News18 Odia Digital
ଭୁବନେଶ୍ୱର: ବଦଳିଲାଣି ସମାଜ, ବଦଳୁଛି ମାନସିକତା। ଚିକିତ୍ସା ବିଜ୍ଞାନ ମଧ୍ୟ ତା ସହ ତାଳ ଦେଇ ବଦଳିବାରେ ଲାଗିଛି। ଆମର ମାନସିକତା ଓ ଵିଜ୍ଞାନର ଚମତ୍କାରର ଆଉ ଏକ ସୁନ୍ଦର ସୃଷ୍ଟି ସାମ୍ନାକୁ ଆସିଛି। ଜଣେ ପୁଅ ଚାହିଁଲେ ଝିଅ ହୋଇ ପାରୁଛି ଜଣେ ଝିଅ ଚାହିଁଲେ ପୁଅ ହୋଇପାରୁଛି।
ରାଜ୍ୟରେ କାର୍ଯ୍ୟରତ ଆଇଏଏସ ଅଧିକାରୀଙ୍କ ଝିଅ ଅପରେସନ କରାଇଥିବା କୁହାଯାଇଛି। ସେ ଝିଅରୁ ପୁଅ ହୋଇଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ହୋଇଛି।
ସଂପୂର୍ଣ୍ଣ ଭାବେ ଯୁବକରେ ପରିବର୍ତ୍ତନ ହେବାକୁ ପ୍ରାୟ ୨ ବର୍ଷ ଲାଗିଥାଏ । ହରମୋନ୍ ଜନିତ ପରିବର୍ତ୍ତନ ଲାଗି ଏହି ସମୟ ଲାଗିଥାଏ। ଅପରେସନ ପରେ ତାଙ୍କ ସ୍ୱାସ୍ଥ୍ୟ ଓ ମାନସିକତା ଅବସ୍ଥା ବାବଦରେ ମଧ୍ୟ ନିରୀକ୍ଷଣ କରାଯାଏ। ଅପରେସନ ପୂର୍ବରୁ ପରିବାରର ସ୍ୱୀକୃତି ନିଆଯାଏ। ଏହି ଅପରେସନ କରିଥିବା ଟିମରେ ପ୍ଲାଷ୍ଟିକ ସର୍ଜନ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଏଣ୍ଡୋକ୍ରାଇନୋଲଜିଷ୍ଟ ଓ ମନୋବିଜ୍ଞାନୀ ଥାଆନ୍ତି।
ଲିଙ୍ଗ ପରିବର୍ତ୍ତନ ପରେ ଭାବେ ଯୁବତୀଙ୍କ ନାଁ ଓ ଲିଙ୍ଗ ବଦଳାଇବା ନେଇ ଯୋଜନା ଚାଲିଛି। ପାସପୋର୍ଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।