Matric Result: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ତାରିଖ ଘୋଷଣା କଲା ବୋର୍ଡ଼

Matric Result Date: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏଥିସହ ଓପନ ସ୍କୁଲ ଓ ମଧ୍ୟମା ଫଳ ମଧ୍ୟ ପ୍ରକାଶ ପାଇବ।

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Matric Result Date: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ (Matric Result Date)। ଏଥିସହ ଓପନ ସ୍କୁଲ ଓ ମଧ୍ୟମା ଫଳ ମଧ୍ୟ ପ୍ରକାଶ ପାଇବ। ଏନେଇ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।

୧୮ ତାରିଖ ସକାଳ ୧୦ଟା ବେଳେ ବୋର୍ଡ ସ୍କୁଲ ପରିସରରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲିକଙ୍କ ଉପସ୍ଥିତରେ ପ୍ରଥମେ ରେଜଲ୍ଟ ପୁସ୍ତିକା ଦ୍ୱାରା ଫଳ ଘୋଷଣା କରାଯିବ।

ଦିନ ୧୨ଟା ପରେ ବୋର୍ଡର ଦୁଇଟି ଯାକ ୱେବ ସାଇଟରେ www.bseodisha.ac.in ଓ www.bseodisha.nic.in ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ। ଏହାସହ ମୋବାଇଲରେ sms ଜରିଆରେ ମଧ୍ୟ ଫଳ ଜାଣିପାରିବେ।

ଜାଣିବା ପାଇଁ ମୋବାଇଲ ମେସେଜକୁ ଯାଇ OR ସ୍ପେସ 01 ରୋଲ ନମ୍ବର ଲେଖି ତାହାକୁ ୫୬୭୬୭୫୦ରେ ମଧ୍ୟ ଜାଣିପାରିବେ। ତେବେ ଚଳିତ ବର୍ଷ ୫ ଲକ୍ଷ ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥ ପରୀକ୍ଷା ଦେଇଛନ୍ତି। ସେହିପରି ଖାତା ମୂଲ୍ୟାୟନ ପାଇଁ ୫୫ଟି କେନ୍ଦ୍ର ରେ ୧୩ ହଜାର ଶିକ୍ଷକ ନିୟୋଜିତ ହୋଇଥଲେ।
Published by:Lipina Das
First published: