ବିଭିନ୍ନ ଅଫିସର ସରପ୍ରାଇଜ୍ ଭିଜିଟ୍ କରିବେ ଅଫିସର୍, ସର୍କିଟ୍ ହାଉସରେ ନଖାଇ ଆହାର କେନ୍ଦ୍ରରେ ଖାଇବେ

ଜିଲ୍ଲାରେ ରହଣି ସମୟରେ ଅଧିକାରୀ ଓ ଲୋକପ୍ରତିନିଧଇଙ୍କ ସହ ସରକାରୀ କାର୍ଯ୍ୟ ବାବଦରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋଟ୍ ପ୍ରଦାନ କରିବାକୁ IAS ଓ IPS ଅପିସର୍ମାନଙ୍କୁ କୁହାଯାଇଛି ।

ଜିଲ୍ଲାରେ ରହଣି ସମୟରେ ଅଧିକାରୀ ଓ ଲୋକପ୍ରତିନିଧଇଙ୍କ ସହ ସରକାରୀ କାର୍ଯ୍ୟ ବାବଦରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋଟ୍ ପ୍ରଦାନ କରିବାକୁ IAS ଓ IPS ଅପିସର୍ମାନଙ୍କୁ କୁହାଯାଇଛି ।

ଜିଲ୍ଲାରେ ରହଣି ସମୟରେ ଅଧିକାରୀ ଓ ଲୋକପ୍ରତିନିଧଇଙ୍କ ସହ ସରକାରୀ କାର୍ଯ୍ୟ ବାବଦରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋଟ୍ ପ୍ରଦାନ କରିବାକୁ IAS ଓ IPS ଅପିସର୍ମାନଙ୍କୁ କୁହାଯାଇଛି ।

  • Share this:
ଭୁବନେଶ୍ୱର: ଏଣିକି କ୍ଷେତ୍ର ପରିଦର୍ଶନରେ ଯିବେ ବଡ଼ ହାକିମ । ମାସର ପ୍ରଥମ ସପ୍ତାହରେ ନିଜ ନିଜ ବିଭାଗ ଅଧୀନରେ ଥିବା ଅଫିସ୍‌ଗୁଡ଼ିକୁ ସରପ୍ରାଇଜ୍‌ ଭିଜିଟ୍‌ କରିବେ । ୩ ରୁ ୪ ଦିନ ଫିଲ୍ଡ଼ରେ ରହି ବିଭାଗ କାର୍ଯ୍ୟର ସମୀକ୍ଷା କରିବେ । ତେବେ ରହଣି ସମୟରେ ସର୍କିଟ୍‌ ହାଉସ କିମ୍ବା ଡ଼ାକବଙ୍ଗଳାରେ ନଖାଇ ଆହାର କେନ୍ଦ୍ର, ସ୍କୁଲ୍‌ ମଧ୍ୟାନ୍ନ ଭୋଜନ ସ୍ଥଳ କିମ୍ବା ଅନୁରୂପ ସରକାରୀ ସ୍ଥାନରେ ଭୋଜନ କରିବେ ସେମାନେ। ଏ ନେଇ ଉନ୍ନୟନ କମିଶନରଙ୍କ ପକ୍ଷରୁ ବାବୁମାନଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ଏହି ରହଣି ସମୟରେ ଅଧିକାରୀ ଓ ଲୋକପ୍ରତିନିଧଇଙ୍କ ସହ ସରକାରୀ କାର୍ଯ୍ୟ ବାବଦରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋଟ୍‌ ପ୍ରଦାନ କରିବାକୁ IAS ଓ IPS ଅପିସର୍‌ମାନଙ୍କୁ କୁହାଯାଇଛି ।

କେବଳ ବିଭାଗୀୟ ମନ୍ତ୍ରୀ କି ଟପ ବ୍ୟୁରୋକ୍ରାଟ ନୁହନ୍ତି, ଏଣିକି ସବୁ ବିଭାଗର ବାବୁ ଯିବେ ଫିଲ୍ଡ଼ ଭିଜିଟରେ । ମାସର ପ୍ରଥମ ସପ୍ତାହରେ ୩ ରୁ ୪ ଦିନ ଫିଲ୍ଡ଼ ଭିଜିଟରେ ଯାଇ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ସରକାରୀ କାର୍ଯ୍ୟକ୍ରମ ବାବଦରେ ଫିଡ଼୍‌ବ୍ୟାକ ନେବେ । ଏହି ରହଣି ସମୟରେ ସର୍କିଟ ହାଉସ କି ଡ଼ାକ ବଙ୍ଗଳାରେ ନ ଖାଇ ଆହାର କେନ୍ଦ୍ର, ମଧ୍ୟାନ୍ନ ଭୋଜନ ସ୍ଥଳ କିମ୍ବା ଅନୂରୂପ ସରକାରୀ ସଂସ୍ଥାରେ ଖାଦ୍ୟ ଗ୍ରହଣ କରି ମାନ ପରଖିବେ ସେମାନେ । ସବୁ ବିଭାଗର ବାବୁ ମାନଙ୍କ ଉଦ୍ଦେଶ୍ୟରେ ଉନ୍ନନୟନ କମିଶନର ଏଭଳି ନିର୍ଦେଶ ଦେଇଥିବା ସୂଚନା ମିଳିଛି  ।

ବାବୁମାନଙ୍କ କ୍ଷେତ୍ର ପରିଦର୍ଶନ ନୂଆ ନୁହେଁ  । କିନ୍ତୁ ଦିନେ କି ଦୁଇ ଦିନ ବଦଳରେ ନିୟମିତ ବ୍ୟବଧାନରେ ଗସ୍ତ କରି ନିୟମ ଖିଲାଫକାରୀଙ୍କ ବିରୁଦ୍ଧରେ ଆକ୍ସନ୍‌ ନେଲେ ବ୍ୟବସ୍ଥାରେ ସୁଧାର ଆସି ପାରିବ ବୋଲି କହିଛନ୍ତି ପୂ୍ର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ 5T ଟିମ୍‌ ବିଭିନ୍ନ ଜିଲ୍ଲାର ଡାକ୍ତରଖାନାଗୁଡ଼ିକୁ ଗସ୍ତ କରି ନେଉଛନ୍ତି ତ୍ବରିତ ପଦକ୍ଷେପ । ଟିମ୍‌ର ରିପୋଟ୍‌ ଆଧାରରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । କେବଳ ବାବୁ ନୁହନ୍ତି, ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଅଚାନକ ପରିଦର୍ଶନ କରିବା ସହିତ ଆହାର କେନ୍ଦ୍ର, ଅନାଥାଶ୍ରମ ଓ ବିଭିନ୍ନ ସ୍କୁଲ୍‌ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ ସେ । କଣ କରାଯାଇ ପାରିବ ସେ ଦିଗରେ ମାସିକିଆ ରିପୋଟ କାର୍ଡ଼ରେ ମତାମତ ଦେବାକୁ ବି ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ ପରେ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି । ତେବେ ଏଭଳି ପଦକ୍ଷେପ ଦ୍ବାରା ମନ୍ତ୍ରୀ ଓ ସଚିବ ମାନେ ସମସ୍ୟା ବାବଦରେ ଅବଗତ ହୋଇ ପାରିବା ସହିତ ବ୍ୟବସ୍ଥାର ସୁଧାର ଆସିପାରିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ସରକାରଙ୍କ ଏଭଳି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲେ ମଧ୍ୟ ନିୟମ ଖିଲାଫକାରୀଙ୍କ ବିରୁଦ୍ଧରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା ।
First published: