ଆଜି ପୂର୍ବାହ୍ନ ସାଢେ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ଫଳ; ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ (ଓଜେଇଇ) । ଓଜେଇଇର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ ।

ଆଜି ପୂର୍ବାହ୍ନ ସାଢେ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ଫଳ; ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

ଆଜି ପୂର୍ବାହ୍ନ ସାଢେ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ଫଳ; ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

  • Share this:
News 18 Odia Digital

ଭୁବନେଶ୍ୱର; ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ (ଓଜେଇଇ) । ଓଜେଇଇର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ପୂର୍ବାହ୍ନ ସାଢେ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଇନ୍ମୋଚନ କରିବେ । ଏହାପରେ ଓଜେଇଇର ୱେବସାଇଟ୍ www.ojee.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ନିଜ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦାଖଲ କରି ପରୀକ୍ଷା ଫଳ ଜାଣିପାରିବେ ।

କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଜୁଲାଇ ୪ ରୁ ଆରମ୍ଭ ହୋଇ ଜୁଲାଇ ୮ ପର୍ଯ୍ୟନ୍ତ ଓଡିଶାର ସମସ୍ତ ୩୦ ଟି ଜିଲ୍ଲାର ମୋଟ ୬୧ ଟି କେନ୍ଦ୍ରରେ କରାଯାଇଥିଲା । ଏହା ବ୍ୟତୀତ ରାଜ୍ୟର ପ୍ରାଥମିକ ପ୍ରବେଶିକା ପରୀକ୍ଷା ପାଇଁ କୋଲକାତା, ରାଞ୍ଚି ଏବଂ ପାଟନାରେ ପ୍ରତ୍ୟେକ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏମସିଏ, ଏମ୍ ଟେକ, ଏମ୍ ଆର୍କିଟେକ, ଏମ ଫାର୍ମା, ଏମ ପ୍ଲାନ, ବିକାଟ୍, ଏମବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଇଂଟିଗ୍ରେଟେଡ ଏମବିଏ ଆଦି ବିଷୟରେ ୫୭ ହଜାର ୯୧୬ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୨ ଦଶମିକ ୫ ପ୍ରତିଶତ ପିଲା ପରୀକ୍ଷା ଦେଇଛନ୍ତି ।

କିପରି ଡାଉନଲୋଡ କରିବେ ଓଜେଇଇ-୨୦୨୨ ରେଜଲ୍ଟ:

# ପ୍ରଥମେ ଓଜେଇଇ ଅଫିସ ୱେବସାଇଟ ojee.nic.in କୁ ଯାଆନ୍ତୁ
# ଲିଙ୍କ କୁ କ୍ଲିକ୍ କରନ୍ତୁ ଏବଂ ପଢନ୍ତୁ, "Rank card- OJEE 2022"
# ଦେଖନ୍ତୁ ଆପଣଙ୍କ ସମ୍ମୁଖରେ ଏକ ନୂଆ ପେଜ ଆସିଯାଇଥିବ ।
# ଏବେ ନିଜର ପରିଚୟ ଦେଇ ଲଗ୍ ଇନ୍ କରନ୍ତୁ ।
# ଏବେ ସ୍କ୍ରିନରେ ଆପଣଙ୍କ ଓଜେଇଇ ରେଜଲ୍ଟ ଉପଲବ୍ଧ ହୋଇସାରିଥିବ।
# ଏବେ ରେଜଲ୍ଟକୁ ଡାଉନଲୋଡ କରନ୍ତୁ ଏବଂ ଭବିଷ୍ୟତରେ ବ୍ୟବହାର କରିବା ପାଇଁ ପ୍ରିଣ୍ଟଆଉଟ୍ କରୁନିଅନ୍ତୁ ।
Published by:Soubhagya Mishra
First published: