ଯାଜପୁର ମାନବକୃତ ଘାଇ ଓ ବନ୍ୟା: BJD ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କଲେ

କେଲୁଅ ନଦୀ ବନ୍ଧକୁ ଡିନାମାଇଟ ଲଗାଇ ଭାଙ୍ଗି ଦିଆଯାଇଥିବାରୁ ସୃଷ୍ଟି ହୋଇଥିବା ୩୦୦ ଫୁଟର ଘାଇ ଯୋଗୁଁ ରାତି ଅଧରେ ଆସିଥିବା ଆକସ୍ମିକ ବନ୍ୟାରେ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଥିଲେ ୫୦ ହଜାରରୁ ଅଧିକ ଲୋକ ।

ଯାଜପୁର ମାନବକୃତ ଘାଇ ଓ ବନ୍ୟା: BJD ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କଲେ
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ; (ଡାହାଣ) ବନ୍ୟ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: October 24, 2020, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯାଜପୁର ଜିଲ୍ଲାର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ସୃଷ୍ଟି ଘଟଣାରେ ଶାସକ ଦଳ ବିଜେଡିର ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଛଅ ଜଣଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ବିଧାୟକଙ୍କ ସମେତ ଯାଜପୁର ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଜାରକା ଜଳ ସେଚନ ବିଭାଗର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ନୋଟିସ୍ ହୋଇଛି । ଆସନ୍ତା ଛଅ ସପ୍ତାହ ଭିତରେ ଉତ୍ତର ରଖିବାକୁ ନୋଟିସ୍‌ରେ କୁହାଯାଇଛି।

କେଳୁଅ ନଦୀବନ୍ଧକୁ ଡିନାମାଇଟ ବିସ୍ଫୋରଣ କରି ଭାଙ୍ଗିବା ପଛରେ କାହାର ହାତ ରହିଛି ଓ କ’ଣ କାରଣ ଥାଇପାରେ ତାକୁ ନେଇ ଖୋଲତାଡ଼ କରୁଛି ଲୋକାୟୁକ୍ତ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଛଅ ଜଣଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି । ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି ।

‘‘ମାମୁଁ ଭଣଜା’’ଙ୍କୁ ଲୋକାୟୁକ୍ତ ନୋଟିସ କରିବା ପରେ ପ୍ରମାଣ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି । ବିଜେପି କହିଛି ଯେ ଦୋଷୀ ସାବ୍ୟସ୍ତ କରିବା ପାଇଁ ରହିଛି ଯଥେଷ୍ଟ ପ୍ରମାଣ । ବିଜେଡି କହିଛି ଯେ ଲୋକାୟୁକ୍ତ ପରି ସାମ୍ବିଧାନିକ ବ୍ୟବସ୍ଥାରେ କେବଳ ଅଭିଯୋଗ କରିଦେଲେ କେହି ଜଣେ ଦୋଷୀ ସାବ୍ୟସ୍ତ ହୋଇଯାଏ ନାହିଁ ।

ଲୋକାୟୁକ୍ତ ଜଷ୍ଟିସ୍ (ରିଟାୟର୍ଡ଼) ଅଜିତ ସିଂ


ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର କେଲୁଅ ନଦୀ ବନ୍ଧରେ ଅଗଷ୍ଟ ବନ୍ୟା ସମୟରେ ମନୁଷ୍ଯକୄତ ଘାଇ ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇଥିଲା । ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରା ସେପ୍ଟେମ୍ବର ୮ରେ ଏ ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ । ନୋଟିସ ଜାରି ହୋଇଥିବା ଛଅ ଜଣଙ୍କୁ ଲୋକାୟୁକ୍ତ ଛଅ ସପ୍ତାହ ମଧ୍ୟରେ ଲିଖିତ ଭାବରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

‘‘ସେଠାକାର ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ଜେଇ ନରେନ ଜେନା ଏଥି ପାଇଁ ଦାୟୀ । ମୁଁ ସ୍ପଟକୁ ଯାଇ ଦେଖିଛି । ଡିନାମାଇଟ ଲଗାଇ ନଦୀ ବନ୍ଧକୁ ଭଙ୍ଗା ଯାଇଥିଲା । ମାତ୍ର ଆଠ ମାସ ତଳେ ରୋଡ଼ ହେଇଥିଲା । ସେଥି ପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ତିଆରି କଲେ ୫୦ କୋଟି ଟଙ୍କା ଲାଗିବ । ନୋଟିସ ହେଇଛି । ଅନୁସନ୍ଧାନ ହେବ । ହେଲେ ଏହି ଅନୁସନ୍ଧାନର କିଛି ମୂଲ୍ୟ ରହିବ ବୋଲି ଲାଗୁନି । ମାମୁଁ ଓ ଭଣଜା ଖସି ଯିବେ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ସୁରେଶ ରାଉତରାୟ ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାର କହିଛନ୍ତି ଏକ ଘାଇକୁ ଡିନାମାଇଟ ଲଗେଇ ଉଡ଼େଇବା ଏକ ଜଘନ୍ୟ ଅପରାଧ । ‘‘ଏହି ମାମଲାରେ ଅପରାଧୀଙ୍କ ବିରୋଧରେ NSA ଲଗାଯିବ କଥା । ବିଧାୟକ ପ୍ରଣବ ବଲବନ୍ତରାୟ ଓ ତାଙ୍କ ମାମୁଁ ଜେଇ ନରେନ ଜେନା ଅପରାଧୀ ଥିଲେ ମଧ୍ୟ ସରକାର ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରୁଥିଲେ । ଲୋକଯୁକ୍ତ ଏହାର ଗୁରୁତ୍ୱକୁ ବୁଝିଛନ୍ତି ଓ ଉଭୟଙ୍କୁ ପକ୍ଷ ରଖିବା ପାଇଁ ନୋଟିସ କରିଛନ୍ତି । ଦେଶରେ ଆଇନ ଓ ବିଭିନ୍ନ ଫୋରମ ଅଛି ଯେଉଁଥିରେ ରାଜ୍ୟ ସରକାର ନିଜ ଅପରାଧକୁ ଲୁଚେବାକୁ ଚେଷ୍ଟା କଲେ ବି ସତ୍ୟ ସାମ୍ନା କୁ ଆସିବ ଓ ଦୋଷୀ ଦଣ୍ଡ ପାଇବେ । ଆମେ ସବୁ ତଥ୍ୟ ପ୍ରମାଣ ଦେଇ ସାରିଛୁ । ଆଗକୁ ମଧ୍ୟ ଦେବୁ । ଏଥିରୁ କେହି ଖସି ପାରିବେନି,’’ କହିଛନ୍ତି ସାମନ୍ତସିଂହାର ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲା

ଏହି ମାମଲାରେ ଅଭିଯୁକ୍ତ ବିଧାୟକ ପ୍ରଣବ ବଳବନ୍ତରାୟ କିଛି କହିବାକୁ ମନା କରିଦେଇଥିବା ବେଳେ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି, ‘‘ଅଭିଯୋଗ ବହୁତ ସମୟରେ ହୁଏ । କିନ୍ତୁ ଅଭିଯୋଗ ସାବ୍ୟସ୍ତ ହେବା ଦରକାର । ଲୋକାୟୁକ୍ତ ଏକ ଜୁଡିସିଆଲ ବଡ଼ି । କେନ୍ଦ୍ରୀୟ ଆଇନ ବଳରେ ଏହା ପ୍ରତିଷ୍ଠା କରାଯାଇଛି । ଅଭିଯୋଗର ବିଚାର ହେବାକୁ ଦିଆଯାଉ । ତା’ପରେ ସତ୍ୟ ଆପେ ପଦାକୁ ଆସିବ । ସବୁ କ୍ଷେତ୍ରରେ ସନ୍ଦେହ କଲେ ଆମେ ସତ୍ୟ ଜାଣି ନ ପାରି କୁହେଳିକା ଭିତରେ ରହିଯିବା ।’’

କେଲୁଅ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ପରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହାକୁ ମନୁଷ୍ୟକୃତ ଘାଇ ବୋଲି କହିଥିଲେ ଓ ଏହୀ ଘଟଣାରେ ଥାନାରେ ଏକ ମାମଲା ବି ରୁଜୁ ହୋଇଥିଲା । ଯାଜପୁର ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱର ଠାରୁ ବୁଢ଼ାଲିଙ୍ଗ ଓ ମଝିପଡ଼ାକୁ ସଂଲଗ୍ନ କରୁଥିବା ଜଳସେଚନ ରାସ୍ତାକୁ ଡିନାମାଇଟ୍ ଲଗାଇ ରାମପୁରଠାରେ ଉଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଫଳରେ ଅଗଷ୍ଟ ମାସରେ ଆସିଥିବା ବନ୍ୟାରେ ଚାଷ ଜମି ଓ ଲୋକଙ୍କ ଘର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ।



କେଲୁଅ ନଦୀରେ ସୃଷ୍ଟି ହୋଇଥିବା ୩୦୦ ଫୁଟର ଘାଇ ମନୁଷ୍ୟକୃତ ବୋଲି ଖୋଦ୍ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ସ୍ୱୀକାର କରିବା ପରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏ ନେଇ ଥାନାରେ ଏତାଲା ଦେଇଥିଲେ । ମନୁଷ୍ୟକୃତ ଘାଇ ଯୋଗୁଁ ରାତି ଅଧରେ ଆସିଥିବା ଆକସ୍ମିକ ବନ୍ୟାରେ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଥିଲେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ । ଧର୍ମଶାଳା ବ୍ଲକର ସାତଟି ପଞ୍ଚାୟତ ଓ କଣ୍ଟିଗଡ଼ଇା ପଞ୍ଚାୟତ ଚାରି ଦିନ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିଲା ।
Published by: Anand Shankar Thankur Das
First published: October 24, 2020, 7:01 PM IST
corona virus btn
corona virus btn
Loading