News18 Odia Digital
Matric Result Out now: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ତରଫରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି।
କଟକ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷାମନ୍ତ୍ରୀ ପ୍ରମିଳା ମଲିକ ନିଜେ ପୁସ୍ତକ ଉନ୍ମୋଚନ କରିବା ସହ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ ଚଳିତ ବର୍ଷ ଓଡ଼ିଶାର ମାଟ୍ରିକ ପାସ୍ ହାର ୯୬.୪୦ % ରହିଛି।
ଚଳିତ ବର୍ଷ ୫ ଲକ୍ଷ ୪୧ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ତେବେ ଚଳିତ ବର୍ଷ ମୋଟ ୩୨୨୨ ସ୍କୁଲରେ ରେଜଲ୍ଟ ଶତ ପ୍ରତିଶତ ରହିଥିବା ସୂଚନା ମିଳିଛି।
ମୋଟ ପାସ୍ ହାର ୯୬.୪୦ % ରହିଥିବା ବେଳେ ଏଥିରୁ ୪,୧୫୮ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡସ୍ପୋସ୍ କରିଛନ୍ତି। ଏହାବ୍ୟତୀତ ୨୯,୮୩୮ ଜଣ ପିଲା ଏ୨ ଗ୍ରେଡ ପାଇଥିବା ବେଳେ ବତି୧ରେ ୭୭,୫୬୭ ଏବଂ ବି୨ ଗ୍ରେଡରେ ୧,୧.୭୫୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ତେବେ ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୫.୦୮% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୩.୩୬%। ସେହିପରି କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯% ରେକର୍ଡ କରାଯାଇଛି।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୩ ମାଟ୍ରିକ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଛାତ୍ରଛାତ୍ରୀଙ୍କ ଏହି ରେଜଲ୍ଟ ଦିନ ୧୨ଟାରେ ୱେବସାଇଟରେ ଦେଖିପାରିବେ।
ନିଜ ମୋବାଇଲରୁ ପରୀକ୍ଷା ଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କଲେ ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ।
ପଢ଼ନ୍ତୁ ଏହି ଖବର: ପୁରୀରୁ ଆଜି ଗଡ଼ିବ ବନ୍ଦେ ଭାରତ; ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ PM ମୋଦିଏହା ବ୍ୟତୀତ ବୋର୍ଡର ୱେବ୍ସାଇଟ୍
http://www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ ଓ ମୋବାଇଲ ଏମଏସଏସ ଜରିଆରେ ଦିନ ୧୨ଟା ପରେ ପରୀକ୍ଷା ଫଳ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।