ଭାରତ ବନ୍ଦ: ରାଜ୍ୟରେ ଗୋଟିଏ ଦିନରେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହେଲା

ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ ରାଜ୍ୟର ପ୍ରାୟ ୫୦ ବ୍ୟବସାୟୀ ସଙ୍ଘ । ଗୋଟିଏ ଦିନର ଏହି ବନ୍ଦ ଯୋଗୁଁ ରାଜ୍ୟ ସରକାର ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ । GSTର ସରଳୀକରଣ ପାଇଁ କେନ୍ଦ୍ର ଉପରେ ଚାପ ବଢ଼ୁଛି ।

ଭାରତ ବନ୍ଦ: ରାଜ୍ୟରେ ଗୋଟିଏ ଦିନରେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହେଲା
ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ ବନ୍ଦ ରହିଥିଲା ।
  • News18 Odia
  • Last Updated: February 26, 2021, 11:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶୁକ୍ରବାର ଦିନ ଭାରତ ବନ୍ଦ ଯୋଗୁଁ ରାଜ୍ୟରେ ଦିନକରେ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ ସରକାର । ସର୍ଭଭରତୀୟ ବ୍ୟବସାୟୀ ମହାସଙ୍ଘକ ଡାକରାରେ ବନ୍ଦ ପାଳନ କରିଥିଲା ଓଡି଼ଶା ବ୍ୟବସାୟୀ ମହାସଙ୍ଘ । ଏହି ବନ୍ଦ ଯୋଗୁଁ ରାଜ୍ୟରେ ପ୍ରାୟ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍‌ ହୋଇଥିବା କହିଛି ମହାସଙ୍ଘ।

ଜି.ଏସ୍‌.ଟି. ସରଲୀକରଣ ଓ ଖାଦ୍ୟ ନିରାପତ୍ତା ମାନ ଆଇନରେ ଥିବା ଜରିମାନା ବ୍ୟବସ୍ଥାର ଉଚ୍ଛେଦ ସହ ବିଭିନ୍ନଅନ୍ୟ କେତେକ ଦାବି ନେଇ ଏହି ବନ୍ଦ ପାଳନ କରିଥିଲା ବ୍ୟବସାୟୀ ମହାସଙ୍ଘ । ବନ୍ଦ ଯୋଗୁଁ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ଗାଡି଼ ଚଳାଚଳ ବି ସମାନ୍ୟ ବାଧାପ୍ରାପ୍ତ ହୋଇଥିଲା । ସାଧାରଣ ଲୋକେ ବି ସାମାନ୍ୟ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋପାଖରେ ସବୁ କିଛି ଅଛି, ହେଲେ…’’

ଏହି ବନ୍ଦକୁ ଓଡ଼ିଶା ବ୍ୟବସାୟୀ ସଙ୍ଘ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଥିଲା । ଓଡି଼ଶା ବ୍ୟବସାୟୀ ସଙ୍ଘର ଡାକରାରେ ସ୍ବତଃସ୍ଫୁର୍ତ୍ତ ଭାବେ ଦୋକାନ ଛୋଟଠୁ ବଡ଼ ବ୍ୟବସାୟୀ ବନ୍ଦରେ ସାମିଲ ହୋଇଥିଲେ । ବିଶେଷ କରି ରାଜଧାନୀର ପ୍ରମୁଖ ସ୍ଥାନ ମାର୍କେଟ ବିଲ୍ଡିଂ, ବାପୁଜିନଗର ଓ ୪ ନମ୍ବର ମାର୍କେଟ ସମ୍ପୂର୍ଣ୍ଣ ଶୁନସାନ୍‌ ଥିଲା । କେବଳ ଏହି ସ୍ଥାନ ନୁହେଁ, ପୁରା ରାଜଧାନୀରେ ଦୋକାନ ବଜାର ବନ୍ଦ ରହିଥିଲା । କୌଣସି ସ୍ଥାନରେ ସେପରି ଅପ୍ରୀତିକର ପରିସ୍ଥିତି ଉପୁଜି ନ ଥିଲେ ବି ସବୁଠି ବାରି ହୋଇପଡୁଥିଲା ବନ୍ଦର ପ୍ରଭାବ ।

ଭାରତ ବନ୍ଦ ବେଳେ ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତାର ଦୃଶ୍ୟ


ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ ପ୍ରାୟ ୫୦ ବ୍ୟବସାୟୀ ସଙ୍ଘ । ଗୋଲଡ ଜୁଏଲାରୀ ସଙ୍ଘ, ପ୍ଲାଏ ଉଡ଼ ସଙ୍ଘ, କ୍ଲଥ ମର୍ଚଣ୍ଟ ସଙ୍ଘ ଓ ଉଠା ଦୋକାନୀ ସଙ୍ଘ ଆଦି ସଙ୍ଗଠନ ବନ୍ଦ ପାଳନ କରି ପ୍ରତିବାଦ କରିଥିଲେ । ବସ୍‌ ମାଲିକ ସଙ୍ଘ, ପେଟ୍ରୋଲିଅମ୍‌ ଡିଲର୍‌ ସଙ୍ଘ ଓ ଟ୍ରକ ମାଲିକ ସଙ୍ଘ ପ୍ରମୁଖ ବନ୍ଦରେ ସାମିଲ ହୋଇ ନ ଥିଲେ ବି ନୈତିକ ସମର୍ଥନ ଜଣାଇଥିଲେ । କିନ୍ତୁ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ପରି ଅତ୍ୟାବଶକୀୟ ସାମଗ୍ରୀର ସ୍ଥାନ ଖୋଲା ରହିଥିଲା । ଗାଡି଼ ମୋଟର ସମ୍ପୂର୍ଣ୍ଣ ବନ୍ଦ ରହି ନ ଥିଲେ କିଛି ସ୍ୱତଃସ୍ଫୁର୍ତ୍ତ ଭାବେ ବନ୍ଦ ରହିଥିବାରୁ ସମସ୍ୟା ଭୋଗିଥିଲେ ସାଧାରଣ ଲୋକେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

‘‘ଏହି ବନ୍ଦ ଯୋଗୁଁ ସାରା ରାଜ୍ୟରେ ପ୍ରାୟ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ଠପ୍‌ ହୋଇଯାଇଛି । ଏଥି ଯୋଗୁଁ ସରକାର ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ । ଆଜି ବନ୍ଦକୁ ସମସ୍ତ ବ୍ୟବସାୟୀ ଓ ଲୋକେ ସ୍ବତଃସ୍ଫୁର୍ତ୍ତ ସମର୍ଥନ କରିଥିଲେ । ପ୍ରାୟ ୨୦ ଲକ୍ଷ ବ୍ୟାବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା । ସବୁ ଆଡେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ହୋଇଥିଲା । ଲୋକଙ୍କ ସମସ୍ୟା ପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ,’’ କହିଛନ୍ତି ଓଡିଶା ବ୍ୟବସାୟୀ ମହାସଙ୍ଘର ମହାସଚିବ ସୁଧାକର ପଣ୍ଡା ।

ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା

ଏହି ବନ୍ଦ ପାଳନ ସରକାରଙ୍କ ଉପରେ ଚାପ ପକାଇବ ବୋଲି ଆଶା କରୁଛନ୍ତି ଦେଶର ବ୍ୟବସାୟୀମାନେ । ‘‘ଆଗାମୀ ଦିନରେ ସରକାର ନ ଚେତିଲେ ଗୁରୁତର ସ୍ଥିତି ଉପୁଜିବ,’’ କହିଛନ୍ତି ପଣ୍ଡା ।



‘‘ଜି.ଏସ୍‌.ଟି. ଲାଗୁ କରିବା ବେଳେ ସରକାର ବହୁତ କଥା କହିଥିଲେ । କିନ୍ତୁ ଏହାରି ଭିତରେ ବାରମ୍ବାର ନିୟମ ପରିବର୍ତ୍ତନ କରାଯାଉଛି । ଏହା ଫଳରେ ବ୍ୟବସାୟୀଙ୍କ ସହ ସାଧାରଣ ଲୋକଙ୍କ ପକେଟକୁ ଘୋର ବାଧୁଛି । ଆଜି ବନ୍ଦ ପାଳନ ସରକାରଙ୍କ ଉପରେ ନିଶ୍ଚୟ ଚାପ ପକାଇବ,’’ କହିଛନ୍ତି ମର୍ଚଣ୍ଟ ଅସୋସିଏସନ ସମ୍ପାଦକ ।
Published by: Anand Shankar Thankur Das
First published: February 26, 2021, 11:27 PM IST