ଜେଲ ଗଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ
- News18 Odia
- Last Updated :
- Cuttack, India
News18 Odia Digital
ଭୁବନେଶ୍ବର: ଜେଲ ଗଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଦିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ସୋମବାର ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ କରିଥିଲା ଇଡି। ଦ୍ୱିତୀୟ ପର୍ଯ୍ୟାୟରେ ଜଗବନ୍ଧୁଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିଥିଲା ଇଡି। ସେପଟେ କୋର୍ଟରେ ହାଜର ପରେ ଆଉ ରିମାଣ୍ଡ ଆବେଦନ କରି ନଥିଲା ଇଡି। ଫଳରେ ଜାନୁଆରୀ ୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ଜଗବନ୍ଧୁ ରହିବେ।
ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆସିଲା ଦ୍ଵିତୀୟ ପର୍ଯାୟ ଡିଜିଟାଲ ଫରେନ୍ସିକ ରିପୋର୍ଟl ଖଣ୍ଡଗିରି ପୋଲିସକୁ ଏହି ରିପୋର୍ଟ ହସ୍ତାନ୍ତର କରିଛି ରାଜ୍ୟ ଫରେନସିକ ସାଇନ୍ସ ଲାବ୍ରୋଟୋରୀ। ଯେଉଁଥିରେ ରହିଛି ୪ଟି ମୋବାଇଲ ୨ଟି ଲାପଟପ ଓ଼ ପେନଡ୍ରାଇଭରେ ଥିବା ଡିଜିଟାଲ ତଥ୍ୟର ନକଲ କପିl ପରେ ଏହି ରିପୋର୍ଟ ଇଡି ଇଡିକୁ ହସ୍ତାନ୍ତର କରାଯାଇଛିl SFSLର ତିନି ଜଣିଆ ଟିମ ଇଡିକୁ ଆସି ମୋବାଇଲ, ଲାପଟପ ଓ ଟାବଲେଟରେ ଥିବା ଡିଜିଟାଲ ତଥ୍ୟର ନକଲ ହସ୍ତାନ୍ତର କରିଛନ୍ତି।
ସୂଚନାଯୋଗ୍ୟ, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବେଆଇନ ଆର୍ଥିକ କାରବାର ଖୋଳତାଡ଼ କରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥିପାଇଁ ପ୍ରଥମେ ଅର୍ଚ୍ଚନାଙ୍କୁ ଦୁଇଟି ପର୍ଯ୍ୟାୟରେ ୧୩ ଦିନ ଓ ଜଗବନ୍ଧୁଙ୍କୁ ୧୨ଦିନ ରିମାଣ୍ଡରେ ଆଣି ଜେରା କରିଥିଲା ଇଡି। ହେଲେ ଜେରା ବେଳେ ସ୍ୱାମୀ-ସ୍ତ୍ରୀ ଇଡିକୁ ତଦନ୍ତରେ ସହଯୋଗ କରୁନଥିବା ଜଣା ପଡ଼ିଥିଲା। ସେଥିପାଇଁ ଏବେ ରାଜ୍ୟ ଫରେନ୍ସିକରୁ ମିଳିଥିବା ଡିଜିଟାଲ ତଥ୍ୟକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି ଇଡି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।