୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ; ଜାରି ହେଲା ପରୀକ୍ଷା ସୂଚୀ

Matric Exam: ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ମାର୍ଚ୍ଚ ୧୦ରେ ମାଟ୍ରିକ ସମ୍ମେଟିଭ-୨ ଓ ମାର୍ଚ୍ଚ ୧ରେ ଯୁକ୍ତ୨ ପରୀକ୍ଷା ହେବ। ଏନେଇ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେହିପରି ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି। ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀରେ ୧୦ ତାରିଖ ପ୍ରଥମ ଦିନ ଓଡ଼ିଆ ,୧୩ ରେ ଇଂରାଜୀ, ୧୪ରେ ତୃତୀୟ ଭାଷା, ୧୬ରେ ସାଧାରଣ ବିଜ୍ଞାନ ଓ ୧୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୨୦ ତାରିଖରେ ଗଣିତ ପରୀକ୍ଷା ହେବ। ଗଣିତ ପରୀକ୍ଷା ଦିନ ଅତିରିକ୍ତ ୧୫ ମିନିଟି ସମୟ ଦିଆଯିବ ବୋଲି ସୂଚନା ରହିଛି।

ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ ବୋଲି କୁହାଯାଉଛି। ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
Published by:Lipina Das
First published: