ମଧ୍ୟପ୍ରଦେଶରେ ଖେଲୋ ଇଣ୍ଡିଆ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ଖୋଖୋ ଟିମ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଆସନ୍ତା ଜାନୁଆରୀ ୩୧ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି ।
ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆଠାରେ ଆଜି ଠାରୁ ଅନୁଷ୍ଠିତ ହୋଇଛି । ଏଥିରେ ମନୋନୀତ ୨୦ ଜଣ ପୁରୁଷ ଓ ୨୦ ଜଣ ମହିଳା ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି । ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫ ଜଣ ଖେଳାଳି ଖେଲୋ ଇଣ୍ଡିଆରେ ଭାଗ ନେବେ "। "ଏହି କ୍ୟାମ୍ପକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କ୍ୟାମ୍ପ ଚାଲିବ । ଭାରତ ଦଳର ସର୍ବଭାରତୀୟ କୋଚ ସଞ୍ଜୀବ ଶର୍ମା ଓଡ଼ିଶା ଦଳରେ ଯୋଗ ଦେଇଛନ୍ତି । ଗତ ବର୍ଷ ଓଡ଼ିଶା ଖୋଖୋ ଦଳର ଉଭୟ ପୁରୁଷ ଓ ମହିଳା ଦଳ ବୋଞ୍ଜ ପାଇଥିଲେ" । "ଚଳିତ ବର୍ଷ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଚେଷ୍ଟା କରିବୁ ବୋଲି ଓଡିଶା ଖୋଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ରାଜ୍ୟ ଖୋଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।