ନୂଆ ବର୍ଷ ଦିନ ଭିଜିବ ସାରା ଓଡ଼ିଶା; ୨ ତାରିଖରେ କୁଆପଥର ବର୍ଷା ହୋଇ ପାରେ: ପାଣିପାଗ ବିଭାଗ

ନୂଆବର୍ଷକୁ ନେଇ ସବୁଠି ଆନନ୍ଦ ଉତ୍ସାହ ଥିବାବେଳେ ବର୍ଷା ଏଥିରେ ବାଧକ ସାଜିପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି । 

ନୂଆ ବର୍ଷ ଦିନ ଭିଜିବ ସାରା ଓଡ଼ିଶା; ୨ ତାରିଖରେ କୁଆପଥର ବର୍ଷା ହୋଇ ପାରେ: ପାଣିପାଗ ବିଭାଗ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 31, 2019, 1:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
 

News18 Odia Digital

ଭୁବନେଶ୍ବର: ନୂଆ ବର୍ଷର ମଜାକୁ ବର୍ଷା ଫିକା କରିପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହା ସହ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସହ ପୁଣି ୪ ତାରିଖରେ ବର୍ଷା ବଢ଼ିପାରେ ବୋଲି ଅନୁମାନ କରାଯାଇଛି ।

ଡିସେମ୍ବର ୩୧ତାରିଖରୁ ତାପମାତ୍ରା ବଢ଼ିବା ସହ ଜାନୁଆରୀ ୧ ତାରିଖରୁ ସାରା ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମା ବାୟୁର ପ୍ରବାହ ବା ଓ୍ବେଷ୍ଟର୍ଲି ଡିଷ୍ଟରବାନ୍ସ ଫଳରେ ରାଜ୍ୟରେ ବର୍ଷା ହେବ । ଏପରିକି ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଜାନୁଆରୀ ୧ ତାରିଖରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୨ ତାରିଖରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ କୁଆପଥର ବର୍ଷା ହେବା ନେଇ ସୂଚନା ରହିଛି । ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଜାନୁଆରୀ ୩ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶାରେ କୁଆପଥର ବର୍ଷା ହେବା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

‘‘ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଓ ଇଷ୍ଟର୍ଲି ଓ୍ବେବ୍ ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଏଣୁ ଚଳିତଥର ଅଧିକ ବର୍ଷା ହେବ’’ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ (ସି) ଉମାକାନ୍ତ ଦାଶ କହିଛନ୍ତି । ‘‘ଜାନୁଆରୀ ୪ ତାରିଖଠାରୁ ପୁଣି ପାଗ ଶୁଖିଲା ହେବା ସହ ପାରଦ ଖସିବ। ପୂର୍ବାପେକ୍ଷା ଆହୁରି ଅଧିକ ଶୀତ ଅନୁଭୂତ ହେବ ବୋଲି ମଧ୍ୟ ସେ ଜଣାଇଛନ୍ତି।’’ ତେବେ ଏହା ପୂର୍ବରୁ ଆହୁରି ୨୪ ଘଣ୍ଟା ଶୀତ ଲହରି ଜାରୀ ରହିବ । ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ସୋନପୁରରେ ଶୀତ ଲହରି ପାଇଁ ୟଲୋ ଓ୍ବାର୍ଣ୍ଣିଂ ଜାରୀ କରାଯାଇଛି । ଗତ ୨୪ ଘଣ୍ଟାରେ ୫.୪ ଡିଗ୍ରୀ ତାପମାତ୍ରା ସହ ସୋନପୁର ରାଜ୍ୟର ସର୍ବାଧିକ ଶୀତଳ ସହର ହୋଇଛି । ଏହା ସହ ରାଜ୍ୟର ୧୬ଟି ସହରର ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିଥିବା ଜଣାପଡ଼ିଛି ।
Published by: Anand Shankar Thankur Das
First published: December 31, 2019, 1:32 PM IST
corona virus btn
corona virus btn
Loading