News18 Odia Digital
Matric Result: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ (Matric Result)। ଏଥିସହ ଓପନ ସ୍କୁଲ ଓ ମଧ୍ୟମା ଫଳ ମଧ୍ୟ ପ୍ରକାଶ ପାଇବ। ଆଜି ସକାଳ ୧୦ଟାରେ ବୋର୍ଡ ସ୍କୁଲ ପରିସରରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲିକଙ୍କ ଉପସ୍ଥିତରେ ପ୍ରଥମେ ରେଜଲ୍ଟ ପୁସ୍ତିକା ଦ୍ୱାରା ଫଳ ଘୋଷଣା କରାଯିବ।
ଦିନ ୧୨ଟା ପରେ ବୋର୍ଡର ଦୁଇଟି ଯାକ ୱେବସାଇଟରେ
http://www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ। ତା ସହ ମୋବାଇଲରେ SMS ଜରିଆରେ ମଧ୍ୟ ଫଳ ଜାଣିପାରିବେ।
ଜାଣିବା ପାଇଁ ମୋବାଇଲ ମେସେଜକୁ ଯାଇ OR ସ୍ପେସ 01 ରୋଲ ନମ୍ବର ଲେଖି ତାହାକୁ ୫୬୭୬୭୫୦ରେ ମଧ୍ୟ ଜାଣିପାରିବେ। ଖାତା ମୂଲ୍ୟାୟନ ପାଇଁ ୫୫ଟି କେନ୍ଦ୍ରରେ ୧୩ ହଜାର ଶିକ୍ଷକ ନିୟୋଜିତ ହୋଇଥଲେ।
ଫରମେଟିଭି ଆସେସମେଣ୍ଟ ଓ ବୋର୍ଡ ଦ୍ବାରା ପରିଚାଳିତ ଦୁଇଟି ସମ୍ମେଟିଭି ଆସେସମେଣ୍ଟ ପରୀକ୍ଷା ଦେଇଥିଲେ। ଏଭଳି ବ୍ୟବସ୍ଥାରେ ପରୀକ୍ଷା ଏବଂ ମୂଲ୍ୟାଙ୍କନ କରାଯାଇଥିବାରୁ ଭଲ ମାର୍କ ରହିବ ବୋଲି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଆଶାବାଦୀ ଅଛନ୍ତି।
ପଢ଼ନ୍ତୁ ଏଙି ଖବର: ଡେଙ୍ଗା ମୁଖ୍ୟମନ୍ତ୍ରୀଙ୍କର ଛୋଟିଆ କାର: ଭି.କେ ପାଣ୍ଡିଆନପ୍ରଶ୍ନପତ୍ର ଭଲ ଆସିଥିଲା, ତେଣୁ ପରୀକ୍ଷା ଭଲ ହୋଇଛି। ଭଲ ମାର୍କ ରହିବ ବୋଲି ଛାତ୍ରଛାତ୍ରୀ ଆଶା ରଖିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଉଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିବା ବେଳେ ପାଖାପାଖି ୫ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ ପାରୀକ୍ଷା ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।