ରାଜ୍ୟରେ ପରିବା ଦର ହେଲା ଆକାଶଛୁଆଁ; ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଲେ

ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବା ସମସ୍ୟାକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଛି ରାଜ୍ୟ । ଯଦିଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦର ବଢିଛି, କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁଁ ଟ୍ରାନ୍ସପୋର୍ଟ କଷ୍ଟ ବି ବଢ଼ିଛି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ; (ଡାହାଣ) ପରିବା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ; (ଡାହାଣ) ପରିବା

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ପରିବା ପାଇଁ ବ୍ୟାଗ ଧରି ବାହାରିଲେ ଗୋଟେ ମଧ୍ୟମ ଧରଣର ପରିବାର ପାଇଁ ଅତି କମରେ ୭୦୦ ଟଙ୍କା ଦରକାର ହେଉଛି । ନ ହେଲେ ବ୍ୟାଗ ଫୁଲ ହେବନି । ପ୍ରତି ବର୍ଷ ଠିକ୍ ଏଇ ସମୟରେ ପରିବା ପାଇଁ ଲୋକଙ୍କ ପକେଟ ଖାଲି ହେଉଛି । ତେବେ କାହିଁକି ବର୍ଷର ଏହି ସମୟରେ ବଢୁଛି ପରିବା ଦର? ଯଦି ଏତେ ବଢୁଛି ତା’ର ସମାଧାନ ବାହାରୁନି କାହିଁକି? ସମସ୍ତଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ରାଜ୍ୟ ଦୋଷ ଦେଇଛି କେନ୍ଦ୍ରକୁ ।

କଞ୍ଚା ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବା ସମସ୍ୟାକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଛି ରାଜ୍ୟ । ଯଦିଓ ପ୍ରାକୃତିକ ବିପର୍ଯ୍ୟୟ ଯଥା ବର୍ଷା ଓ ବନ୍ୟା ପାଇଁ ଦର ବଢିଛି, କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁଁ ଟ୍ରାନ୍ସପୋର୍ଟ କଷ୍ଟ ବି ବଢ଼ିଛି ।

‘‘ଏସେନସିଆଲ କମିଡିଟି ଆକ୍ଟରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିବା ପରେ ତେଲ, ଡାଲି, ପିଆଜ ଓ ଆଳୁ ଉପରେ ରାଜ୍ୟର ନିୟନ୍ତ୍ରଣ ନାହିଁ । ଫଳରେ ଷ୍ଟକ, ଷ୍ଟୋର, ମ୍ୟାନଜମେଣ୍ଟ ଓ ଇନସ୍ପେକ୍ସନ ଆଉ ରାଜ୍ୟ ହାତରେ ନାହିଁ,’’ ଦର ବଢ଼ିବା ନେଇ ଏ ଭଳି କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ‘‘ରାଜ୍ୟରେ ନୂଆ କୃଷିନୀତି ଆସିବା ପରେ ସ୍ଥିତି ସୁଧୁରିବ । ପାଗ ପରିବର୍ତ୍ତନ ହେବା ପରେ ଦରରେ ସୁଧାର ଆସିବ,’’ ସେ କହିଛନ୍ତି ।

ପାଖାପାଖି ୧୫ ଦିନ ହେବ ପରିବା ଦର ଉପରେ ହାତ ମାରି ହେଉନି । ସାଧାରଣ ଲୋକଙ୍କ କଥା ଛାଡ, ମଧ୍ୟବିତ୍ତ ଓ ସ୍ବଳ୍ପ ବେତନଭୋଗୀଟିଏ ହାଟବଜାରକୁ ପରିବା କିଣିବାକୁ ଯାଇ ଆକାଶଛୁଆଁ ଦର ଶୁଣି ଅଧାଭରା ବ୍ୟାଗ ଧରି ଘରକୁ ଫେରୁଛି । ବ୍ୟାଗ ଫୁଲ୍‌ କରିବା ପାଇଁ ଅତି କମରେ ୭୦୦ ଟଙ୍କା ଦରକାର ହେଉଛି ।

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ଯେଉଁ ପରିବାରେ ହାତ ମାରିବ ସବୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କା ଉପରେ । ଆଜିର ପରିବା ଦର ଉପରେ ନଜର ପକାଇଲେ ବାଇଗଣ କିଲୋ ପ୍ରତି ୬୦ ଟଙ୍କା, ଟମାଟୋ ୬୦ ଟଙ୍କା, ସଜନା ଛୁଇଁ ୧୪୦ ଟଙ୍କା, ବିନ୍ସ ୧୪୦ ଟଙ୍କା, ଗାଜର ୪୦ ଟଙ୍କା, ଗୋଟା କୋବି ୬୦ ଟଙ୍କା, କାକଡ଼ ୬୦ ଟଙ୍କା, ପୋଟଳ ୧୦୦ ଟଙ୍କା, ଜହ୍ନି ୫୦ ଟଙ୍କା, ସାରୁ ୬୦ ଟଙ୍କା, ଭଣ୍ଡା ୩୦ ଟଙ୍କା ଓ ଭେଣ୍ଡି ୪୦ ଟଙ୍କା ରହିଛି । ଏହା ହେଉଛି ରାଜଧାନୀ ଖୁଚୁରା ବଜାରର ଦର । ଏ ଦର ଏବେ ଛାନିଆ କରିଛି ସମସ୍ତଙ୍କୁ ।



‘‘ଏମିତି ଉଁଚା ପରିବା ଦର ଆଉ ଏକ ମାସ ବା ଦେଢ଼ ମାସ ଯାଏ ଲାଗି ରହିବ । ଓଡିଶାର ଚାଷୀଙ୍କ ପାଇଁ ଯଦି ସ୍ମତନ୍ତ୍ର ବଜାର ମୂଲ୍ୟ ସହ ସବୁ ସବିଧା କରାଯାଆନ୍ତା ତେବେ ଏମିତି ଦର ବଢନ୍ତା ନାହିଁ,’’ କହିଛନ୍ତି ବ୍ୟବସାୟୀ ମହାସଙ୍ଘର ସଭାପତି କବିରାଜ ସ୍ବାଇଁ।
Published by:Anand Shankar Thankur Das
First published: