ଓଡ଼ିଶା ନିର୍ମାଣ ନିଗମ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ଦଶମ ଦିନରେ ପହଞ୍ଚିଲା

ଏହି ଆଉଟ୍ ସୋର୍ସିଂ କର୍ମଚାରୀମାନେ ଗତ ୧୯ ତାରିଖରୁ ସେଣ୍ଟ୍ରାଲ ୱର୍କସପ ଆଗରେ ଧାରଣାରେ ବସି ଆସୁଛନ୍ତି। କର୍ମଚାରୀଙ୍କ ଧାରଣା ଦଶମ ଦିନରେ ପହଞ୍ଚିଛି।

ଓଡ଼ିଶା ନିର୍ମାଣ ନିଗମ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ଦଶମ ଦିନରେ ପହଞ୍ଚିଲା

ଓଡ଼ିଶା ନିର୍ମାଣ ନିଗମ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ଦଶମ ଦିନରେ ପହଞ୍ଚିଲା

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶା ନିର୍ମାଣ ନିଗମ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ଦଶମ ଦିନରେ ପହଞ୍ଚିଛି। ଅସହ୍ୟ ଖରାରେ ଏହି କର୍ମଚାରୀମାନେ ଧାରଣାରେ ବସି ରହିଥିଲେ ମଧ୍ୟ ଏଯାବତ ବିଭାଗ ତରଫରୁ ଆନ୍ଦୋଳନରତ କର୍ମଚାରୀମାନଙ୍କ ସହିତ କୈାଣସି ଆଲୋଚନା କରାଯାଇନାହିଁ।

ଏହି ଆଉଟ୍ ସୋର୍ସିଂ କର୍ମଚାରୀମାନେ ଗତ ୧୯ ତାରିଖରୁ ସେଣ୍ଟ୍ରାଲ ୱର୍କସପ ଆଗରେ ଧାରଣାରେ ବସି ଆସୁଛନ୍ତି। ଆଉଟ ସୋର୍ସିଂରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ,ଓ ଇଞ୍ଜିନିୟରମାନଙ୍କୁ କ୍ୟାଡ଼ର ଯୁକ୍ତ କରାଯାଉ, କୁଶଳୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୭ ହଜାର କରାଯାଉ, ଏହା ସହିତ ସମସ୍ତ ସରକାରୀ ଛୁଟି ପ୍ରଦାନ କରାଯାଉ।

ଏଭଳି ୬ ଦଫା ଦାବି ନେଇ ଏହି ଠିକା କର୍ମଚାରୀମାନେ ଧାରଣାରେ ବସି ରହିଛନ୍ତି। ଓଡ଼ିଶା ନିର୍ମାଣ ନିଗମର ଅବସର ପ୍ରାପ୍ତ କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଓଡ଼ିଶା ନିର୍ମାଣ ନିଗମ ଜଳ ସମ୍ପଦ ବିଭାଗ ଅଧିନରେ କାର୍ଯ୍ୟ କରୁଛି। ଏହା ଭାରତର ସର୍ବପୁରାତନ ସଂସ୍ଥା।

ମେ ୨୨ ତାରିଖରେ ସଂସ୍ଥା ୬୦ ବର୍ଷ ପୂର୍ତ୍ତି ପାଳନ କରିଛି। ଚଳିତ ବର୍ଷ ନିଜ ଲାଭାଂଶରୁ ୧୪.୭୫,କୋଟି ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛି। ତେବେ ଏହି ସର୍ବ ପୁରାତନ ସଂସ୍ଥାଟି ନିଜ ଠିକା କର୍ମଚାରୀଙ୍କ ପ୍ରତି ଅସାହୟ ମନୋଭାବ ପ୍ରଦର୍ଶନକୁ ସମସ୍ତେ ନିନ୍ଦା କରିଛନ୍ତି।

ଓସିସିର ପୂର୍ବତନ ବରିଷ୍ଠ କର୍ମଚାରୀ ଅବନୀ ଚନ୍ଦ ଦାସ କହିଛନ୍ତି ଯେ ୫ଟି ଆଦର୍ଶର ଅନୁଗାମୀ ହେବାକୁ ଆହ୍ୱାନ ଦେଇ ଓସିସିକୁ ଏକ ବିକାଶଶୀଳ ଉଦ୍ୟୋଗଭାବରେ ପରିଚିତ କରିବାର ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ଓସିସି କର୍ତ୍ତୃପକ୍ଷଙ୍କ ଏପ୍ରକାର ବିଭ୍ରାନ୍ତିକର ବିଚାରଧାରାର ସ୍ୱଚ୍ଛତା ପରୀକ୍ଷା କରିବେ କି? କେବଳ ଇଞ୍ଜିନିୟରିଂ କ୍ୟାର୍ଡର ନୁହେଁ, ପ୍ରାୟ ଏହି ସଂସ୍ଥାରେ ଥିବା ସବୁ ପଦବୀର ବିହିତ କ୍ୟାର୍ଡର ସୃଷ୍ଟି କରାଯିବା ପ୍ରକ୍ରିୟା ପ୍ରାୟ ୨୦୧୫ ମସିହାରୁ ଆରମ୍ଭ ହୋଇଛି ସତ, କିନ୍ତୁ କୌଣସି ସ୍ଥିର ସିଦ୍ଧାନ୍ତରେ ନିଷ୍ପତ୍ତି ନିଆଯାଇ ପାରୁନାହିଁ।

ଏଥିପାଇଁ ଓସିସି ନିର୍ଦ୍ଦେଶକ ମଣ୍ଡଳୀ ଏକ ମାନବ ସମ୍ବଳ କମିଟି ଗଠନ କରିଛନ୍ତି। କିନ୍ତୁ ବିଗତ ୭ ବର୍ଷ ମଧ୍ୟରେ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ବାହାରି ନଥିବାବେଳେ କେବଳ ସଂସ୍ଥା ପ୍ରାରମ୍ଭକାଳରୁ ରହିଥିବା ଅନେକ ଆବଶ୍ୟକୀୟ ପଦବୀ ଯୁକ୍ତ କ୍ୟାର୍ଡ଼ର୍‌କୁ ଉଚ୍ଛେଦ କରିବା ପାଇଁ କମିଟି ସୁପାରିଶ କରିଥିବା ଶୁଣାଯାଉଛ। ଚତୁର୍ଥରେ ଓସିସି ନିଜସ୍ୱ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରୟୋଗ କରି ନିଜ ମାନବ ସମ୍ବଳ ବିନିଯୋଗ କରି କୌଣସି ଗୋଟିଏ ନିର୍ମାଣ ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାପ୍ତ କରିପାରିଥିବା ନଜରକୁ ଆସେ ନାହିଁ । ଅତଏବ, ଏହାର କାର୍ଯ୍ୟ ଦକ୍ଷତା ଓ ମୂଳ ଲକ୍ଷ୍ୟ ପୂରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉ ନାହିଁ କି? ପରିଚାଳନାଗତ ଅପରିଣାମଦର୍ଶିତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଇପାରେ।

ସଂସ୍ଥା ପ୍ରତି ଆନୁଗତ୍ୟ ନଥିବା ବ୍ୟକ୍ତି ବେଳେ ବେଳେ ଉଚ୍ଚ ପଦବୀରେ ରହି ଅଯଥା ଅହଙ୍କାରରେ କ୍ଷମତାର ଦୁରୁପଯୋଗ କରି ବସେ, ଅପବ୍ୟାୟ, ଅନ୍ୟର ଅହିତ ଅଥବା ସଂସ୍ଥାର କ୍ଷତି ପହଞ୍ଚାଇବାକୁ କୁଣ୍ଠାବୋଧ କରେ ନାହିଁ। ଆଲୋଚ୍ୟ ପ୍ରସଙ୍ଗରେ ତାହା ହିଁ ଘଟିଛି ବୋଲି ପ୍ରତୀୟମାନ ହୁଏ। ଓସିସି ଏବେ ବୁଢ଼ା ହୋଇଛି। ବୟସର ପରିପକ୍ୱ ଅଭିଜ୍ଞତା ଓ ରାଜ୍ୟ ସରକାରଙ୍କ ୫ଟି ଆଦର୍ଶ ଆଧାରରେ ମାନବ ସମ୍ବଳ ଓ ଯନ୍ତ୍ରପାତି ଆଦିର ସୁବିନିଯୋଗ ହେଉ। ସ୍ୱଚ୍ଛତା ବଜାୟ ରହୁ। ସର୍ବୋପରି, ଓସିସି ୬୦ ବର୍ଷ ମଧ୍ୟରେ ଅର୍ଜନ କରିଥିବା ପରିପକ୍ୱ ଅଭିଜ୍ଞତା, ଜ୍ଞାନ କୌଶଳ, କାର୍ଯ୍ୟଦକ୍ଷତା ଦୂରଦର୍ଶୀ ବିଜୁବାବୁଙ୍କ ଆଧୁନିକ ଓଡ଼ିଶା ନିର୍ମାଣରପରୀମାପକ ସାବ୍ୟସ୍ତ ହେଉ।
Published by:Lipina Das
First published: