ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜେଲରେ ‘ଡ୍ରଗ୍ସ କାରବାର’: ବିଭାଗକୁ ବଦନାମ କରିବା ‘ଷଡ଼ଯନ୍ତ୍ର’ରେ ଫସିଲେ ୬ ଜଣ ଅଧିକାରୀ

ଜେଲରେ ‘ଡ୍ରଗ୍ସ କାରବାର’: ବିଭାଗକୁ ବଦନାମ କରିବା ‘ଷଡ଼ଯନ୍ତ୍ର’ରେ ଫସିଲେ ୬ ଜଣ ଅଧିକାରୀ

ଜେଲରେ କୌଣସି ପ୍ରକାର ଡ୍ରଗ୍ସ କାରବାର ହେଉନାହିଁ ଓ ଜେଲର ପୁରୁଣା ଭିଡ଼ିଓକୁ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇ ବିଭାଗକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ।

ଜେଲରେ ‘ଡ୍ରଗ୍ସ କାରବାର’: ବିଭାଗକୁ ବଦନାମ କରିବା ‘ଷଡ଼ଯନ୍ତ୍ର’ରେ ଫସିଲେ ୬ ଜଣ ଅଧିକାରୀ
ଖୋର୍ଦ୍ଧା ଜେଲରେ କଥିତ ରୂପେ ହେଉଥିବା ଡ୍ରଗ୍ସ କାରବାର ଭିଡିଓରୁ ଏକ ଛବି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜେଲ୍‌ ବିଭାଗକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆସିବା ପରେ ବିଭାଗର ଛଅ ଜଣ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି l ଏହି ଅଧିକାରୀମାନେ ହେଲେ ଖୋର୍ଦ୍ଧା ସବ୍‌-ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ, ଜେଲର, ଆସିଷ୍ଟାଣ୍ଟ ଜେଲର, ସବ ଆସିଷ୍ଟାଣ୍ଟ ଜେଲର, ଚିଫ ୱlର୍ଡର ଓ ୱlର୍ଡର l ଏମାନଙ୍କ ବିରୋଧରେ ବିଭାଗୀୟ ଶଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ l

ଖୋର୍ଦ୍ଧା ସବ୍‌-ଜେଲରେ ଡ୍ରଗ୍ସ କାରବାର ନେଇ ଗଣମାଧ୍ୟମରେ ଏକ ମୋବାଇଲ ଭିଡ଼ିଓ ପ୍ରସାରଣ ହେବା ପରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତଦନ୍ତ l  ତଦନ୍ତ ସାରି ଜୁନ ୮ରେ ଏସପି ଅଜେୟ ପ୍ରତାପ ସ୍ଵାଇଁ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କୁ ରିପୋର୍ଟ ଦେଇଛନ୍ତି l ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଖୋର୍ଦ୍ଧା ସବ୍‌-ଜେଲର ୮ ନମ୍ବର ୱlର୍ଡ଼ରେ ସୁଟିଂ ହୋଇଥିଲା ଏହି ମୋବାଇଲ ଭିଡ଼ିଓ l କିନ୍ତୁ ଏହି ଭିଡ଼ିଓ କେବେକାର ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ l

ଜେଲର କିଛି ପୁରୁଣା କର୍ମଚାରୀ ଯେଉଁମାନଙ୍କୁ କିଛି ଦିନ ପୂର୍ବରୁ ଅନ୍ୟତ୍ର ବଦଳି କରାଯାଇଛି, ସେମାନେ ହିଁ ବର୍ତ୍ତମାନର କର୍ମଚାରୀଙ୍କୁ ବଦନାମ କରିବାକୁ ଏଭଳି ଏକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଅଛି l

ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ


‘‘ପୁରୁଣା ଭିଡ଼ିଓକୁ ଭାଇରାଲ କରାଯାଇ ବିଭାଗକୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର କରାଯାଉଛି l ଜେଲରେ କୌଣସି ପ୍ରକାର ଡ୍ରଗ୍ସ କାରବାର ହେଉନାହିଁ l ଜିଲ୍ଲା ପ୍ରଶାସନର ଅଧିକାର ରହିଛି ସେମାନେ ଜେଲ ଉପରେ ରେଡ୍‌ କରିପାରିବେ l ଖୋର୍ଦ୍ଧା ଏସ.ପି.ଙ୍କ ରିପୋର୍ଟରୁ ‘ଦୁଧ କା ଦୁଧ ପାନି କା ପାନି’ ହୋଇଯାଇଛି,’’ କହିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ।

ଝାରପଡା ସ୍ୱତନ୍ତ୍ର ଜେଲରେ  ଅନ୍ତେବାସିଙ୍କ ପାଖକୁ ମାଦକ ଦ୍ରବ୍ୟ ପହଞ୍ଚୁଥିବା ଭିଡ଼ିଓ ଭାଇରାଲ ହେବା ଘଟଣାର ମଧ୍ଯ ତଦନ୍ତ କରିବାକୁ ଡିଜି ଆହ୍ୱାନ ଦେଇଛନ୍ତି l

ଏହି ପ୍ରକରଣ ପରେ ଏଠାରେ ପ୍ରଶ୍ନ ଉଠୁଛି ଯେ ପୁରୁଣା ଭିଡ଼ିଓ ଭାଇରାଲ କରିବା ପଛର ରହସ୍ୟ କଣ? କିଏ ଓ କାହିଁକି ଜେଲ ବିଭାଗକୁ ବଦନାମ କରିବାକୁ କରୁଛି ଷଡ଼ଯନ୍ତ୍ର? ଷଡ଼ଯନ୍ତ୍ର ପଛରେ କାହାର ରହିଛି ଭିତିରିଆ ହାତ? ଏ ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଜେଲ୍‌ ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 4:49 PM IST