ସାଧାରଣ ରୋଗୀଙ୍କ ସହ ଧାଡ଼ିରେ ଠିଆ ହୋଇ ନିଜର ଚିକିତ୍ସା କରାଇଲେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ

ଅଚାନକ ବଲାଙ୍ଗିର ଜିଲ୍ଲା ହସ୍‌ପିଟାଲ୍‌ ଗସ୍ତ କରି ନିଜର ଚିକିତ୍ସା କରାଇଲେ ମନ୍ତ୍ରୀ ଜ୍ଯୋତି ପାଣିଗ୍ରାହୀ । ହସ୍‌ପିଟାଲ୍‌ର ସମସ୍ତ ନିୟମ ମାନିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ କଲେ ପ୍ରଶଂସା । ଏ ବିଷୟରେ ମନ୍ତ୍ରୀଙ୍କ ଟ୍ବିଟ୍କୁ ନେଇ ସାଧାରଣରେ ଚର୍ଚ୍ଚା ।

ସାଧାରଣ ରୋଗୀଙ୍କ ସହ ଧାଡ଼ିରେ ଠିଆ ହୋଇ ନିଜର ଚିକିତ୍ସା କରାଇଲେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ
ହସ୍ପିଟାଲରେ ଧାଡ଼ିରେ (କ୍ୟାମେରାକୁ ପଛ କରି) ଠିଆ ହୋଇଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  • News18 Odia
  • Last Updated: January 9, 2020, 11:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ସାଧାରଣ ରୋଗୀଙ୍କ ପରି ମେଡିକାଲରେ ଡାକ୍ତରଙ୍କ ସହ ପରାମର୍ଶ କଲେ ସଂସ୍କୃତି ଓ ପର୍ଯ୍ଯଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ । ନିୟମ ଅନୁସାରେ ନିଜ ନାମ ପଞ୍ଜୀକରଣ ସହ ଆହତ ସମସ୍ୟା ନେଇ ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ମନ୍ତ୍ରୀ ଧାଡ଼ିରେ ଠିଆ ହୋଇଥିବାର ଏକ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଟ୍ବିଟ୍‌


ବୁଧବାର ଅଚାନକ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ମନ୍ତ୍ରୀ ଜ୍ଯୋତି ପାଣିଗ୍ରହୀ । କେହି କିଛି ଭାବିବା ପୂର୍ବରୁ ସେ ମେଡିକାଲରେ ପହଞ୍ଚି ଯାଇଥିଲା । ଆସିବାର କାରଣ କେହି ଜାଣିନଥିଲେ । ମାତ୍ର ସମସ୍ତଙ୍କୁ ଚକିତ କରିଥିଲା ମନ୍ତ୍ରୀଙ୍କ ଗସ୍ତ ।

ଅନ୍ୟ କୌଣସି କାମ ପାଇଁ ନୁହେଁ, ବରଂ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିଲେ ଶ୍ରୀଯୁକ୍ତ ପାଣିଗ୍ରାହୀ । ମେଡିକାଲର ସମସ୍ତ ନିୟମକୁ ଅନୁସରଣ କରିଥିଲେ ସେ । ନାମ ରେଜିଷ୍ଟ୍ରେସନ କରିବା ସହ ନିଜର ଆହତ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏବଂ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ତେବେ ମୁଖ୍ୟ କଥା ହେଲା ସାଧାରଣ ରୋଗୀଙ୍କ ପରି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଲାଇନ୍‌ରେ ଠିଆ ହେବା ସହ ମେଡିକାଲର ସମସ୍ତ ନିୟମକୁ ପାଳନ କରିଥିଲେ ।

‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଅନେକ ପରିବର୍ତ୍ତନ ଆଣିଛି’ ବୋଲି ମନ୍ତ୍ରୀ ତାଙ୍କର ଟ୍ବିଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀଙ୍କ ଏଭଳି ଆଚରଣଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।
Published by: Sibanava Panda
First published: January 9, 2020, 11:17 AM IST
corona virus btn
corona virus btn
Loading