ପ୍ରେମିକାଙ୍କ ‘ଘରେ ପଶି ଅପହରଣ ଉଦ୍ୟମ’ କରିଥିଲେ; ଏବେ ୩ ମାସରେ ୧୦୦ ଚାରା ରୋପଣ କରିବେ

ଜାନୁଆରୀରେ ଘଟିଥିବା ଏହି ଘଟଣାର ହାଇ କୋର୍ଟରେ ଶୁଣାଣି ବେଳେ ଅଭିଯୁକ୍ତଙ୍କ ଓକିଲ କହିଥିଲେ ଯେ ଅଭିଯୁକ୍ତ ଯୁବକଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା ଓ ଯୁବତୀ ଜଣକ ହିଁ ତାଙ୍କୁ ନିଜ ଘରକୁ ଡାକିଥିଲେ ।

ପ୍ରେମିକାଙ୍କ ‘ଘରେ ପଶି ଅପହରଣ ଉଦ୍ୟମ’ କରିଥିଲେ; ଏବେ ୩ ମାସରେ ୧୦୦ ଚାରା ରୋପଣ କରିବେ
ଓଡ଼ିଶା ହାଇ କୋର୍ଟଙ୍କର ଏହା ଏକ ଅଭିନବ ନିର୍ଦ୍ଦେଶ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଜାମିନରେ ଆସିବା ପରେ ତିନି ମାସ ମଧ୍ୟରେ ଶହେଟି ଚାରା ରୋପଣ ପାଇଁ ଜଣେ ଅଭିଯୁକ୍ତକୁ ଓଡ଼ିଶା ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏକ ଜାମିନ ମାମଲାର ଶୁଣାଣି କରି ଏ ଭଳି ଏକ ଅଭିନବ ସର୍ତ୍ତ ରଖିଛନ୍ତି କୋର୍ଟ । ଏହା ସହ ଅଭିଯୁକ୍ତ ଜଣକ ଚାରା ଲଗାଇଲେ କି ନାହିଁ ସେ ନେଇ ପୋଲିସକୁ ପ୍ରମାଣ ସଂଗ୍ରହ କରିବାକୁ ବି ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଜ ପ୍ରେମିକାଙ୍କ ଘରେ ପଶିବା ଓ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ବୌଦ୍ଧ ମଧୁପୁର ଗାଁର ଶୁଭ୍ରାଂଶୁ ଜେନାଙ୍କ ଜାମିନ ଅବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ । ଏହା ସହ ଶୁଭ୍ରାଂଶୁ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହିତ ଏହି ମାମଲାର ପୁର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ ।

ଗତ ଜାନୁଆରୀ ୩୧ ତାରିଖ ଦିନ ବୌଦ୍ଧ ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଆବେଦନକାରୀ ଶୁଭ୍ରାଂଶୁ ଜେନା ଜଣେ ଯୁବତୀଙ୍କ ଘରେ ପଶିଥିଲେ । ଯୁବତୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଯୁବତୀଙ୍କୁ ଅପହରଣ ଉଦ୍ୟମ କରିବା ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେବା ଭଳି ଅଭିଯୋଗ ସହିତ ଯୁବତୀଙ୍କ ପରିବାର ଲୋକେ ବୌଦ୍ଧ ଥାନାରେ ଏକ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ପାଇବା ପରେ ବୌଦ୍ଧ ଥାନା ପୋଲିସ ଏକ ମାମଲା ରୁଜୁ କରି ସି.ଆର.ପି.ସି.ର ଧାରା ୧୬୧ ଅନୁଯାୟୀ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଶୁଭ୍ରାଂଶୁଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା । ଏ ନେଇ ତଳ କୋର୍ଟରେ ଶୁଭ୍ରାଂଶୁଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଜାମିନ ପାଇଁ ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହି ମାମଲାର ଶୁଣାଣି ସମୟରେ ଶୁଭ୍ରାଂଶୁଙ୍କ ଓକିଲଙ୍କ ପକ୍ଷରୁ ହାଇ କୋର୍ଟରେ ଯୁକ୍ତି ଉପସ୍ଥାପିତ ହୋଇଥିଲା ଯେ ତାଙ୍କ ସହିତ ସମ୍ପୃକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା । ଯୁବତୀ ଜଣକ ତାଙ୍କୁ ଡାକିବା ପରେ ହିଁ ସେ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ସେ କାହାରିକୁ ଆକ୍ରମଣ କରିବା ଭଳି କିଛି ପ୍ରମାଣ ନାହିଁ ଏବଂ ଯୁବତୀ ଜଣକ ଚାପର ବସବର୍ତ୍ତୀ ହୋଇ ଏହି ଅଭିଯୋଗ କରିଛନ୍ତି ବୋଲି ଶୁଭ୍ରାଂଶୁଙ୍କ ଓକିଲ କୋର୍ଟକୁ କହିଥିଲେ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ପ୍ରାର୍ଥନା କରାଯାଇଥିଲା ।

ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆବେଦନକାରୀ ଶୁଭ୍ରାଂଶୁ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଜାମିନ ବାବଦରେ କିଛି କଠୋର ସର୍ତ୍ତ ମଧ୍ୟ ରଖିବାକୁ ବୌଦ୍ଧ ଏସ.ଡି.ଜେ.ଏମ. କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଶୁଭ୍ରାଂଶୁ ଜାମିନରେ ଯିବା ତାରିଖ ଠାରୁ ତିନି ମାସ ମଧ୍ୟରେ ନିଜ ଗାଁରେ ୧୦ଟି ଚାରା ରୋପଣ କରିବା ପାଇଁ ମଧ୍ୟ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଭ୍ରାଂଶୁ ବୌଦ୍ଧ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ଚାରା ରୋପଣର ପ୍ରମାଣ ମଧ୍ୟ ଦେବେ । ଏହାକୁ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀ ବୌଦ୍ଧ ଏସ.ଡି.ଜେ.ଏମ.ଙ୍କ କୋର୍ଟକୁ ପ୍ରଦାନ କରିବା ପାଇଁ ହାଇ କୋର୍ଟ କହିଛନ୍ତି । ​

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 4:48 PM IST
corona virus btn
corona virus btn
Loading