ଦୁଇ ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇଲା ଓଡ଼ିଶା-ମୋ ପରିବାର

ଦୁଇ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ ସବୁଠୁ ରୋଚକପୂର୍ଣ୍ଣ। ସେମାନଙ୍କ ମୁହଁରେ ହସ ଫୁଟାଇଚି 'ଓଡିଶା ମୋ ପରିବାର' । 

ଦୁଇ ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇଲା ଓଡ଼ିଶା-ମୋ ପରିବାର

ଦୁଇ ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇଲା ଓଡ଼ିଶା-ମୋ ପରିବାର

  • News18 Odia
  • Last Updated :
  • Bhubaneswar, India
  • Share this:



News 18 Odia Digital


ଭୁବନେଶ୍ୱର; ଗତ ଜାନୁଆରୀ ୧୪ ତାରିଖରେ ଅଗ୍ନିଶମ କର୍ମଚାରୀଙ୍କ (Fire department ) ଦ୍ଵାରା ମଞ୍ଚେଶ୍ୱର ପୋଲିସ୍ ଷ୍ଟେସନ ନ୍ୟାୟପାଳିକା ଅନ୍ତର୍ଗତ କୁଆଖାଇ ନଦୀରେ ୩୫ବର୍ଷିୟ ଜନୈକ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଚିହ୍ନଟ ଉଦ୍ଦେଶ୍ୟରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ (Capital hospital) ରଖାଯାଇଥିଲା । ଶେଷରେ, ପରିଚୟ ନ ମିଳିପାରିବାରୁ ପୋଲିସ, ଓଡ଼ିଶା-ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ପୋଲିସ୍ ଦ୍ୱାରା ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ନିଜେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।


ସେପଟେ ଦୁଇ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ ସବୁଠୁ ରୋଚକପୂର୍ଣ୍ଣ। ସେମାନଙ୍କ ମୁହଁରେ ହସ ଫୁଟାଇଚି 'ଓଡିଶା ମୋ ପରିବାର' । ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବାପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଇଛି କୃତ୍ରିମ ଗୋଡ଼ । ଏ ହେଉଛି ଜଣେ ଗରିବ ଘରେ ଜନ୍ମିତ, ଛୋଟ ବେଳୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ୨୪ବର୍ଷିୟ ଯୁବକ ବାସୁଦେବ ଶବରଙ୍କ କାହାଣୀ । ଯୁବକଙ୍କ ଘର ଗଜପତି ଜିଲ୍ଲା ଅନନ୍ତପୁର ଗ୍ରାମରେ ।  ଛୋଟବେଳୁ, ଅଭାବ ଅନଟନରେ ଦିନ କଟୁଥିଲା ବାସୁଦେବଙ୍କର, ବାପା ଓ ମା’ ଦୁହେଁ ମୂଲ ଲାଗି ଘର ଚଳାଉଥିଲେ, ସେଥିରେ ପୁଣି ଦଣ୍ଡେ ଖାଇ ଦଣ୍ଡେ ଉପାସ ରହୁଥିଲେ । ଏହି ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲା ବେଳକୁ ଭଗବାନ ବାସୁଦେବଙ୍କଠାରୁ ତାଙ୍କ ଗୋଡ଼ ଛଡେଇ ନେଲେ । ସେ ଅର୍ଥ ଉପାର୍ଜନ କରିବା ପାଇଁ ଦୂର ଦେଶକୁ ଯାଉଥିବା ସମୟରେ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ, ଯାହା ଫଳରେ ତାଙ୍କ ବାମ ଗୋଡ଼ କଟାଯାଇଥିଲା । ଗୋଟିଏ ଗୋଡ଼ରେ ନିଜ ଦୈନନ୍ଦିନ କାମ କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଏପଟେ ଘରର ପରିସ୍ଥିତି ସମୟକ୍ରମେ ଜଟିଳ ହୋଇ ଚାଲିଥିଲା। ସବୁ ପରେ ବି, ନିଜେ କିଛି କାମ କରି ପରିବାର ଚଳାଇବାକୁ ଉଦ୍ୟମ ଜାରି ରଖିଥିଲେ । ଏହି ଘଟଣା ସମ୍ପର୍କରେ ଯୁବ ସମାଜସେବୀ (ବିଜୁ ଜନତା ଦଳ)ଅଶ୍ଵିନୀ ସେଠୀ ଜାଣିବା ପରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କୁ ଖବର ଦେଇଥିଲେ ।


ଠିକ୍ ସେହିପରି, ଯାଜପୁର ଜିଲ୍ଲା ସୁଙ୍ଗୁଡ଼ା ଗ୍ରାମର ୫୦ବର୍ଷିୟ ବ୍ୟକ୍ତି ଗୋଲକ ଚନ୍ଦ୍ର ସାହାଣୀ ମଧ୍ୟ ୧୦ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ବାମ ହାତ ହରାଇଥିଲେ । ବଡ଼ଚଣା ବିଧାୟକ ଶ୍ରୀ ଅମର ଶତପଥି ଘଟଣା ସମ୍ପର୍କରେ ଜାଣିବା ପରେ ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାରକୁ ଖବର ଦେଇଥିଲେ ।  ଉଭୟଙ୍କର କରୁଣ କାହାଣୀ ସମ୍ପର୍କରେ ଶ୍ରୀ ସାମନ୍ତରାୟ ସୂଚନା ପାଇବା ପରେ  ତୁରନ୍ତ ପଦକ୍ଷେପ ନେଇଥିଲେ । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଆଜି ଦୁହିଁକୁ କୃତ୍ରିମ ଗୋଡ଼ ଏବଂ ହାତ ଯୋଗାଇ ଦିଆଯାଇଛି । ଏହି ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ବଡ଼ଚଣା ବିଧାୟକ ଶ୍ରୀ ଅମର ଶତପଥି, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ (ଓଡ଼ିଶା-ମୋ ପରିବାର)ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କୃତ୍ରିମ ଅଙ୍ଗ ଲାଗିବା ପରେ ଉଭୟଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନଙ୍କ ମୁହଁରୁ ପଦେ “ଆମକୁ ସ୍ଵାବଲମ୍ବୀ ହୋଇ ବଞ୍ଚିବା ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେଇଥିବାରୁ ଆମେ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଉଛୁ” ।

Published by:Soubhagya Mishra
First published: