୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା; ମ୍ୟାଲେରିଆ ଦୂରୀକରଣ ଆମ ଲକ୍ଷ୍ୟ: ସ୍ୱାସ୍ଥ୍ୟମନ୍ତ୍ରୀ

୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। ୨୦୧୬ରେ ଓଡ଼ିଶାରେ ୪ ଲକ୍ଷ ୪୪ ହଜାର ମ୍ୟାଲେରିଆ କେସ ଚିହ୍ନଟ ହୋଇଥିବା ବେଳେ ୨୦୨୦ ବେଳକୁ ଏହି ସଂଖ୍ୟା ୪୧ ହଜାର ୭୩୮ରେ ପହଞ୍ଚିଥିଲା।

୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା (ପ୍ରତୀକାତ୍ମକ ଛବି)

୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। କ୍ରମାଗତ ଭାବେ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଗ୍ରାମାଞ୍ଚଳରେ  ମ୍ୟାଲେରିଆ ରୋଗୀ ଚିହ୍ନଟ ସହ ସେମାନଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି।

ରାଜ୍ୟରେ କମୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା। ୨୦୧୬ରେ ଓଡ଼ିଶାରେ ୪ ଲକ୍ଷ ୪୪ ହଜାର ମ୍ୟାଲେରିଆ କେସ ଚିହ୍ନଟ ହୋଇଥିବା ବେଳେ ୨୦୨୦ ବେଳକୁ ଏହି ସଂଖ୍ୟା ୪୧ ହଜାର ୭୩୮ରେ ପହଞ୍ଚିଥିଲା। ଗତବର୍ଷ ମାତ୍ର ୨୫ ହଜାର ରୋଗୀ ଚିହ୍ନଟ ହୋଇଥିଲେ। ସରକାରୀ ପ୍ରୟାସ ସହ ଜନସଚେତନତା ଫଳରେ ଏଭଳି ସଫଳତା ମିଳିଛି। ୨୦୩୦ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ମ୍ୟାଲେରିଆମୁକ୍ତ କରିବାକୁ ଲକ୍ଷ୍ୟ ରହିଛି। ପ୍ରତି ଜୀବନ ମୂଲ୍ୟବାନ। ତେଣୁ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରିବା ସହ ମ୍ୟାଲେରିଆ ଦୂରୀକରଣ ଆମ ଲକ୍ଷ୍ୟ,"କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ମ୍ୟାଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଉଛି। ରାଜ୍ୟରେ ୪୮ ହଜାରରୁ ଅଧିକ ଆଶା କର୍ମୀ ମ୍ୟାଲେରିଆ ନିରାକରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ମ୍ୟାଲେରିଆ ଦୂରୀକରଣ କ୍ଷେତ୍ରରେ ସଫଳତା ହାସଲ କରିଥିବା ତିନୋଟି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ତିନୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଅବସରରେ ପୁରସ୍କୃତ କରାଯାଇଛି।

୫ ବର୍ଷରେ ଓଡ଼ିଶା ବହୁତ ପ୍ରଗତି କରିଛି। ଏହା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ମିଳିତ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି। ବିଶେଷ କରି ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଛାତ୍ର ଛାତ୍ରୀମାନେ ଭୂମିକା ଉଲ୍ଲେଖନୀୟ ଅଟେ। ସଂକଳ୍ପ ନେବାକୁ ହେବ ଯେ ୨୦୩୦ ସୁଦ୍ଧା ଯେପରି ଭାବରେ ମ୍ୟାଲେରିଆ ଦୂରୀକରଣ ହୋଇପାରିବ। ସମସ୍ତେ ମିଳିତ ଭାବରେ କାମ କଲେ ୨୦୧୭ ରୁ ୨୦୩୦ ସୁଦ୍ଧା ଦୂରୀକରଣ କରିପାରିବା ମ୍ୟାଲେରିଆ।

ରାଜ୍ୟରେ ୨୦୧୯ ଏବଂ ୨୦୨୦ ମସିହାରେ ୬୩୭୯ କେଶ ଚିନ୍ହଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୨୧ ମସିହାରେ ୦ ରୁ ୧ ବର୍ଷ ପିଲାଙ୍କର ମ୍ୟାଲେରିଆ ୧ ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ ୧ ରୁ ୫ ବର୍ଷ ମଧ୍ୟରେ ୧୪ ପ୍ରତିଶତ, ୫ ରୁ ୯ ବର୍ଷ ମଧ୍ୟରେ ୧୫ ପ୍ରତିଶତ, ୯ ରୁ ୧୫ ବର୍ଷ ମଧ୍ୟରେ ୧୬ ପ୍ରତିଶତ ଓ ୧୫ ରୁ ଉର୍ଦ୍ଧ ଲୋକଙ୍କୁ ୫୪ ପ୍ରତିଶତ ମ୍ୟାଲେରିଆ ଚିହ୍ନଟ ହୋଇଛନ୍ତି। ବିଶେଷ ଭାବରେ ଦେଖିଲେ ୨୦୨୧ ମସିହାରେ ମାଲକାନଗିରିରେ ୨୧ ପ୍ରତିଶତ, କଳାହାଣ୍ଡିରେ ୨୦ ପ୍ରତିଶତ, କନ୍ଧମାଳରେ ୧୭ ପ୍ରତିଶତ, ରାୟଗଡାରେ ୧୧ ପ୍ରତିଶତ କୋରାପୁଟରେ ୯ ପ୍ରତିଶତ , ନବରଙ୍ଗପୁର, ସୁନ୍ଦରଗଡ, ବୌଦ୍ଧରେ ୩ ପ୍ରତିଶତ, ନୟାଗଡ଼ ଓ ଗଞ୍ଜାମରେ ୨ ପ୍ରତିଶତ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Published by:Soumya Das
First published: