ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ; ଏଯାବତ ୧୦ଟି ସ୍ପଷ୍ଟୀକରଣ ରଖିସାରିଲେ ରାଜ୍ୟ ସରକାର

ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦ରେ କୌଣସି ନିୟମ ଭଙ୍ଗା ହୋଇନି। କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖି ଏପରି ଜବାବ ରଖିଛନ୍ତି ଓଡ଼ିଶା ସରକାର। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପୂର୍ବରୁ ଏ ନେଇ ଆପତ୍ତି ଉଠାଇଥିଲା।

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ

  • Share this:
News18 Odia Digital

ଭୁବନେଶ୍ବର: ଲିଙ୍ଗରାଜ ଅଧ୍ୟାଦେଶ ୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆପତ୍ତି ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର। ଆଧ୍ୟାଦେଶର ବିଭିନ୍ନ ପ୍ରାବଧାନ ଉପରେ ସଂସ୍କୃତି ମନ୍ତ୍ରାଳୟର ମଧ୍ୟ ଜବାବ ରଖିଛନ୍ତି ମୁଖ୍ୟ ଶାସନ ସଚିବ।

ଆଧ୍ୟାଦେଶ ଅନୁମୋଦନ ପାଇଁ ଯାଇଥିବା ବେଳେ କିଛି ପ୍ରାବଧାନ ଉପରେ ଆପତ୍ତି ଉଠାଇ ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ମାଗିଥିଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ। ରାଜ୍ୟ ସରକାର ଜବାବ ରଖି କହିଛନ୍ତି ମନ୍ଦିରର ସୁ-ପରିଚାଳନା ପାଇଁ ଅଧ୍ୟାଦେଶ ଜରୁରୀ। ଅଧ୍ୟାଦେଶକୁ ଅନୁମତି ଦିଆଯାଉ। କେନ୍ଦ୍ର ଓ ରାଜ୍ୟର ଲେଟର ୱାର ଭିତରେ ରାଜନୈତିକ ବିବାଦ ବି ଜୋର ଧରିଛି।

ଲିଙ୍ଗରାଜ ମନ୍ଦିର ସୁ-ପରିଚାଳନା ପାଇଁ ଅଧ୍ୟାଦେଶ ଜରୁରୀ। ଠାକୁରଙ୍କ ଦୈନଦିନ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ପାଇଁ ଅଣାଯାଇଛି ଅଧ୍ୟାଦେଶ। ଆଇନର ହୋଇନାହିଁ ଉଲ୍ଲଂଘନ। ଗୃହ ମନ୍ତ୍ରଣାଳୟର ଆପତ୍ତି ଉପରେ ସ୍ପଷ୍ଟୀକରଣ ରଖି ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ। ଆଧ୍ୟାଦେଶ ଉପରେ ଆପତ୍ତି ଉଠାଇ ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟପାଳଙ୍କ ଜରିଆରେ ସ୍ପଷ୍ଟୀକରଣ ମାଗିଥିଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ।

ଏହା ସହ କିଛି ଐତିହ୍ୟ କୀର୍ତ୍ତିରାଜି ପ୍ରଭାବିତ ହେଉଛି ବୋଲି ମଧ୍ୟ ସଂସ୍କୃତି ବିଭାଗ ଆପତ୍ତି ଉଠାଇଥିଲା। ଜବାବରେ ରାଜ୍ୟ ସରକାର କହିଛନ୍ତି ଆଧ୍ୟାଦେଶ ଦ୍ୱାରା ଐତିହ୍ୟ, କୀର୍ତ୍ତିରାଜି ଆଦୌ ପ୍ରଭାବିତ ହେବନାହିଁ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ଦୃଷ୍ଟିରୁ ଭିତ୍ତିଭୂମି ପାଇଁ ଖର୍ଚ୍ଚର ବ୍ୟବସ୍ଥା ରହିଛି।

ମନ୍ଦିର ଭିତରେ ଓ ବାହାରେ ଦୋକାନ ଖୋଲିବା ଆପତ୍ତି ଉପରେ କୁହାଯାଇଛି ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ପାଇଁ ମନ୍ଦିର ପରିସରରେ ୮ଟି ଓ ବାହାରେ ୧୧୫ଟି ପୂଜାସମଗ୍ରୀ ଦୋକାନ ରହିଛି। ଏହାକୁ ବ୍ୟବସ୍ଥିତ କରିବାକୁ ଅଧ୍ୟାଦେଶରେ ବ୍ୟବସ୍ଥା ଥିବାରୁ କୀର୍ତିରାଜି ଉପରେ ପ୍ରଭାବ ପଡ଼ିବନି। ଆମସାର ଆକ୍ଟର କୌଣସି ଉଲ୍ଲଂଘନ ହୋଇନଥିବାରୁ ଅଧ୍ୟାଦେଶକୁ ଅନୁମତି ଦେବାକୁ ଚିଠିରେ ଉଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ।

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆବଶ୍ୟକ ବୋଲି କହିଛନ୍ତି ସେବାୟତ। କେନ୍ଦ୍ର ଓ ରାଜ୍ୟର ଲେଟର ୱାର ମଧ୍ୟରେ ରାଜନୈତିକ ବିବାଦ ବି ତେଜିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ଯଦି ଲିଙ୍ଗରାଜ ମନ୍ଦିରରେ ସମସ୍ୟା କେଦାରନାଥ ,ବଦ୍ରିନାଥ, କାଶୀ ବିଶ୍ୱନାଥ ହେଲା କେମିତି। ଅନୁମତି ନମିଳିବା ପଛରେ ପରୋକ୍ଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି।

ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ ଐତିହ୍ୟ କୀର୍ତିରାଜି ରକ୍ଷଣାବେକ୍ଷଣରେ ଅପରିପକ୍ଵତା ପ୍ରକାଶ କରୁଛନ୍ତି ରାଜ୍ୟ ସରକାର। ସମସ୍ତଙ୍କ ମତାମତ ନେଇ କାର୍ଯ୍ୟ କରିଥିଲେ ଏପରି ସମସ୍ୟା ହୋଇ ନଥାନ୍ତା। ସଂସ୍କୃତି, ପରମ୍ପରା ଓ ଲୋକଙ୍କ ଭାବନାକୁ ଆଖି ଆଗରେ ରଖି କାର୍ଯ୍ୟ କରିବ କଥା। ବିକାଶ ଓ ସୌନ୍ଦର୍ଯ୍ୟ କାରଣକୁ କେହି ବିରୋଧ କରୁନାହାଁନ୍ତି। କିନ୍ତୁ ଏହା ଆଇନ ବିରୋଧୀ ହୋଇ ପାରିବ ନାହିଁ।

ସେପଟେ କଂଗ୍ରେସ ବି ସମାନ ଢ଼ଙ୍ଗରେ ଆପତ୍ତି ଉଠାଇ କହିଛି ନୀତି ନିୟମ ମଧ୍ୟରେ କାମ ନ କରି ମନମୁଖୀ କାର୍ଯ୍ୟ କଲେ ଏପରି ସମସ୍ୟା ଉପୁଜିବ। ରାଜ୍ୟ ସରକାରଙ୍କ ହାଵଭାବରୁ ଜଣାପଡୁଛି ଭକ୍ତି କମ ଭୟ ଅଧିକ।

ଆଧ୍ୟାଦେଶ ଅନୁମତି ଅପେକ୍ଷାରେ ଥିବା ବିଭିନ୍ନ ଆପତ୍ତି ଉପରେ ଉପରେ ପ୍ରାୟ ୧୦ଟି ସ୍ପଷ୍ଟୀକରଣ ଦେଲେଣି ରାଜ୍ୟ ସରକାର।
Published by:Lipina Das
First published: