ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ କେଉଁଠି ଖୁସି ତ କେଉଁଠି ଚିନ୍ତା; ଯୁକ୍ତ୨ ନାମଲେଖାରେ ସମସ୍ୟା ହୋଇପାରେ

ନିଜ ମାର୍କରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ହେବାକୁ ଥିବା ଇମ୍ପୃଭମେଣ୍ଟ୍ ପରୀକ୍ଷାର ଫର୍ମ ପୂରଣ ତାରିଖ ଜୁଲାଇ ୫ ଧାର୍ଯ୍ୟ ହୋଇଛି । ଅଗଷ୍ଟ ସୁଦ୍ଧା ପରୀକ୍ଷା ଶେଷ କରି ଫଳ ପ୍ରକାଶ କରିବାକୁ ଲକ୍ଷ ରଖିଛି ବୋର୍ଡ଼ ।

ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ କେଉଁଠି ଖୁସି ତ କେଉଁଠି ଚିନ୍ତା; ଯୁକ୍ତ୨ ନାମଲେଖାରେ ସମସ୍ୟା ହୋଇପାରେ
କଟକରେ ନିଜ ମାର୍କ ଦେଖୁଛନ୍ତି ଜଣେ ମ୍ୟାଟ୍ରିକ୍ ଛାତ୍ର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବିନା ପରୀକ୍ଷାରେ ମାଟ୍ରିକ୍‌ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ରେକର୍ଡ଼ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ଖବର ମଧ୍ୟରେ କେଉଁଠି ଖୁସି ତ କେଉଁଠି ଚିନ୍ତାର ପରିବେଶ ସୃଷ୍ଟି ହୋଇଛି । ଏହି ଫଳାଫଳ ଅପେକ୍ଷାକୃତ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍‌ ପାସ୍‌ କରିବାର ସୁଯୋଗ ପ୍ରଦାନ କରିଛି, ମାତ୍ର ମେଧାବୀ ଛାତ୍ରଛାତ୍ରୀମାନଙ୍କ ମନରେ ଆଣିଦେଇଛି ଅସନ୍ତୋଷ ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଭିନ୍ନ ଗ୍ରେଡରେ ଦୁଇରୁ ତିନି ଗୁଣା ପର୍ଯ୍ୟନ୍ତ ଅଧିକ ଛାତ୍ରଛାତ୍ରୀ ରହିଥିବା ଦେଖିବାକୁ ମିଳିଛି । ବିଶେଷ କରି ମେଧାବୀ ବର୍ଗ କୁହାଯାଉଥିବା ଏ-୧ ଗ୍ରେଡରେ ଗତ ବର୍ଷ ୧,୨୭୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଚଳିତ ବର୍ଷ ସେହି ସଂଖ୍ୟା ୨,୬୫୬ ରହିଛି । ଏ-୨ ଗ୍ରେଡରେ ଗତ ବର୍ଷ ୮,୪୫୮ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୨୨,୧୩୧ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଭଲ ନମ୍ବର୍‌ ମିଳିଥିବା କୁହାଯାଉଥିଲେ ମଧ୍ୟ ନିଜ ଫଳାଫଳକୁ ନେଇ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଡକ୍ଟର ସତ୍ୟକାମ ମିଶ୍ର


‘‘ମୁଁ ଭାବିଥିଲି ମୋ’ର ୯୫ ପ୍ରତିଶତରୁ ଅଧିକ ନମ୍ବର୍‌ ରହିବ । କିନ୍ତୁ ୯୧ ପ୍ରତିଶତ ପାଇଲି । ମାସେ ହେଲା ଯୁକ୍ତ ବିଜ୍ଞାନ ପାଇଁ ଅନଲାଇନରେ କ୍ଲାସ୍‌ କରିବା ଆରମ୍ଭ କରି ଦେଇଛି । ତା’ ପରେ ଇମ୍ପୃଭମେଣ୍ଟ୍‌ ପରୀକ୍ଷା କେବେ ହେବ ଓ ତା’ର ଫଳ କେବେ ପ୍ରକାଶ ପାଇବ ତାହା ସଠିକ୍‌ ଭାବେ ଜଣା ପଡି଼ନାହିଁ । ସେଥି ପାଇଁ ଇମ୍ପୃଭମେଣ୍ଟ ପରୀକ୍ଷାକୁ ଆଉ ଅପେକ୍ଷା କରିବାକୁ ଇଚ୍ଛା ନାହିଁ,’’ କହିଛନ୍ତି କଟକ ତୁଳସୀପୁରରେ ଥିବା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ପିନାକୀ ମିଶ୍ର ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ବିତୀୟ ଥର ପରୀକ୍ଷା ବା ଇମ୍ପୃଭମେଣ୍ଟ୍‌ ପରୀକ୍ଷା ସମ୍ପର୍କରେ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରିଛି । ନିଜ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା, ଫେଲ୍ ହୋଇଯାଇଥିବା, ଫର୍ମ୍ ପୂରଣ କରି ପାରି ନ ଥିବା, ପତ୍ର ବିନିମୟ କୋର୍ସ୍ ଓ ମୁକ୍ତ ବିଦ୍ୟାଳୟ ଫ୍ରେସ୍ ବ୍ୟାଚର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇ ପାରିବେ । ଇମ୍ପୃଭମେଣ୍ଟ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ଜୁଲାଇ ୫ ଧାର୍ଯ୍ୟ କରାଯାଇଥିବା ବେଳେ ଅଗଷ୍ଟ ମାସ ସୁଦ୍ଧା ପରୀକ୍ଷା ଶେଷ କରି ଫଳ ପ୍ରକାଶ କରିବାକୁ ଲକ୍ଷ ରଖିଛି ବୋର୍ଡ଼ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

ଇମ୍ପୃଭମେଣ୍ଟ୍‌ ପରୀକ୍ଷା ଦେବାକୁ ଚାହୁଁଥିବା ପରୀକ୍ଷାର୍ଥୀମାନଙ୍କୁ ସବୁ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ଏବଂ ପରୀକ୍ଷାର ଫଳ ଯାହାବି ଆସିବ ତାକୁ ହିଁ ମାଟ୍ରିକ୍‌ ପରୀକ୍ଷା ଫଳ ଭାବେ ବିବେଚନା କରାଯିବ । ଅର୍ଥାତ୍‌ ପୂର୍ବରୁ ମିଳିଥିବା ମାର୍କ ଆଉ ପରିଗଣିତ ହେବ ନାହିଁ । ଏହି ପରୀକ୍ଷାକୁ ଅଫଲାଇନରେ କରିବା ପାଇଁ ଆପାତତଃ ନିଷ୍ପତ୍ତି ନେଇଛି ବୋର୍ଡ଼ । କିନ୍ତୁ କୋଭିଡର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଅଫଲାଇନରେ ହେବାକୁ ଥିବା ଏହି ପରୀକ୍ଷାକୁ କେମିତି କରାଯିବ ତାହା ଏବେ ବୋର୍ଡ଼ ସମ୍ମୁଖରେ ସମସ୍ୟା ସୃଷ୍ଟି କରିଛି ।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାସ୍ କରିଥିବାରୁ ଓ ମେଧାବୀ ବର୍ଗରେ ଆଶାଠାରୁ ଅଧିକ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ଯୁକ୍ତ ଦୁଇ ନାମ ଲେଖା ସମୟରେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ମତ ଦେଇଛନ୍ତି ଶିକ୍ଷାବତମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

‘‘ମାଟ୍ରିକ୍‌ ପରୀକ୍ଷାର ଏ ବର୍ଷର ଫଳ ଧୁଆ ମୁଳା ଅଧୁଆ ମୁଳା ସମସ୍ତଙ୍କୁ ସମାନ କରି ଦେଇଛି । ପିଲାମାନଙ୍କ ଯାହା ସାମର୍ଥ୍ୟ ତାହା ପ୍ରତିଫଳିତ ହୋଇନାହିଁ । ଯେଉଁମାନେ ଫେଲ୍ ହେବା କଥା ସେମାନେ ଯଥେଷ୍ଟ ଅଧିକ ନମ୍ବର ରଖି ପାସ୍‌ କରି ଯାଇଛନ୍ତି, ଯାହାକି ଯୁକ୍ତ ଦୁଇ ନାମଲେଖା ବେଳେ ମେଧାବୀ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ସେଥି ପାଇଁ ଯୁକ୍ତ ଦୁଇରେ ଏଣ୍ଟ୍ରାନ୍ସ କରି ଆଡମିସନ୍‌ ଦେବା ଉଚିତ । ତାହା ସମ୍ଭବ ନ ହେଲେ ଅଡମିସନ୍ ସମୟରେ ଗଣିତ ଓ ବିଜ୍ଞାନ ବିଷୟର ନମ୍ବରକୁ ବିଚାରକୁ ନିଆଯିବା ଦରକାର,’’ କହିଛନ୍ତି ବୋର୍ଡ଼ର ପୂର୍ବତନ ସଭାପତି ଡକ୍ଟର ସତ୍ୟକାମ ମିଶ୍ର ।



ଇମ୍ପୃଭମେଣ୍ଟ୍‌ ପରୀକ୍ଷା ପାଇଁ ବେଶୀ ପିଲା ଆବେଦନ କରିବା ଆଶା କମ୍‌ ଥିବା ପୂର୍ବାନୁମାନ କରିଛି ବୋର୍ଡ଼ । କୋଭିଡର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ କରିଥିବା ପିଲାମାନଙ୍କୁ କେଉଁ ଆଧାରେ ଯୁକ୍ତ ଦୁଇରେ ନାମ ଲେଖିବା ପାଇଁ ସୁଯୋଗ ଦିଆଯିବ ତାହା ଏବେ ବଡ଼ ପ୍ରସଙ୍ଗ ଭାବେ ଗଣ ଶିକ୍ଷା ବିଭାଗ ସମନାରେ ଉଭା ହୋଇଛି ।
Published by: Anand ST Das
First published: June 26, 2021, 11:51 PM IST