ଅର୍ଚ୍ଚନା ନାଗ ମାମଲା; ଇଡିରେ ହାଜର ହେଲେ ତାଜ ଓଡ଼ିଶା ହୋଟେଲ ମାଲିକ

ହୋଟେଲ ତାଜ ଓଡ଼ିଶାକୁ ୨୦୧୯ରୁ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ବାରମ୍ବାର ଆସୁଥିଲେ। ଏହି ହୋଟେଲରେ ହେଉଥିଲା ହନି ଟ୍ରାପ ଡିଲ। ଯାହାର ଭିଡିଓ ପୂର୍ଵରୁ ଭାଇରଲ ହୋଇଥିଲା।

ଇଡିରେ ହାଜର ହେଲେ ତାଜ ଓଡ଼ିଶା ହୋଟେଲ ମାଲିକ

ଇଡିରେ ହାଜର ହେଲେ ତାଜ ଓଡ଼ିଶା ହୋଟେଲ ମାଲିକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀରେ ସାମ୍ନାକୁ ଆସିଲା ହୋଟେଲ ଲିଙ୍କl ଅଶୋକ ନଗର ସ୍ଥିତ ତାଜ ଓଡ଼ିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ ଇଡିରେ ହାଜର ହୋଇଛନ୍ତିl ଆଜି ସକାଳ ୯.୩୦ରେ ଶିବ ନିଜର ଓକିଲଙ୍କ ସହ ଇଡିରେ ହାଜର ହୋଇଥିଲେ।

ହୋଟେଲ ତାଜ ଓଡ଼ିଶାକୁ ୨୦୧୯ରୁ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ବାରମ୍ବାର ଆସୁଥିଲେ। ଏହି ହୋଟେଲରେ ହେଉଥିଲା ହନି ଟ୍ରାପ ଡିଲ। ଯାହାର ଭିଡିଓ ପୂର୍ଵରୁ ଭାଇରଲ ହୋଇଥିଲା। ଅର୍ଚ୍ଚନା କିଭଳି ଡିଲ କରନ୍ତି ତାହା ସେତେବେଳେ ଭିଡିଓରୁ ସ୍ପଷ୍ଟ ବାରି ହୋଇଥିଲା।

ଅର୍ଚ୍ଚନାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ସ୍ପଷ୍ଟ ହୋଇଥିଲା ଅର୍ଚ୍ଚନାଙ୍କ ସହ ହୋଟେଲ ଶିବ ପ୍ରସାଦ ଦାସଙ୍କ ସହ ଟଙ୍କାର ଟ୍ରାନଜେକ୍ସନ ହୋଇଛିl ତେଣୁ କାହିଁକି ଟଙ୍କା କାରବାର ହୋଇଛି ସେନେଇ ଶିବଙ୍କୁ ଜେରା କରୁଛି ଇଡି। ସନ୍ଦେହ କରାଯାଉଛି ସେହି ହୋଟେଲରେ ହିଁ ବ୍ଲାକ ମେଲିଂ କରି ଟଙ୍କା ଡିଲ କରନ୍ତି ଅର୍ଚ୍ଚନା। ଆଉ ହୋଟେଲ ମାଲିକ ଏକଥା ଜାଣିବା ପରେ ମଧ୍ୟରେ ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ।

ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଏ.ଡି.ଜେ- ୨ କୋର୍ଟରେ ଖାରଜ ହୋଇଥିବା ବେଳେ ଆଜି ଖୋର୍ଦ୍ଧା ସେସନ କୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା। ଗତକାଲି ଅର୍ଚ୍ଚନାଙ୍କ ଜାମିନ JMFC କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲାI

ପ୍ରକାଶ ଥାଉକି ମଙ୍ଗଳବାର ମଧ୍ୟ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡ଼ିରେ ହାଜର ହୋଇଥିଲେ। ସୂଚନା ଅନୁସାରେ ତାଙ୍କୁ ମଧ୍ୟ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ନାଗ। ଇଡିର ସମନ ପରେ ସେ ମଙ୍ଗଳବାର ହାଜର ହୋଇଥିଲେ। ଏହା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମୋଦ ସ୍ୱାଇଁ କହିଥିଲେ ଯେ ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରୁଥିଲେ।

ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ। ଏହା ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ପ୍ରମୋଦ ସ୍ୱାଇଁ ପେସାରେ ଜଣେ ପ୍ରଯୋଜକ ସହିତ ଜଣେ ବିଲଡର ମଧ୍ୟ। ତାଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇଥିଲା ଇଡି। କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲ ସେନେଇ ପଚରାଉଚରା କରାଯାଇଥିଲା। ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି। ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଥିଲା ଇଡି ତାହାର ମଧ୍ୟ ତଦନ୍ତ କରୁଛି।
Published by:Lipina Das
First published: