ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷାରେ ଆସୁଛି ସଂସ୍କାର; ବୋର୍ଡ଼ ବନେଇଛି ଏକ ନୂଆ ମୂଲ୍ୟାୟନ ବ୍ୟବସ୍ଥା

ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷାରେ ଆସୁଛି ସଂସ୍କାର; ବୋର୍ଡ଼ ବନେଇଛି ଏକ ନୂଆ ମୂଲ୍ୟାୟନ ବ୍ୟବସ୍ଥା

ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଘୋଷିତ ହେବାକୁ ଥିବା ନୂଆ ମୂଲ୍ୟାୟନ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ଛାତ୍ରଛାତ୍ରୀମାନଙ୍କୁ ଏହାର ସୁଫଳ ମିଳିବ ବୋଲି ଶିକ୍ଷାବିତମାନେ ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷାରେ ଆସୁଛି ସଂସ୍କାର; ବୋର୍ଡ଼ ବନେଇଛି ଏକ ନୂଆ ମୂଲ୍ୟାୟନ ବ୍ୟବସ୍ଥା
ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟ
  • News18 Odia
  • Last Updated: August 11, 2021, 4:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏଣିକି ଯଦି ଭବିଷ୍ୟତରେ କୌଣସି କାରଣରୁ ମ୍ୟାଟ୍ରିକ୍‌ ପରୀକ୍ଷା ବାତିଲ ହୁଏ ତେବେ ପରୀକ୍ଷାର୍ଥୀମାନଙ୍କୁ ଆଉ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ବାବଦରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ସମସ୍ୟାର ସମାଧନ ପାଇଁ ବିକଳ୍ପ ବ୍ୟବସ୍ଥା ବାହାର କରି ସାରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏଥି ପାଇଁ ବୋର୍ଡ଼ ପ୍ରସ୍ତୁତ କରିଛି ଏକ ନୂଆ ଆକଳନ ବ୍ୟବସ୍ଥା।

ଏହି ‘ସ୍କିମ୍‌ ଅଫ୍ ଆସେସମେଣ୍ଟ’ରେ ଉଭୟ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାମିଲ୍‌ କରାଯିବ । ଉଭୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପ୍ରତି ଶିକ୍ଷା ବର୍ଷରେ ମୋ’ଟ ଛଅଟି ପରୀକ୍ଷା ଦେବାକୁ ପଡ଼ିବ । ସେଥି ମଧ୍ୟରୁ ଚାରିଟି ଛୋଟ ପରୀକ୍ଷା ହେବ ଓ ଦୁଇଟି ବଡ଼ ପରୀକ୍ଷା ହେବ । ସ୍କୁଲ୍‌ ସ୍ତରରେ ହେବାକୁ ଥିବା ଏହି ପରୀକ୍ଷାଗୁଡ଼ିକର ସବୁ ତଥ୍ୟକୁ ସ୍କୁଲ୍‌ କର୍ତ୍ତୃପକ୍ଷ ବୋର୍ଡ଼କୁ ଦେବେ । ଫଳ ସ୍ବରୂପ ଯଦି କୌଣସି ସମୟରେ ନବମ ଶ୍ରେଣୀର ପରୀକ୍ଷା ହୋଇ ନ ପାରେ, ତେବେ ନବମ ଶ୍ରେଣୀର ଛଅଟି ପରୀକ୍ଷା ଆଧାରରେ ସେହି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାୟନ କରାଯାଇ ସେମାନଙ୍କ ଫଳାଫଳ ଧାର୍ଯ୍ୟ କରାଯିବ । ସେହିପରି ନବମ ଓ ଦଶମ ଶ୍ରେଣୀରେ ମୋ’ଟ ୧୨ଟି ପରୀକ୍ଷାର ଫଳାଫଳ ଆଧାରରେ ମାଟିକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଆସନ୍ତା ଶିକ୍ଷା ବର୍ଷରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ । ଏହା ଦ୍ବାରା ପରୀକ୍ଷା ବନ୍ଦ ହୋଇଗଲେ ମୁଲ୍ୟାୟନରେ ସମସ୍ୟା ହେବ ନାହିଁ । ଏହା ବ୍ୟତୀତ ବର୍ଷ ସାରା ବିଭିନ୍ନ ସମୟରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀମାନେ ବି ପାଠ ପଢ଼ା ସହିତ ସର୍ବଦା ସଂଶ୍ଳିଷ୍ଠ ରହିବେ ଓ ଆଉ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଏହି ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ଆମେ ସବୁ ପ୍ରସ୍ତୁତି ଶେଷ କରିସାରିଛୁ । ଆଗାମୀ ଦୁଇ ଦିନ ତିନି ମଧ୍ୟରେ ଏ ନେଇ ବିଦ୍ଧିବଦ୍ଧ ଘୋଷଣା କରାଯାଇପାରେ,’’ କହିଛନ୍ତି ବୋର୍ଡ଼ର ଜଣେ ବରିଷ୍ଠ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗର୍ଲଫ୍ରେଣ୍ଡଙ୍କ ବିଷୟରେ ପ୍ରଶ୍ନକୁ ନେଇ ଲାଜେଇ ଯାଉଛନ୍ତି ନୀରଜ ଚୋପ୍ରା; ଅଛି ତାଙ୍କ ମନ ଭିତରେ?

ଏହି ନୂଆ ବ୍ୟବସ୍ଥାର ଖସଡ଼ା ପ୍ରସ୍ତୁତ କରିବା ପାଇଁ ବୋର୍ଡ଼ ବହୁ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ ସହିତ ପରାମର୍ଶ କରିଥିଲା । ୨୦୧୯-୨୦ ଶିକ୍ଷା ବର୍ଷରେ କୋଭିଡ୍‌ ଯୋଗୁଁ ବହୁ ବାଧା ବିଘ୍ନ ମଧ୍ୟରେ ମ୍ୟାଟ୍ରିକ ପରୀକ୍ଷା ସମ୍ପନ୍ନ ହୋଇଥିଲା । କୋଭିଡ ସ୍ଥିତି ଆହୁରି ବିଗିଡ଼ି ଯିବାରୁ ୨୦୨୦-୨୧ ଶିକ୍ଷା ବର୍ଷରେ ମ୍ୟାଟ୍ରିକ୍‌ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଲା । ଫଳ ସ୍ବରୂପ ନବମ ଓ ଦଶମ ଶ୍ରେଣୀରେ ସ୍କୁଲ୍‌ ସ୍ତରରେ ହୋଇଥିବା ପରୀକ୍ଷାର ଫଳାଫଳକୁ ଆଧାର କରି ଚଳିତ ବର୍ଷ ମ୍ୟାଟ୍ରିକ ଫଳାଫଳ ପ୍ରକାଶ କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନୀରଜ ଚୋପ୍ରାଙ୍କ ଦ୍ୱାରା ପ୍ରଭାବିତ ହେଲେ ରାଖୀ ସାୱନ୍ତ; ରାସ୍ତା ଉପରେ ଜାଭେଲିନ୍ ଫିଙ୍ଗିଲେ

କିନ୍ତୁ ମୂଲ୍ୟାୟନ ସମୟରେ ଅଧିକାଂଶ ସ୍କୁଲ୍‌ କର୍ତ୍ତୃପକ୍ଷ ନବମ ଓ ଦଶମ ଶ୍ରେଣୀର ସ୍କୁଲ୍‌ ସ୍ତରର ପରୀକ୍ଷାଗୁଡ଼ିକୁ ସମ୍ପନ୍ନ କରି ନ ଥିବା ଜଣା ପଡ଼ିଥିଲା । ଯେଉଁ ସ୍କୁଲଗୁଡ଼ିକ ଏହି ସବୁ ପରୀକ୍ଷା କରାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ୍‌ ପାଖରେ ସେହି ପରୀକ୍ଷାର ଫଳାଫଳର ରେକର୍ଡ଼ ଉପଲବ୍ଧ ନ ଥିଲା । ଏହା ସହିତ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ଚଳିତ ବର୍ଷର ବିନା ପରୀକ୍ଷାରେ ବାହାରିଥିବା ମ୍ୟାଟ୍ରିକ୍‌ ଫଳାଫଳ ବ୍ୟବସ୍ଥା ଅଧିକ ବିବାଦୀୟ ହୋଇ ପଡ଼ିଥିଲା ।



ହେଲେ ଆସୁଥିବା ନୂଆ ସ୍କିମ୍‌ ଅଫ୍‌ ଆସେସମେଣ୍ଟ୍‌ ବ୍ୟବସ୍ଥାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଗଲେ ଛାତ୍ରଛାତ୍ରୀମାନଙ୍କୁ ଏହାର ସୁଫଳ ମିଳିପାରିବ ବୋଲି ଶିକ୍ଷାବିତମାନେ ଆଶା ପ୍ରକାଶ କରିଛନ୍ତି ।
Published by: Anand ST Das
First published: August 10, 2021, 10:23 PM IST