Matric Exam: କଣ ପୁଣି ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା?

Matric Exam Format: ପୁରୁଣା ଢାଞ୍ଚାକୁ ଫେରିପାରେ ମାଟ୍ରିକ୍ ପରୀକ୍ଷା। ଏଣିକି ଦଶମ ଶ୍ରେଣୀରେ ଥରେ ବୋର୍ଡ ପରୀକ୍ଷା ଦେଇପାରନ୍ତି ପରୀକ୍ଷାର୍ଥୀ।

କଣ ପୁଣି ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା?

କଣ ପୁଣି ପୁରୁଣା ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା?

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: ଗୁରୁବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ (Matric Exam Result)। ଏବର୍ଷ ରେଜଲ୍ଟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ବୋର୍ଡ ଇତିହାସରେ ୯୬ ପ୍ରତିଶତରୁ ଅଧିକ ରେଜଲ୍ଟ ପୂର୍ବରୁ କେବେ ହୋଇ ନଥିଲା।

ଦଶମ ଶ୍ରେଣୀ ଓଡ଼ିଆ ମାଧ୍ୟମ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ରେଜଲ୍ଟ ହେବ, ଏକଥା ଶିକ୍ଷକ, ଶିକ୍ଷାବିତ୍ ନା, ଅଭିଭାବକ କେହି କେବେ ଚିନ୍ତା ବି କରି ନଥିଲେ। ରେକର୍ଡ ରେଜଲ୍ଟ ହେବା ନେଇ ଏକାଧିକ କାରଣ ଦର୍ଶାଇଛନ୍ତି ଶିକ୍ଷାବିତ୍‌। ମାଟ୍ରିକ ପରୀକ୍ଷାରେ ଢାଞ୍ଚାଗତ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେମାନେ କହିଛନ୍ତି।

ପୁରୁଣା ଢାଞ୍ଚାକୁ ଫେରିପାରେ ମାଟ୍ରିକ୍ ପରୀକ୍ଷା। ଏଣିକି ଦଶମ ଶ୍ରେଣୀରେ ଥରେ ବୋର୍ଡ ପରୀକ୍ଷା ଦେଇପାରନ୍ତି ପରୀକ୍ଷାର୍ଥୀ। ସମ୍ମେଟିଭ ଆସେସମେଣ୍ଟ -୧ ଓ ସମେଟିଭ ଆସେସମେଣ୍ଟ-୨ ମିଶି ଗୋଟିଏ ପରୀକ୍ଷା ଦେଇପାରନ୍ତି ଶିକ୍ଷାର୍ଥୀ। ଏ ସମ୍ପର୍କରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ୍ କଟକ ସ୍ଥିତ ବୋର୍ଡ କାଯ୍ୟାଳୟରେ ଗତକାଲି ସୂଚନା ଦେଇଥିଲେ।

କୋଭିଡ ମହାମାରୀ ସମୟରେ ପୂର୍ବ ପ୍ରଚଳିତ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ପରିବବର୍ତ୍ତନ କରାଯାଇଥିଲା କୋଭିଡ ମହାମାରୀ ଯୋଗୁ ୨୦୨୦ରେ ଶ୍ରେଣୀଗୃହରେ ପାଠପଢ଼ା ଉପରେ ରୋକ୍ ଲାଗିଥିଲା।

ସେହିପରି ଏବର୍ଷ ମାଟ୍ରିକ ରେଜଲ୍ଟ ପିଲାଙ୍କୁ କରି ଦେଇଛି ଖୁସି । ସମସ୍ତଙ୍କ ମୁହଁରେ ହସ । କାରଣ ଏଥର ମାଟ୍ରିକ ପରୀକ୍ଷାଫଳ କରିଛି ସର୍ବକାଳୀନ ରେକର୍ଡ । ବୋର୍ଡ ଇତିହାସରେ ୯୬ ପ୍ରତିଶତରୁ ଅଧିକ ରେଜଲ୍ଟ ପୂର୍ବରୁ କେବେ ହୋଇ ନଥିଲା।

ଦଶମ ଶ୍ରେଣୀ ଓଡ଼ିଆ ମାଧ୍ୟମ ପରୀକ୍ଷାରେ ୯୫ ପ୍ରତିଶତରୁ ଅଧିକ ରେଜଲ୍ଟ ହେବ, ଏକଥା ଶିକ୍ଷକ, ଶିକ୍ଷାବିତ୍, ଅଭିଭାବକ କେବେ ବି ଚିନ୍ତା ମଧ୍ୟ କରି ନଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯେଉଁ ମୂଲ୍ୟାୟନ କରାଯାଇଛି, ସେଥିରେ ବୈପ୍ଲବିକ ପରିବର୍ତ୍ତନ ହୋଇଛି।

ରେକର୍ଡ ରେଜଲ୍ଟ ହେବା ନେଇ ଶିକ୍ଷାବିତମାନେ ଏକାଧିକ କାରଣ ଦର୍ଶାଇଛନ୍ତି। ଶିକ୍ଷାବିତ ସୁରେନ୍ଦ୍ର ମହାନ୍ତି କହିଛନ୍ତି ଯେ କୋରୋନା ପରଠାରୁ ମାଟ୍ରିକ ପରୀକ୍ଷାରେ ଯେଉଁ ଢାଞ୍ଚାଗତ ପରିବର୍ତ୍ତନ ହେଲା, ସେଥିପାଇଁ ପରୀକ୍ଷାଫଳ ଆଶାତୀତ ଭଲ ହେଉଛି। ସମ୍ମେଟିଭ-୧ ଓ ସମ୍ମେଟିଭ୍- ୨ ପରୀକ୍ଷା, ଇଂରାଜୀ ମିଡିୟମ ପାଠ୍ୟକ୍ରମ ବା CBSE ପାର୍ଟନରେ ହେଉଛି। ସମ୍ମେଟିଭ୍‌ ପାର୍ଟନରେ ଅଧିକ ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ରହୁଛି। ଯେଉଁଥିପାଇଁ ପିଲାମାନେ ଅଧିକ ନମ୍ବର ରଖିପାରୁଛନ୍ତି।

ସମ୍ମେଟିଭ୍ ପରୀକ୍ଷା ପାର୍ଟନ ଯୋଗୁଁ ପାସ୍ ହାର୍ ଅଧିକ ରହିବା କଥାକୁ ସମସ୍ତେ ସ୍ବୀକାର କରିଛନ୍ତି। ଏଥିସହ ଶିକ୍ଷାବିତ୍ ଯୁଗଳ କିଶୋର ମହାନ୍ତି ଆଉ କିଛି କାରଣ ଦର୍ଶାଇଛନ୍ତି।

କାରଣ ନଂ-୧- ବର୍ତ୍ତମାନର ଯେଉଁ ଟ୍ରେଣ୍ଡ ଦେଖାଯାଉଛି, ସେଥିରେ ପ୍ରତ୍ୟେକ ଅଭିଭାବକ ସେମାନଙ୍କ ପିଲାଙ୍କ ପାଠପଢ଼ା ନେଇ ବେଶ୍ ଯତ୍ନଶୀଳ ହେଉଛନ୍ତି। ଯଥେଷ୍ଟ ଧ୍ୟାନ ମଧ୍ୟ ଦେଉଛନ୍ତି।

ଦ୍ବିତୀୟ କାରଣ ହେଲା- ଦୁଇ ବର୍ଷ କାଳ କୋରୋନା ଯୋଗୁଁ ଶ୍ରେଣୀଗୃହ ଶିକ୍ଷାରୁ ପିଲାମାନେ ଦୂରେଇ ରହିଥିଲେ। ତେଣୁ ସ୍କୁଲ ଯାଇ ପାଠ ପଢ଼ିବାକୁ ସେମାନଙ୍କ ଭିତରେ ପ୍ରବଳ ଆଗ୍ରହ ଥିଲା। ୨୦୨୧-୨୦୨୨ ଶିକ୍ଷାବର୍ଷରେ ପିଲାମାନେ ସ୍କୁଲକୁ ଆସି ଅତ୍ୟନ୍ତ ନିଷ୍ଠାର ସହ ପାଠ ପଢ଼ିଥିବା ମନେହୁଏ।

ଅନ୍ୟତମ କାରଣ ହେଲା- ସ୍କୁଲଗୁଡ଼ିକ ଭିତରେ ଭଲ ରେଜଲ୍ଟ କରିବା ନେଇ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ିଗଲାଣି। ତେଣୁ ସ୍କୁଲଗୁଡ଼ିକ ଉନ୍ନତ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି।

ଗତବର୍ଷ ତୁଳନାରେ ଚଳିତବର୍ଷ ପାସ ହାର ୬ ପ୍ରତିଶତ ବୃଦ୍ଧି ପାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଥିବା ବୋର୍ଡ କହିଛି । ତେବେ ଆଗକୁ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପୁଣି ପରିବର୍ତ୍ତନ କରିବା ନେଇ ବିଚାର ବିମର୍ଶ ଚାଲିଥିବା ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଖୁବ୍ ଶୀଘ୍ର ଏ ବାବଦରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇପାରେ ।

ପଢ଼ନ୍ତୁ ଏହି ଖବର:  Mo Bus Service: ଏହି ୩ ଜିଲ୍ଲାକୁ ଗଡ଼ିବ ମୋ ବସ; ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ମାଟ୍ରିକ ପରୀକ୍ଷାରେ ସର୍ବକାଳୀନ ରେକର୍ଡ। ଶତପ୍ରତିଶତ ରେକର୍ଡ କରିଥିବା ସ୍କୁଲ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଇଂରାଜୀ ମାଧ୍ୟମ ପାଠ୍ୟକ୍ରମ ସହ ତାଳ ଦେଇ ଆଗେଇବାକୁ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପାଠ୍ୟକ୍ରମ ଓ ପରୀକ୍ଷାରେ ଉଲ୍ଲେଖନୀୟ ପରିବର୍ତ୍ତନ କରିବା, ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ପାଇଁ ଶୁଭଙ୍କର ବୋଲି ଶିକ୍ଷାବିତ ମହଲରେ ମତ ଆସୁଛି।
Published by:Lipina Das
First published: