ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)
News18 Odia Digital
ମୋବାଇଲ ଫୋନ ଚୋରି କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଚପଲ ମାଳ ପିନ୍ଧାହୋଇ ଟ୍ରକ ସାମ୍ନାରେ ବନ୍ଧା ହୋଇଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ ପୋଲିସ ସୀମା ଅନ୍ତର୍ଗତ ଭୁଟାମୁଣ୍ଡାଇ ବ୍ରିଜରେ ଏହି ଘଟଣା ଘଟିଛି ଓ ସୋସିଆଲ ମିଡ଼ିଆରେ ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହୋଇଛି।
ଗାଡ଼ିରୁ ମୋବାଇଲ୍ ଫୋନ୍ ଚୋରି କରିବା ପରେ ସେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟକ୍ତି ଜଣକ ଧରାପଡ଼ିଥିଲେ। ଏହା ପରେ, ଯାତ୍ରୀମାନେ ତାଙ୍କୁ ଚପଲ ମାଳ ପିନ୍ଧାଇ ଟ୍ରକ ଆଗରେ ବାନ୍ଧି ଦେଇଥିଲେ।
ଭିଡ଼ିଓ ଭାଇରାଲ ହେଉଛି
ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବାସିନ୍ଦା ଏହି ଘଟଣାର ଏକ ଭିଡ଼ିଓ ସୁଟିଂ କରିଥିବା ଅଭିଯୋଗ ହୋଇଛି ଓ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏ ବାବଦରେ ଏପର୍ଯ୍ୟନ୍ତ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।