ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଆଗୁଆ; ବିରୋଧୀ କହିଲେ 'ବାହାସ୍ଫୋଟ'

ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ଭଳି ସଙ୍କଟ ସମୟରେ ମଧ୍ୟ ଓଡ଼ିଶା ସରକାର ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର କରିବାରେ ସଫଳ ହୋଇଛି । ଯାହା ଗତ ଆର୍ଥିକ ବର୍ଷରେ ହୋଇଥିବା ଗୃହ ନିର୍ମାଣଠାରୁ ଦୁଇ ଗୁଣରୁ ଅଧିକ ।

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଆଗୁଆ; ବିରୋଧୀ କହିଲେ 'ବାହାସ୍ଫୋଟ'
ଗ୍ରାମୀଣ ଗୃହ ନିର୍ମାଣ ଯୋଜନା
  • News18 Odia
  • Last Updated: August 31, 2020, 3:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳ ରୂପାୟନ କ୍ଷେତ୍ରରେ ଓଡିଶା ଦେଶରେ ଆଗୁଆ । ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କାଘର ନିର୍ମାଣ ସରିଛି । ଏପରିକି କେନ୍ଦ୍ରୀୟ ଓ ରାଜ୍ୟ ଅନୁଦାନ ୧୮ ହଜାର ୮୩୭ କୋଟି ଟଙ୍କା ମଧ୍ୟରୁ ରାଜ୍ୟ ସରକାର ୧୭ ହଜାର ୩୧୫ କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର ଏମିତି କିଛି ସଫଳତା ବଖାଣିଛନ୍ତି ।

କରୋନା ମହାମାରୀ ଭଳି ସଙ୍କଟ ସମୟରେ ମଧ୍ୟ ଓଡ଼ିଶା ସରକାର ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର କରିବାରେ ସଫଳ ହୋଇଥିବା ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି । ଗତ ଆର୍ଥିକ ବର୍ଷରେ ହୋଇଥିବା ଗୃହ ନିର୍ମାଣଠାରୁ ଏହା ଦୁଇ ଗୁଣରୁ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ମହାମାରୀ ଭଳି ସଙ୍କଟ ସମୟରେ ମଧ୍ୟ ଓଡ଼ିଶା ସରକାର ଗ୍ରାମାଞ୍ଚଳରେ ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର କରିବାରେ ସଫଳ ହୋଇଛନ୍ତି । ଗତ ଆର୍ଥିକ ବର୍ଷରେ ହୋଇଥିବା ଗୃହ ନିର୍ମାଣଠାରୁ ଏହା ଦୁଇ ଗୁଣରୁ ଅଧିକ । ଏପରିକି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସଫଳ ରୂପାୟନ କ୍ଷେତ୍ରରେ ଓଡ଼ିଶାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇପାରିଥିବା ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ।

୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କାଘର ନିର୍ମାଣ ସରିଛି । ଏପରିକି କେନ୍ଦ୍ରୀୟ ଓ ରାଜ୍ୟ ଅନୁଦାନ ୧୮ ହଜାର ୮୩୭ କୋଟି ଟଙ୍କା ମଧ୍ୟରୁ ରାଜ୍ୟ ସରକାର ୧୭ ହଜାର ୩୧୫ କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ଏପରିକି ଶୀଘ୍ର ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି ୪ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିମାନଙ୍କୁ ୨୦ ହଜାର, ୬ମାସରେ ଶେଷ କରୁଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଛି । ଏ ପର୍ୟ୍ୟନ୍ତ ୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ୮୨୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଖାଲି ଏତିକି ନୁହେଁ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ମନରେଗା ଯୋଜନାରେ ୧ କୋଟି ୨ ଲକ୍ଷ ମଜୁରୀ ଦିନକୁ ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇ ପାରିଛି।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ


ସରକାରଙ୍କ ଏହି କଥା ପରେ ବିରୋଧୀମାନେ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାର କେଉଁ ଗ୍ରାମାଞ୍ଚଳରେ କେତେ ପକ୍କାଘର କରିଛନ୍ତି ଚାଲନ୍ତୁ ସ୍ପଟରେ ଦେଖିବା ବୋଲି କହିଛି କଂଗ୍ରେସ। "ମିଛ କହୁଛନ୍ତି ମନ୍ତ୍ରୀ, କାହାକୁ କି ଘର ଦେଉଛନ୍ତି । ଯଦି ଦେଉଛନ୍ତି ତଥ୍ୟକୁ ସାର୍ବଜନିନ କାହିଁକି କରୁନାହାନ୍ତି । ହିତାଧିକାରୀଙ୍କ ନାଁ କାହିଁକି ଓ୍ବେବସାଇଟରେ ଅପଲୋଡ କରୁନାହାନ୍ତି । କେବଳ ମିଛରେ ବାହାସ୍ଫୋଟ ମାରୁଛନ୍ତି । ସରକରାଙ୍କୁ ସତର୍କ କରୁଛୁ ଗରୀବ ଲୋକଙ୍କୁ ଏମିତି ଲୁଟପାଟ ନ କରନ୍ତୁ ନ ହେଲେ ବଡ଼ ଧରଣର ଆନ୍ଦୋଳନ ହେବ," କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତ ରାୟ ।

ଏହି ପ୍ରସଙ୍ଗରେ ବିଜେପି ମନ୍ତ୍ରୀଙ୍କୁ ଜୁଆଙ୍ଗ ମାନଙ୍କ ଘର କିଏ ଖାଇଲା ବୋଲି ପ୍ରଶ୍ନ କରିଛି । "କେବଳ କାଗଜ କଲମରେ ପକ୍କାଘର ତୋଳିବାର ସଂଖ୍ୟା ଦେଖାଇ ଓଡିଶାବାସୀଙ୍କୁ ସରକାର ଠକୁଛି । ପକ୍କାଘର ତୋଳିବା ଆଳରେ ସରକାରଙ୍କ ବିରୋଧରେ ଯେଉଁ ଦୁର୍ନୀତି ଆସୁଛି ସରକାର ତାର ସମ୍ମୁଖୀନ କାହିଁକି ହେଉନାହାନ୍ତି,'' କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଖାଲି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାରଙ୍କ ଏହା ମିଛ ସଂଖ୍ଯା ଖେଳ ବୋଲି ବିଜେପି କହିଛି । କେବଳ ଗ୍ରାମୀଣ ଗୃହ ନିର୍ମାଣ ନୁହେଁ ଭୂମିହୀନ ପରିବାରକୁ ଘରବାଡ଼ି ସହ ଗୃହ ମଞ୍ଜୁର କରିବାରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି ଓ ୫୬ ହଜାର ୮୯୧ ଚିହ୍ନଟ ଭୂମିହୀନ ପରିବାର ମଧ୍ଯରୁ ୮ ହଜାର ୬୭ ଜଣଙ୍କୁ ଜାଗା ଓ ଗୃହ ମଞ୍ଜୁର କରାଯାଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
Published by: Jagdish Barik
First published: August 31, 2020, 3:54 PM IST
corona virus btn
corona virus btn
Loading