ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଲେ ସ୍ୱିଗି ବୟଙ୍କ ପରିବାର

ସ୍ବିଗି ବୟଙ୍କୁ ସାହା ହେଲା ଓଡ଼ିଶା ମୋ ପରିବାର। ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି କରାଇଲା ଚିକିତ୍ସା। ଜଗତସିଂହପୁର ପାଟେଣି ଗାଁର ୨୪ ବର୍ଷୀୟ ବୈକୁଣ୍ଠ ସାହୁ ବେଙ୍ଗାଲୁରୁରେ ରହି ସ୍ବିଗି କମ୍ପାନୀରେ କାମ କରୁଥିଲା।

ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଲେ ସ୍ୱିଗି ବୟଙ୍କ ପରିବାର

ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଲେ ସ୍ୱିଗି ବୟଙ୍କ ପରିବାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: କ୍ଷତବିକ୍ଷତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ ବେଙ୍ଗାଲୁରୁରେ କାମ କରୁଥିବା ଜଣେ ଓଡ଼ିଆ ସ୍ଵିଗି ବୟ। ଏହି ଦୁଃଖଦ ଖବର ଶୁଣିବା ପରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ସୁଦୂର ବେଙ୍ଗାଲୁରୁରେ ଚିକିତ୍ସା ସେବା ପାଇଲେ ଓ ସୁସ୍ଥ ହେବା ପରେ ନିଜ ଘରକୁ ମଧ୍ୟ ଫେରିଲେ ଏହି ଯୁବକ।

ସୂଚନାନୁସାରେ,ଜଗତସିଂହପୁର ଜିଲ୍ଲା ପାଟେଣି ଗାଁ’ର ୨୨ ବର୍ଷୀୟ ବୈକୁଣ୍ଠ କୁମାର ସାହୁ ବେଙ୍ଗାଲୁରୁରେ ରହି ସ୍ଵିଗି କମ୍ପାନୀରେ କାମ କରୁଥିଲେ। ଗତ ସେପ୍ଟେମ୍ବର ୨୧ ତାରିଖରେ ସେ ଖାଦ୍ୟ ନେଇ ଯାଉଥିବା ବେଳେ ଅଚାନକ ଏକ ଚାରି ଚକିଆ ଯାନ ଆସି ତାଙ୍କୁ ଧକ୍କା ଦେଇଥିଲା, ଫଳରେ ସେ ଗଭୀର ଭାବରେ ଆହତ ହୋଇଥିଲେ। କିଛି ଲୋକ ତାଙ୍କ ମୋବାଇଲ ଫୋନରୁ ଘର ଲୋକଙ୍କୁ ଯୋଗାଯୋଗ କରି ଦୁର୍ଘଟଣା ବିଷୟରେ କହିଥିଲେ ଓ ଘର ଲୋକ ବ୍ୟସ୍ତ ବିବ୍ରତ ହୋଇ ଓଡ଼ିଶା ମୋ ପରିବାର ଏନ.ଆର.ଓ ଉପଦେଷ୍ଟା ସୁରେନ୍ଦ୍ର ନାଥ ମହାପାତ୍ରଙ୍କୁ କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।

ସେପଟେ ମହାପାତ୍ର ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଓଡ଼ିଶା ମୋ ପରିବାର ଆବାହକଙ୍କୁ ଜଣାଇଥିଲେ ଓ ଆବାହକଙ୍କ ନିର୍ଦ୍ଦେଶନାରେ ମହାପାତ୍ର ବେଙ୍ଗାଲୁରୁ ନୋଡାଲ ଅଫିସର୍ ତଥା ବରିଷ୍ଠ ସମାଜସେବୀ ପ୍ରଣବ ପାଣିଙ୍କ ସାହାଯ୍ୟରେ ଓଡ଼ିଆ ସ୍ଵିଗି ବୟଙ୍କୁ ନିକଟସ୍ଥ ସେଣ୍ଟ ଜୋନ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ବୈକୁଣ୍ଠଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ପରିବାର ବର୍ଗ ତାଙ୍କୁ ଫେରାଇ ଆଣିବାକୁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ ଓ ସଙ୍ଗେ ସଙ୍ଗେ ଓଡ଼ିଶା ମୋ ପରିବାର ପକ୍ଷରୁ କମ୍ପାନୀ ମାଲିକଙ୍କ ସହିତ ଆଲୋଚନା କରାଯାଇ ବୈକୁଣ୍ଠଙ୍କୁ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଣାଯାଇଥିଲା। ବୈକୁଣ୍ଠ ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଏନ.ଆର.ଓ ଉପଦେଷ୍ଟା ସୁରେନ୍ଦ୍ର ନାଥ ମହାପାତ୍ର ଓ ଓଡ଼ିଶା ମୋ ପରିବାର ଟିମ୍ ଭୁବନେଶ୍ଵର ରେଳ ଷ୍ଟେସନରେ ଉପସ୍ଥିତ ଥିଲେ।

ବୈକୁଣ୍ଠଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେ ଘରକୁ ସୁବିଧାରେ ଫେରିବା ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ତାଙ୍କୁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବୈକୁଣ୍ଠଙ୍କୁ ସହାୟତାର ହାତ ବଢ଼ାଇ ଥିବାରୁ ବୈକୁଣ୍ଠ ଓ ତାଙ୍କ ପରିବାର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
Published by:Lipina Das
First published: