ଆସୁଛି କେନ୍ଦ୍ର ବଜେଟ: ଫୋକସରେ ରହିପାରେ MSME କ୍ଷେତ୍ର; ରାଜ୍ୟର ଉଦ୍ୟୋଗୀଙ୍କ ଆଶା ଅନେକ
ଓଡ଼ିଶାର ଏମ୍.ଏସ୍.ଏମ୍.ଇ. କ୍ଷେତ୍ରରେ ପଞ୍ଜିକୃତ ମୋ’ଟ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ ବୋଲି କୁହାଯାଉଥିବା ବେଳେ ଏହି ସଂଖ୍ୟା ପ୍ରାୟ ୨୦ ଲକ୍ଷ ଛୁଇଁଛି । ଏମାନେ ବର୍ଷକୁ ପ୍ରାୟ ୪୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି ।

ରାଜ୍ୟରେ ପ୍ରାୟ ୧୫ ଲକ୍ଷରୁ ଅଧିକ ପଞ୍ଜିକୃତ ଶିଳ୍ପଦ୍ୟୋଗୀ ଅଛନ୍ତି ।
- News18 Odia
- Last Updated: January 28, 2021, 8:36 PM IST
ଭୁବନେଶ୍ୱର: ଏ ଥର କେନ୍ଦ୍ର ବଜେଟରେ ଅନ୍ୟାନ୍ୟ କ୍ଷେତ୍ର ସହିତ ଏମ୍.ଏସ୍.ଏମ୍.ଇ. (MSME) କ୍ଷେତ୍ରକୁ କେତେ ଗୁରୁତ୍ୱ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ଲମ୍ବା କୋଭିଡ କଟକଣା ପରେ ଆର୍ଥିକ ସ୍ଥିତିକୁ ସଜାଡ଼ିବା ଉଦ୍ୟମ ସହିତ କର୍ମ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ବିଶେଷ ଉଦ୍ୟମ କରିପାରନ୍ତି। ଏହା ସ୍ପଷ୍ଟ ଭାବରେ ବଜେଟରେ ପ୍ରତିଫଳିତ ହୋଇପାରେ ବୋଲି ଆଶା କରାଯାଉଛି ।
ଗତ କେନ୍ଦ୍ରୀୟ ବଜେଟରେ ଏମ୍.ଏସ୍.ଏମ୍.ଇ. କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ମୋଟ ୭,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଥିଲା। ଏ ଥର ମୋ’ଟ ଆର୍ଥିକ ସହାୟତା ପରିମାଣ ବୃଦ୍ଧି ପାଇପାରେ ବୋଲି ଅନେକଙ୍କ ଆଶା ଓ ମତ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ
ଲକଡାଉନର ପ୍ରଭାବରେ ଶିଳ୍ପ ସଂସ୍ଥାଗୁଡିକ ସଙ୍କଟରେ ଥିବା କାରଣରୁ ରାଜ୍ୟରେ ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ କର୍ମ ସଂସ୍ଥାନ ହରାଇ ସାରିଛନ୍ତି । ଏଭଳି ସ୍ଥିତିକୁ ବିଚାରକୁ ନେଇ ଆସନ୍ତା କେନ୍ଦ୍ରୀୟ ବଜେଟରେ ଏମ୍.ଏସ୍.ଏମ୍.ଇ. କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର ବୋଲି ଶିଳ୍ପ ସଂସ୍ଥା ସହିତ ଜଡିତ ଲୋକେ ମତ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ଜମି ରହିଛନ୍ତି
‘‘ଏବେ ବି ସ୍ଥିତିରେ ସୁଧାର ଆସି ନାହିଁ । ଆନୁସଙ୍ଗିକ ସାମଗ୍ରୀର ଦାମ ବୃଦ୍ଧି କାରଣରୁ ଗ୍ରାହକ ବି ସାମଗ୍ରୀ କିଣିବାକୁ ଅନାଗ୍ରହୀ । ବ୍ୟାଙ୍କଗୁଡିକ ବି ଋଣ ଦେବା ନେଇ ଅନାଗ୍ରହୀ । ତେଣୁ ଆସନ୍ତା କେନ୍ଦ୍ରୀୟ ବଜେଟରେ ଏ ଦିଗରେ ସରକାର ଧ୍ୟାନ ଦେବା ଜରୁରୀ,’’ କହିଛନ୍ତି ବ୍ୟବସାୟୀ ବଂଶୀଧର ବାରିକ ।
ଆଇଟି କ୍ଷେତ୍ରର ଯୁବ ଶିଳ୍ପଦ୍ୟୋଗୀ ଶାନ୍ତି ସ୍ୱରୂପ କହିଛନ୍ତି, ‘‘ଏମ୍.ଏସ୍.ଏମ୍.ଇ. ଓ ଷ୍ଟାର୍ଟ୍-ଅପ୍ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଗଲେ ଅନେକ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରିବ । ନହେଲେ ଆଗକୁ ଆଉ କିଛି ବର୍ଷ ଏହି ସ୍ଥିତିର ପ୍ରଭାବ ଲାଗି ରହିବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିଶ୍ୱସ୍ତ କୁକୁରର ଅନ୍ତିମ ଯାତ୍ରା ଆୟୋଜିତ ହେଲା; ଏବେ ତା’ ପାଇଁ ନିର୍ମାଣ ହେବ ଏକ ସ୍ମାରକୀ
ବରିଷ୍ଠ ଅର୍ଥନୀତିଜ୍ଞ ଚିତ୍ତ ରଞ୍ଜନ କହିଛନ୍ତି, ‘‘କୋଭିଡ ପରେ ପରେ ଯାହା ଆଶା କରାଯାଉଥିଲା ତାହା ହୋଇ ପାରି ନାହିଁ। ଏବେ ବି ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଏମ୍.ଏସ୍.ଏମ୍.ଇ. ପ୍ରତିକୂଳ ସ୍ଥିତିରେ ବାଟ ଚାଲୁଛନ୍ତି। ଲୋକଙ୍କ କ୍ରୟ ଶକ୍ତି ନ ଥିବାରୁ ବେପାର ନାହିଁ । ରାଜ୍ୟରେ ଏମ୍.ଏସ୍.ଏମ୍.ଇ. ଏବେ ଭେଣ୍ଟି ଲେଟରରେ ଅଛି। ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ବ୍ୟାଙ୍କମାନେ ଋଣ ପ୍ରଦାନ କରୁ ନାହାଁନ୍ତି । ଏ ଦିଗରେ କେନ୍ଦ୍ରୀୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଦରକାର । ଏମ୍.ଏସ୍.ଏମ୍.ଇ. କ୍ଷେତ୍ର ପାଇଁ ଅଧିକ ଗୁରୁତ୍ୱ ବଜେଟରେ ରହିବା ଦରକାର ।’’
‘‘କେନ୍ଦ୍ର ସରକାରଙ୍କ ଯୋଜନାକୁ ଯେଭଳି ବ୍ୟାଙ୍କଗୁଡି଼କ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର ସେ ଦିଗରେ ସରକାର ଆସନ୍ତା ବଜେଟରେ ଗୁରୁତ୍ୱ ଦେବା ଦରକାର,’’ ୟୁସିସିଆଇର ସଭାପତି ଡ଼ଃ ବ୍ରହ୍ମା ମିଶ୍ର ।
ଏକ୍ସପର୍ଟମାନଙ୍କ ମତରେ ବଜେଟରେ ସରକାରୀ ନିର୍ଦ୍ଦେଶ ପରେ ବି ସ୍ଥିତି ସୁଧୁରିବାକୁ ଆହୁରି ସମୟ ଲାଗିବ । ସେ ପର୍ଯ୍ୟନ୍ତ ଅର୍ଥନୀତିକୁ ବଳ ଯୋଗାଇବା ପାଇଁ ସବୁ କ୍ଷେତ୍ରକୁ ମିଳିତଭାବେ ଉଦ୍ୟମ ଜାରୀ ରଖିବାକୁ ପଡି଼ବ ।