଳ ବୁନ୍ଦେଲ ସହର ଦେଇ ନାମକୁ ମାତ୍ର ଯିବ ଯାତ୍ରା ।

ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି "ରାହୁଲଙ୍କ ଭାରତ ଯୋଡ ଯାତ୍ରାରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେଉଁ ଯେଉଁ ରାଜ୍ୟରେ କଂଗ୍ରେସର କିଛି କିଛି ଅସ୍ତିତ୍ୱ ରହିଛି ସେହି ରାଜ୍ୟ ଗୁଡ଼ିକ ରାହୁଲ ପରିକ୍ରମା କରୁଛନ୍ତି । ଅନ୍ୟ ରାଜ୍ୟରେ କୈାଣସି ଆଶା ନଥିବାରୁ ରାହୁଲ ସେଠିକି ଆସୁନାହାନ୍ତି । ଯେତେବେଳେ ନିର୍ବାଚନ ସରିବ ତାପରେ ହୁଏତ କିଛି ରଣନୀତି ପ୍ରସ୍ତୁତ ହୋଇପାରେ । ଓଡ଼ିଶା ଭଳି ଅତ୍ୟନ୍ତ ଦୁର୍ବଳ ରାଜ୍ୟ ଉପରେ  ଗୁରୁତ୍ୱ ଦେବାକୁ ପଡ଼ିବ, ନୂଆ ରଣନୀତି ଆପଣାଇବାକୁ ପଡ଼ିବ । କଂଗ୍ରେସ ନେତୃତ୍ୱକୁ ନେଇ ଅସନ୍ତୋଷ ବଢୁଛି । ବିପର୍ଯ୍ୟସ୍ତ ଭିତରେ କଂଗ୍ରେସ ଗତି କରୁଛି । ଅସନ୍ତୋଷକୁ ପ୍ରଶମିତ କରିବା ଦିଗରେ ଭାରତ ଯୋଡ଼ ଯାତ୍ରା ନୂଆ ନେତୃତ୍ୱ ଦେବ।"

ରାହୁଲଙ୍କ ସ୍କିମରେ ଓଡ଼ିଶା ନାହିଁ । ଗତ ପାଞ୍ଚଟି ନିର୍ବାଚନରେ କଂଗ୍ରେସ ହାରି ଆସୁଛି  । ମୁଖ୍ୟ ବିରୋଧୀ ଦଳରେ ବି ନାହିଁ । ରାଜ୍ୟ କଂଗ୍ରେସର ୯ ରୁ ୯୦, ସ୍ଲୋଗାନ ପଛରେ ହାଇକମାଣ୍ଡଙ୍କ ଅନୁମୋଦନ ନଥିବା ଭଳି ମନେ ହେଉଛି । ଭାରତ ଯୋଡ଼ ଯାତ୍ରା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ବହୁଲୋକ ବହୁ କଥା କହିବେ । ଏହା ସତ ନୁହେଁ । ସତ ହେଉଛି ଭୈଗଳିକ ଦୃଷ୍ଟିକୋଣରୁ ଏବଂ ସୁରକ୍ଷା ଗତ କାରଣରୁ ୧୨ଟି ରାଜ୍ୟରେ ରାହୁଲ ଯାତ୍ରା କରିଛନ୍ତି । ହାରିବା ଜିତିବାରେ କିଛି ନାହିଁ । ରାହୁଲଙ୍କ ଫୋକସ ସବୁ ରାଜ୍ୟ ଉପରେ ରହିଛି । ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଏହାର କୈାଣସି ପ୍ରଭାବ ପଡ଼ିବନି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଜାତୀୟ ଦଳ ନେତା ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଆସିଥାନ୍ତି । ବିଜେଡି ସବୁବେଳେ ଲୋକଙ୍କ ସହିତ ଅଛି । ଲୋକଙ୍କ ଆଶୀର୍ବାଦ ବିଜେଡି ଉପରେ ରହିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି "ରାହୁଲ ଗାନ୍ଧି କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି । ଯେଉଁ ରାଜ୍ୟକୁ ଯାଇପାରୁ ନାହାନ୍ତି ସେ ରାଜ୍ୟରେ ପଦଯାତ୍ରା କରିବାକୁ ସ୍ଥିର ହୋଇଛି ।  ଯେଉଁ ରାଜ୍ୟକୁ ରାହୁଲ ଗସ୍ତ କରିବେ ନାହିଁ ସେହି ରାଜ୍ୟରେ ଜୟରାମ ରମେଶ ଏବଂ ଦିଗ ବିଜୟ ସିଂହ ଯାତ୍ରାର ନେତୃତ୍ୱ ନେଇ ଯାତ୍ରା କରିପାରନ୍ତି । ଆସାମ, ବିହାର, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶାରେ ରାଜ୍ୟ ସଙ୍ଗଠନ ଗୁଡିକୁ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ଯୋଡିବାକୁ ଚେଷ୍ଟା କରିବେ ।
Published by:Soubhagya Mishra
First published: