News18 Odia Digital
କଟକ: ରାଜ୍ୟର ମ୍ୟାଟ୍ରିକ ପରୀକ୍ଷା ଫଳ (Odisha Class X results) ଆଜି ପ୍ରକାଶ ପାଇଛି । ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ଘୋଷଣା କରିଛନ୍ତି । ଦୁଇଟି ୱେବସାଇଟ୍ ଓ ଏସ୍.ଏମ୍.ଏସ୍.ରେ (SMS) ଛାତ୍ରଛାତ୍ରୀମାନଙ୍କୁ ଏହି ରେଜଲ୍ଟ (Odisha Matric Result) ମିଳିପାରିବ ।
ଏହି ଦୁଇଟି ୱେବସାଇଟ୍ ହେଉଛନ୍ତି
www.bseodisha.ac.in ଓ
www.bseodisha.nic.in. ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ପରୀକ୍ଷା ଫଳ ପାଇବାକୁ ଚାହିଁଲେ ସେମାନଙ୍କୁ OR01 (ରୋଲ ନମ୍ବର) ଲେଖି 5676750କୁ SMS କରିବାକୁ ହେବ ।
ଚଳିତ ବର୍ଷ ରାଜ୍ୟରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ । ଏ ବର୍ଷ ମାଟ୍ରିକ୍ ପାସ୍ ହାର ୭୮.୭୬% ରହିଛି । A1 ଗ୍ରେଡରେ ୧,୨୭୯ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । A2 ଗ୍ରେଡରେ ୮,୪୫୮ ଜଣ ପରୀକ୍ଷାର୍ଥୀ ଓ B1 ଗ୍ରେଡରେ ୧୮,୧୮୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । B2 ଗ୍ରେଡରେ ୩୧,୩୨୮ ଜଣ ଓ C4 ଗ୍ରେଡରେ ୯,୧୫୩ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ରାଜ୍ୟରେ ୬୭୮ଟି ସ୍କୁଲରେ ପାସ୍ ହାର (Odisha Matric Results) ଶତ ପ୍ରତିଶତ ରହିଛି । ୩୧ଟି ସ୍କୁଲରେ ପାସ୍ ହାର ଶୂନ୍ୟ ରହିଛି । ଏ ଥର ବି ମାଟ୍ରିକ୍ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ଛାତ୍ରଙ୍କ ପାସ ହାର ୭୭.୮% ଥିବା ବେଳେ ଛାତ୍ରୀଙ୍କ ପାସ ହାର ୮୧.୯୮% ରହିଛି ।
ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ
ଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।