ଓଡ଼ିଶାକୁ ନେଇ ଏମିତି କହିଲେ ସାଂସଦ ଅମର ପଟ୍ଟନାୟକ; ତାତ୍ସଲ୍ୟ କରୁଛନ୍ତି ବିରୋଧୀ

ମାଗଣା ସ୍କିମ ବାଣ୍ଟିବାରେ ଓଡ଼ିଶା ଦେଶର ପ୍ରଥମ ପାଞ୍ଚ ରାଜ୍ୟ ମଧ୍ୟରେ ରହିଛି ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ । ତାଙ୍କର ଏଭଳି ବକ୍ତବ୍ଯକୁ ନେଇ ତାତ୍ସଲ୍ୟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ଅମର ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ଅମର ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶର ରୋଲ୍ ମଡେଲ। ଖୋଦ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜ୍ୟର ଆର୍ଥିକ ପରିଚାଳନାକୁ ପ୍ରଶଂସା କରିଥିବାରୁ ଅନ୍ୟ ରାଜ୍ୟ ଏହାକୁ ଆପଣାଇବା ପାଇଁ କହିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ। ଜୁନରେ ପ୍ରକାଶିତ ଆରବିଆଇ ବୁଲେଟିନରେ ମାଗଣା ସ୍କିମ ବାଣ୍ଟିବାରେ ଓଡ଼ିଶା ଦେଶର ପ୍ରଥମ ପାଞ୍ଚ ରାଜ୍ୟ ମଧ୍ୟରେ ରହିଛି ବୋଲି ପ୍ରକାଶ ପାଇଛି।ଏହାକୁ ନେଇ ସାଂସଦ ଅମର ପଟ୍ଟନାୟକଙ୍କ ବକ୍ତବ୍ୟକୁ ତାତ୍ସଲ୍ୟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ଓଡିଶାର ଆର୍ଥିକ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା। ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆର୍ଥିକ ପରିଚାଳନାରେ ଓଡ଼ିଶା ମଡେଲକୁ ପ୍ରଶଂସା କରିଛନ୍ତି ଯାହା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି। ଓଡିଶା ମଡେଲ ଗୁଡ଼ିକୁ ଏବେ ବିଭିନ୍ନ ସ୍ଥାନରେ ଉଦାହରଣ ଭାବରେ ନିଆଯାଉଛି ଓ ମୋ ମତରେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଏହାର ଅନୁସରଣ କରିପାରିବେ ବୋଲି ସାଂସଦ ଟ୍ୱିଟ କରି କହିଛନ୍ତି।

ଅମର କହିଛନ୍ତି "ସିଙ୍ଗଲ ନୋଡାଲ ଏଜେନ୍ସି ନୁଆ ବ୍ୟବସ୍ଥାକୁ ଭାରତ ସରକାର ଆରମ୍ଭ କରିଛନ୍ତି। ଯେଉଁ ଥିରେ କେନ୍ଦ୍ର ସରକାରଙ୍କ ପାଖରୁ ଆସୁଥିବା ଟଙ୍କା କିଭଳି ପବ୍ଲିକ ଫାଇନାନ୍ସ ମ୍ୟାନ ଜେମେଣ୍ଟରେ ଖର୍ଚ୍ଚ ହେଉଛି ତାକୁ ମନିଟର କରାଯାଇପାରିବ । ଓଡିଶା ଯେଉଁ ଭଳି ଆଗୁଆ ପଦକ୍ଷେପ ନେଇ କାର୍ଯ୍ୟ କାରି କରିଛି ଏହାକୁ ଅର୍ଥମନ୍ତ୍ରାଳୟପ୍ରଶସା କରିଛି। ଓଡ଼ିଶା ଏକ ମଡ଼ଲ ଷ୍ଟେଟ ଯେଉଁଠି ଆର୍ଥିକ ପରିଚାଳନାରେ ସସ୍କାର ଆଣିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ଶାସନରେ ଫିସକାଲ।ମ୍ୟାନେଜମେଣ୍ଟ ଓ ଗ୍ରୋଥ ଓଡିଶା ରେ ହୋଇଛି।"

ଓଡ଼ିଶା କିଭଳି ଆଗୁଆ ସେ ପ୍ରସ୍ତଙ୍ଗ ଉଠାଇ ବିରୋଧୀ ଦଳକୁ ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ। ହିତାଧିକାରୀଙ୍କୁ ବାଣ୍ଟିବାରେ ଆଗରେ ଥୀବା ପାଞ୍ଚ ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ଗତ ତିନି ବର୍ଷ ଭିତରେ ଝାରଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଦେଇଥିବା ସବସିଡିରେ ସର୍ବାଧିକ ବୃଦ୍ଧି ହୋଇଛି। ଗୁଜରାଟ, ପଞ୍ଜାବ ଓ ଛତିଶଗଡ଼ ସେମାନଙ୍କ ରାଜସ୍ବ ବ୍ୟୟରେ ୧୦ପ୍ରତିଶତରୁ ଅଧିକ ଅର୍ଥ ସବସିଡି ବାବଦରେ ଖର୍ଚ୍ଚ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ସବସିଡି ଜନକଲ୍ୟାଣ ଉଦ୍ଦେଶ୍ୟରେ ବିନିଯୋଗ ହେଉନି କେବଳ ଭୋଟ ଉଦ୍ଦେଶ୍ୟରେ। ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଅମର ବାବୁ ନିଜେ ନିଜକୁ ସାର୍ଟିଫିକେଟ ଦେଉଛନ୍ତି। ବାସ୍ତବରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ନେଇ ବ୍ୟାପକ ଯୋଜନାରେ ସରକାର ଙ୍କ ଚରିତ୍ର ପଦାରେ ପଡିଯାଇଛି।
Published by:Soumya Das
First published: