ଅଭିନେତା-MP ଅନୁଭବଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

ଓଲିଉଡର ହିଟ୍ ଯୋଡ଼ି ବର୍ଷା-ଅନୁଭବଙ୍କ ମଧ୍ୟରେ ତିକ୍ତତା ସାମନାକୁ ଆସିଛି । ନିର୍ଯାତନା ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସେ କହିଛନ୍ତି ଯେ ଅନୁଭବ ଜଣେ ମଦ୍ୟପ, ଫିଲ୍ମ ବାବଦରେ ତାଙ୍କୁ ଟଙ୍କାଟିଏ ବି ଦେଇନାହାନ୍ତି ।

ଅଭିନେତା-MP ଅନୁଭବଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ
ବର୍ଷା ପ୍ରିୟଦର୍ଶିନୀ (ଫାଇଲ୍ ଫଟୋ)
  • News18 Odia
  • Last Updated: September 5, 2020, 7:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/କଟକ: ଓଲିଉଡର ହିଟ୍‌ ଯୋଡ଼ି ଅନୁଭବ-ବର୍ଷାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ତିକ୍ତତା ଏଭଳି ସ୍ତରରେ ପହଞ୍ଚିଛି ଯେ ପତି ଅନୁଭବ ମହାନ୍ତିଙ୍କ ନାଁରେ କୋର୍ଟରେ ମାମଲା ଦାୟର କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କଟକ ଏସ୍‌.ଡି.ଜେ.ଏମ୍. କୋର୍ଟରେ ଦାୟର କରିଥିବା ପିଟିସନରେ ବର୍ଷା ଆଣିଛନ୍ତି ଅନେକ ସାଙ୍ଘାତିକ ଅଭିଯୋଗ ।

ବର୍ଷା ଅଭିଯୋଗ କରିଛନ୍ତି ଯେ ପ୍ରସିଦ୍ଧ ଅଭିନେତାରୁ ଏମ୍‌.ପି. ହୋଇଥିବା ତାଙ୍କ ପତି ଅନୁଭବ ମହାନ୍ତି ତାଙ୍କୁ ନିର୍ଯାତନା ଦେଉଥିଲେ । କେନ୍ଦ୍ରାପଡ଼ା ଏମ୍‌.ପି. ଅନୁଭବ ମହାନ୍ତି ବହୁ ମହିଳାଙ୍କ ସଂସ୍ପର୍ଶରେ ଆସିଛନ୍ତି, ଯେଉଁମାନଙ୍କ ଭିତରୁ ସିନେମା ଶିଳ୍ପର ଅନେକ ମହିଳା ରହିଛନ୍ତି ବୋଲି ନିଜ ପିଟିସନରେ ଅଭିଯୋଗ କରିଛନ୍ତି ବର୍ଷା ।

ଅତୀତର ଏକ ସୁଖଦ ମୂହୂର୍ତ୍ତରେ ବର୍ଷା ଓ ଅନୁଭବ


ଅନୁଭବଙ୍କ ସହ ମିଶି ବର୍ଷା ଅନେକ ଫିଲ୍ମ କରିଥିଲେ ମଧ୍ୟ ତାଙ୍କୁ ଅନୁଭବ ଟଙ୍କାଟିଏ ବି ପାରିଶ୍ରମିକ ଦେଇନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ଷା ଆହୁରି ଅଭିଯୋଗ କରି କହିଛନ୍ତି ଯେ ଅନୁଭବ ଜଣେ ମଦ୍ୟପ । ଏମିତିକି ତାଙ୍କ ଉପସ୍ଥିତିରେ ବେଡରୁମରେ ସାଙ୍ଗମାନଙ୍କ ସହ ବସି ସେ ମଦ ପିଇ ଥାଆନ୍ତି ବୋଲି ବର୍ଷା କହିଛନ୍ତି ।

ବର୍ଷା ନିଜ ଓକିଲଙ୍କ ସହାୟତାରେ ଅନଲାଇନରେ ପିଟିସନ୍ ଦାୟର କରିଛନ୍ତି


ପିଟିସନରେ ବର୍ଷା ଅନୁଭବଙ୍କ ଠାରୁ ୧୩ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ଏହା ଛଡ଼ା ସ୍ବାସ୍ଥ୍ୟ ସଂପର୍କିତ ଖର୍ଚ୍ଚ ପାଇଁ ବର୍ଷା ମାଗିଛନ୍ତି ୨ କୋଟି ଟଙ୍କା । ବର୍ଷା ଏହା ବି ଦାବି କରିଛନ୍ତି ଯେ ସେ ବାହାଘର ବେଳେ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଆଣିଥିଲେ । ସେ ବାବଦ ଅର୍ଥ ତାଙ୍କୁ ଫେରାଇ ଦିଆଯାଉ ବୋଲି ସେ କହିଛନ୍ତି ।

ଅନୁଭବ ମହାନ୍ତି ନିଜ ବକ୍ତବ୍ୟ ରଖୁଛନ୍ତି


ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ବର୍ଷାଙ୍କ ଏସବୁ ଅଭିଯୋଗ ସମ୍ପର୍କରେ ଅନୁଭବଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ସେ କେବଳ ଏତିକି କହିଛନ୍ତି: ‘‘ମୋ’ ପାଖକୁ ଏ ସମ୍ପର୍କରେ କୌଣସି ଲିଗାଲ୍‌ ନୋଟିସ୍‌ ଏ ପର୍ଯ୍ୟନ୍ତ ଆସିନାହିଁ । ଯେତେବେଳେ ଆସିବ ମୁଁ ଆପଣମାନଙ୍କୁ ଜଣେଇବି ଏ ବିଷୟରେ ।’’ ବର୍ଷା ଓ ତାଙ୍କ ଭିତରେ ଥିବା ବିବାଦକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।



ପ୍ରାୟ ୬ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ । ଦୁହିଙ୍କ ଭିତରେ କଣ ପାଇଁ ତିକ୍ତତା ସୃଷ୍ଟି ହେଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଏ ନେଇ ବର୍ଷାଙ୍କ ଓକିଲ ମଧ୍ୟ କିଛି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି । ଆସନ୍ତା ୭ ତାରିଖରେ ଏହି ମାମଲାର ପ୍ରଥମ ଶୁଣାଣି କଟକ ଏସଡିଜେଏମ କୋର୍ଟରେ ହେବ ।
Published by: Anand Shankar Thankur Das
First published: September 5, 2020, 7:30 PM IST
corona virus btn
corona virus btn
Loading