ଏଥର ଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଅନଲାଇନ୍ ହେବ; ପଞ୍ଜୀକରଣ ଆରମ୍ଭ

ତ୍ବରିତ ଓ ସ୍ବଚ୍ଛ ପରୀକ୍ଷା ସାଙ୍ଗକୁ ନିର୍ଭୁଲ ଖାତା ଦେଖା ସହ ଜଲଦି ଫଳ ପ୍ରକାଶନକୁ ନେଇ ଚ଼ଳିତ ଥର ଠାରୁ ଅନଲାଇନ୍ ପରୀକ୍ଷା କରିବାକୁ ଉଭୟ ଏନ୍.ଟି.ଏ ଓ ଓଜେଇଇ ନିଷ୍ପତ୍ତି ନେଇଛନ୍ତି ।

ଏଥର ଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଅନଲାଇନ୍ ହେବ; ପଞ୍ଜୀକରଣ ଆରମ୍ଭ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 6, 2020, 11:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଚ଼ଳିତ ବର୍ଷ ଠୁ ସିବିଟି ତଥା କମ୍ପ୍ୟୁଟର-ବେସଡ୍ ମୋଡ୍‌ରେ ହେବ ଓଜେଇଇ (OJEE) ଅର୍ଥାତ୍ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ମେ ୨ ରୁ ୫ ପରୀକ୍ଷା କରିବାକୁ ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ଦିନ ଧ୍ୟାର୍ଯ୍ୟ କରାଯାଇଥିବା ବେଳେ କେଉଁ ଦିନ କେଉଁ ପରୀକ୍ଷା ହେବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର ହେବ ।

ଏଥି ପାଇଁ ଗୁରୁବାର (ଫେବୃଆରୀ ୬) ଠୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍ ଜରିଆରେ ଆବଦେନ କରିପାରିବେ । ଚ଼ଳିତ ବର୍ଷ ସମ୍ପୂର୍ଣ୍ଣ ସିବିଟି ଅର୍ଥାତ୍ ଅନଲାଇନ୍ ମୋଡରେ ହେବ ପରୀକ୍ଷା । ଜେଇଇ ମେନ୍ (JEE Main) ପାର୍ଟ୨ ପାଇଁ ଶୁକ୍ରବାର (ଫେବୃଆରୀ ୭) ଠୁ ଆରମ୍ଭ ହେଉଛି ଆବେଦନ  ।

ଚ଼ଳିତ ଥର ଠୁ ନୂଆ ପାର୍ଟନ ସହ ଷ୍ଟୁଡେଣ୍ଟ ପଞ୍ଜୀକରଣ ଠାରୁ ଆରମ୍ଭ କରି ଫଳ ପ୍ରକାଶନ ପର୍ଯ୍ୟନ୍ତ ସମସ୍ତ କାମ ଅନଲାଇନ୍ ରେ ହେବ । ଜେଇଇ ମେନ୍ ଭଳି ଓଜେଇଇ ବି ସମ୍ପୂର୍ଣ୍ଣ ଅନଲାଇନ୍ ମୋଡରେ ହେବ । ମେ ୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ ।

ଓଜେଇଇ ପାଇଁ www.ojee.nic.in ଓ www.odishajee.com ମାଧ୍ୟମରେ ଇଚ୍ଛୁକ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଓ ୨୫ ତାରିଖରୁ ପାଇବେ ଆଡମିଟ୍ କାର୍ଡ । ଗତ ବର୍ଷ କେବଳ ପିଜି ପରୀକ୍ଷାଗୁଡ଼ିକ ଅନଲାଇନ୍ ମୋଡରେ ହୋଇଥିବା ବେଳେ ଚ଼ଳିତ ବର୍ଷ ଉଭୟ ପିଜି ଓ ୟୁଜି ପରୀକ୍ଷା ଅନଲାଇନ୍ ମାଧ୍ୟମରେ ହେବ ।

‘‘ଫର୍ମ ପୂରଣ ପାଇଁ ପ୍ରଣାଳୀ ୱେବସାଇଟରେ ଅଛି। ତାହା ଦେଖି ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ଉଚ଼ିତ,’’ କହିଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ।

ମେ ମାସ ଶେଷ ସୁଦ୍ଧା ଫଳ ପ୍ରକାଶ ହେବା ନେଇ ସୂଚନା ମିଳିଛି । ଏମ୍.ବି.ଏ, ଏମ୍.ସି.ଏ, ବି.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍ ଭଳି ସମସ୍ତ ପିଜି ୟୁଜି କୋର୍ସ ପାଇଁ ଓଜେଇଇ ଦେବାକୁ ପଡ଼େ ।

ଶୁକ୍ରବାର (ଫେବୃଆରୀ ୭) ଠାରୁ ସର୍ବଭାରତୀୟ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପାର୍ଟ ୨ ପାଇଁ ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି । ଫେବୃଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନ କରାଯାଇପାରିବ । ମାର୍ଚ୍ଚ ୧୬ରୁ ମିଳିବ ଆଡମିଟ୍ କାର୍ଡ । ଏପ୍ରିଲ୍ ୫ ରୁ ୧୧ ପର୍ଯ୍ୟନ୍ତ ଅନଲାଇନରେ ହେବ ପରୀକ୍ଷା । ଏପ୍ରିଲ ୩୦ରେ ଫଳ ପ୍ରକାଶ କରିବା ପାଇଁ ଏନ୍.ଟି.ଏ ନୋଟିସ୍ ଜାରୀ କରିଛି । ତେବେ ଜେଇଇ ମେନ୍ ପାର୍ଟ୧ ଜାନୁଆରୀରେ ଶେଷ ହୋଇଥିବା ବେଳେ ଦୁଇଟି ଯାକର ଶ୍ରେଷ୍ଠ ରାଙ୍କ ଅନୁଯାୟୀ ହେବ ଆଡମିଶନ୍ । ମେ ପ୍ରଥମ ସପ୍ତାହରେ ରାଙ୍କ ପ୍ରକାଶ ପାଇବ ।

ତ୍ବରିତ ଓ ସ୍ବଚ୍ଛ ପରୀକ୍ଷା ସାଙ୍ଗକୁ ନିର୍ଭୁଲ ଖାତା ଦେଖା ସହ ଜଲଦି ଫଳ ପ୍ରକାଶନକୁ ନେଇ ଚ଼ଳିତ ଥର ଠାରୁ ଅନଲାଇନ୍ ପରୀକ୍ଷା କରିବାକୁ ଉଭୟ ଏନ୍.ଟି.ଏ ଓ ଓଜେଇଇ ନିଷ୍ପତ୍ତି ନେଇଛନ୍ତି ।
First published: February 6, 2020, 11:16 PM IST