ଓଡ଼ିଶା ମୁହାଁ ହେବ କି ବାତ୍ୟା ! ଜି.ଏଫ.ଏସ ମଡେଲ କହୁଛି ଆସୁଛି ସୁପର ସାଇକ୍ଲୋନ

ଆସନ୍ତା ୧୪ରୁ ୨୦ ତାରିଖ ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଘନୀଭୂତ ହେବା ନେଇ ପାଣିପାଗ ଅନୁକୂଳ । ବିଭାଗର ରହିଛି ନଜର ।

ଓଡ଼ିଶା ମୁହାଁ ହେବ କି ବାତ୍ୟା ! ଜି.ଏଫ.ଏସ ମଡେଲ କହୁଛି ଆସୁଛି ସୁପର ସାଇକ୍ଲୋନ

ଓଡ଼ିଶା ମୁହାଁ ହେବ କି ବାତ୍ୟା ! ଜି.ଏଫ.ଏସ ମଡେଲ କହୁଛି ଆସୁଛି ସୁପର ସାଇକ୍ଲୋନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସମୟ ଗଡିବା ସହ ବଢୁଛି ବାତ୍ୟା ଆଶଙ୍କା । ଭୟ ବଢାଉଛି ତୃତୀୟ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ । ବାତ୍ୟା ସମ୍ଭାବନାକୁ ସ୍ପଷ୍ଟ କରୁଛି ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ବା ଜିଏଫଏସ୍ । ବାତ୍ୟାର ପ୍ରଭାବ ଓଡ଼ିଶା, ଆନ୍ଧ୍ର ଉପକୂଳରେ ଅଧିକ ପଡିବ ।

ଆସନ୍ତା ୧୪ ରୁ ୨୦ ଭିତରେ ସୃଷ୍ଟି ହେବ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ । ଜିଏଫଏସର ଆକଳନ ପୂର୍ବରୁ ଅଧିକାଂଶ ସଠିକ୍ ହୋଇଛି ଓ ଏହା ମଧ୍ୟ ସଠିକ୍ ହୋଇପାରେ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ଗତ କାଲି ରାତିରେ ଚଳିତ ମାସର ପ୍ରଥମ ଘନ କୁହୁଡି ଅନୁଭୁତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି, ଜିଏଫଏସ୍ ଓ ୟୁରୋପିଆନ୍ ମଡେଲ ଆକଳନ କରିବା ପରେ ଏବେ ଅନେକ ପ୍ରଶ୍ନ ମନରେ ଆସୁଛି । ହେଲେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଜଣାପଡିନି । ଏପରିକି ଏହା ସୁପର ସାଇକ୍ଲୋନ ହୋଇ ଉପକୂଳ ଅତିକ୍ରମ କରିପାରେ ବୋଲି ମଡେଲ ଦର୍ଶାଉଛି । ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସଙ୍କ ଟୁଇଟ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୁତ ହୋଇପାରେ । ଏହାର ପ୍ରଭାବ ଭାରତ ଏବଂ ବାଙ୍ଗଲାଦେଶ ଉପରେ ରହିବ ବୋଲି ନିକୋଲ୍ସ ସୂଚନା ଦେଇଛନ୍ତି । ତେବେ କେବଳ ବାତ୍ୟା ନେଇ ଜିଏଫଏସ୍ ମଡେଲ ଆକଳନ କରିଥିବାରୁ ବାତ୍ୟାର ସ୍ପଷ୍ଟ ଚିତ୍ର ୨୦ ତାରିଖ ଭିତରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ କେନ୍ଦ୍ର କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିନି । ବିସ୍ତାରିତ ଆକଳନ ଅନୁସାରେ ୧୪ ତାରିଖ ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଗୁରୁବାର ଏନେଇ ସ୍ପଷ୍ଟ ଚିତ୍ର ଆସିବ । ସିଷ୍ଟମଟି କେଉଁଠି ଓ କେବେ ସୃଷ୍ଟି ହେବ ଓ କେତେ ଘନୀଭୂତ ହେବ ତାହା ତାହା ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଜଣାପଡିବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ଠାରୁ ପାଗ ମୁଖ୍ୟତଃ ରାଜ୍ୟରେ ଶୁଖିଲା ରହିବ । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ଆହୁରି କମିବ । କିନ୍ତୁ ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ।
Published by:Soubhagya Mishra
First published: