କଟକର ଦୁର୍ଗା ପୂଜା ବିବାଦ ତୁଟିଲା; ୪ ଫୁଟରୁ ଅଧିକ ଉଚ୍ଚ ୯ଟି ମୂର୍ତ୍ତିକୁ HC ଅନୁମତି ଦେଲେ

ଦୁର୍ଗା ମୂର୍ତ୍ତିଗୁଡ଼ିକର ଭସାଣି ବା ବିସର୍ଜନ ମଣ୍ଡପ କର୍ମକର୍ତ୍ତାଙ୍କ ପରିବର୍ତ୍ତେ ପ୍ରଶାସନ କରିବ । ପୁରୀ ସାତସାହିର ଗୋସାଣି ଯାତ୍ରାରେ ସାମିଲ ହେଉଥିବା ସବୁ ୨୯ଟି ପୂଜା ମଣ୍ଡପକୁ ବି ଯଥା ରୀତି ପୂଜା କରିବା ପାଇଁ ହାଇ କୋର୍ଟ ଅନମତି ଦେଇଛନ୍ତି ।

କଟକର ଦୁର୍ଗା ପୂଜା ବିବାଦ ତୁଟିଲା; ୪ ଫୁଟରୁ ଅଧିକ ଉଚ୍ଚ ୯ଟି ମୂର୍ତ୍ତିକୁ HC ଅନୁମତି ଦେଲେ
କଟକର ଫିରିଙ୍ଗି ବଜାର ପୂଜା ମଣ୍ଡପରେ ନିର୍ମିତ ୮ ଫୁଟ ଉଚ୍ଚ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି
  • News18 Odia
  • Last Updated: October 19, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରୌପ୍ୟ ସହର କଟକରେ ଆୟୋଜିତ ହେଉଥିବା ଦୁର୍ଗା ପୂଜା ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତାକୁ ନେଇ ଲାଗିରହିଥିବା ବିବାଦର ଅନ୍ତ ହୋଇଛି । ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇ କୋର୍ଟ ପ୍ରଶାସନ ଦେଇଥିବା ସୀମା ଠାରୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିବା ସହରର ସବୁ ନଅଟି ପୂଜା ମଣ୍ଡପକୁ ବିନା ବାଧାରେ ପୂଜା ପାଇଁ ଅନୁମତି ଦେଇଛନ୍ତି ।

“ଚାରି ଫୁଟରୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିବା କେବଳ କଟକର ନଅଟି ମଣ୍ଡପ ପାଇଁ ଏହି ନିର୍ଦ୍ଦେଶ ପ୍ରଜୁଯ୍ୟ ହେବ । ଅନ୍ୟ ସବୁ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ହିଁ ପୂଜା କାର୍ଯ୍ୟ ସମ୍ପନ୍ନ ହେବ,” ଏହି ମାମଲାର ଶୁଣାଣି କରି କହିଛନ୍ତି କୋର୍ଟ ।

ମୂର୍ତ୍ତିଗୁଡ଼ିକର ଭସାଣି ବା ବିସର୍ଜନ କାର୍ଯ୍ୟ ମଣ୍ଡପ କର୍ମକର୍ତ୍ତାଙ୍କ ପରିବର୍ତ୍ତେ ପ୍ରଶାସନ କରିବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଷୟରେ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କୋର୍ଟ କହିଛନ୍ତି ।

କଟକର ଶେଖ ବଜାରର ଦୁର୍ଗା ପୂଜା ମଣ୍ଡପ


କଟକ ଦୁର୍ଗା ପୂଜା ସହିତ ପୁରୀ ସାତସାହିର ଗୋସାଣି ଯାତ୍ରାରେ ସାମିଲ ହେଉଥିବା ସମସ୍ତ ୨୯ଟି ପୂଜା ମଣ୍ଡପକୁ ମଧ୍ୟ ଯଥା ରୀତିନୀତି ପୂଜା କରିବା ପାଇଁ ହାଇ କୋର୍ଟ ଅନମତି ଦେଇଛନ୍ତି । ଏହି ପୂଜା ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ରହିଛି ଏବଂ ରାଜ୍ୟ ସରକାର ପୂଜା ଗାଇଡଲାଇନ ଜାରି କରିବା ପୂର୍ବରୁ ମୂର୍ତ୍ତିଗୁଡ଼ିକ ତିଆରି ହୋଇ ସାରିଥିଲା ବୋଲି ଦର୍ଶାଇ ପୂଜା ପାଇଁ ଅନୁମତି ଲାଗି ହାଇ କୋର୍ଟରେ ଦାୟର ହୋଇଥିଲା ଅନୁରୂପ ଆଉ ଏକ ମାମଲା। କଟକ ଦୁର୍ଗା ପୂଜା ମାମଲା ସହିତ ସେହି ମାମଲାର ମଧ୍ୟ ସୋମବାର ଦିନ ଏକତ୍ର ଶୁଣାଣି ହୋଇଥିଲା ।

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

“କଟକରେ ଯେଉଁ ନଅଟି ମଣ୍ଡପରେ ବଡ଼ ମୂର୍ତ୍ତି ତିଆରି ହୋଇଥିଲା ହାଇ କୋର୍ଟ କେବଳ ସେହି ମଣ୍ଡପଗୁଡ଼ିକୁ ପୂଜା ପାଇଁ ଅନୁମତି ଦେଇଛନ୍ତି । ଏହି ନିର୍ଦ୍ଦେଶର ଅର୍ଥ ଏହା ନୁହେଁ ଯେ ଅନ୍ୟ ମଣ୍ଡପଗୁଡ଼ିକ ବଡ଼ ମୂର୍ତ୍ତି ତିଆରି କରି ପୂଜା କରିପାରିବେ । ବିସର୍ଜନ ପ୍ରକ୍ରିୟାକୁ ସରକାର ପରିଚାଳନା କରିବେ ବୋଲି ଆଭୋକେଟ ଜେନେରାଲ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିବା ପରେ କୋର୍ଟ ପୂଜାକୁ ଶୃଙ୍ଖଳିତ ଢଙ୍ଗରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି,’’ କହିଛନ୍ତି ଏହି ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଭୁତି ଚୌଧୁରୀ ।

ହାଇ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି ଚାରି ପୁଟରୁ ଅଧିକ ଉଚ୍ଚ ମୂର୍ତ୍ତି ତିଆରି କରିଥିବା କଟକର ନଅଟି ପୂଜା ମଣ୍ଡପ । “କୋର୍ଟଙ୍କ ଉପରେ ଆମର ଭରଷା ଥିଲା । ସେଥି ପାଇଁ ଆମେ ନ୍ୟାୟ ପାଇବା ପାଇଁ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲୁ । ଶେଷରେ ଆମକୁ ନ୍ୟାୟ ମିଳିଛି । ନ ହେଲେ ଆମେ ବଡ଼ ମୂର୍ତ୍ତି ତିଆରି କରି ସାରିଥିଲୁ ବୋଲି ପୋଲିସ ତ’ ସେଗୁଡ଼ିକୁ ଭାଙ୍ଗିବା ପାଇଁ କହି ଦେଇଥିଲା । ବାକି ରହିଲା ରାଜ୍ୟ ସରକାରଙ୍କ ପୂଜା ଗାଇଡ ଲାଇନ କଥା । କେବଳ ମୂର୍ତ୍ତି ଉଚ୍ଚତାକୁ ଛାଡ଼ି ଦେଲେ ଆମେ ସବୁ ନିୟମକୁ ମାନିବୁ ବୋଲି ପୂର୍ବରୂ ସ୍ପଷ୍ଟ କରି ଦେଇଥିଲୁ । ପୂଜାରେ ସବୁ ନିୟମ ପାଳନ କରିବୁ,” କହିଛନ୍ତି ଫିରିଙ୍ଗବଜାର ପୂଜା ମଣ୍ଡପର ସମ୍ପାଦକ ନରେଶ ସାହୁ ।

ଏହା ବି ପଢ଼ନ୍ତୁ ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ପୂଜାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାରୁ ସହରର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୂତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିଛି କିଛି ମଣ୍ଡପ ତ ମା’ଙ୍କୁ ବସ୍ତ୍ର ଓ ଅଳଙ୍କାର ଇତ୍ୟାଦି ଲାଗି କରିସାରିଛନ୍ତି । ତେବେ ଛୋଟ ମୂର୍ତ୍ତି କରିଥିବା କିଛି ମଣ୍ଡପ ମା’ଙ୍କ ପାଇଁ ଚାନ୍ଦି ଅଳଙ୍କାରର ବ୍ୟବସ୍ଥା କରିଥିବା ବେଳେ ଅଧିକାଁଶ ମଣ୍ଡପ ମାଟି ନିର୍ମିତ ଅଳଙ୍କାରରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଆଭୁଷିତ କରିଛନ୍ତି ।



କରୋନା କଟକଣାକୁ ଦେଖି ରାଜ୍ୟ ସରକାର ସାର୍ବଜନୀନ ଦୁର୍ଗା ପୂଜାରେ ମା’ଙ୍କ ମଣ୍ଡପକୁ ସମ୍ପୂର୍ଣ୍ଣ ଆବଦ୍ଧ କରି ରଖିବା, ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରଖିବା, ଅତି ବେଶୀରେ ସାତ ଜଣ କର୍ମକର୍ତ୍ତାଙ୍କୁ ଗୋଟିଏ ସମୟରେ ମଣ୍ଡପରେ ଉପସ୍ଥିତ ରଖିବା, ସାମାଜିକ ଦୂରତା ଆବଲମ୍ବନ କରିବା ଓ ମାସ୍କ ପିନ୍ଧିବା ପରି ୧୪ଟି ନିର୍ଦ୍ଦେଶ ଜାରି କରିଛନ୍ତି ।
Published by: Anand Shankar Thankur Das
First published: October 19, 2020, 11:59 PM IST
corona virus btn
corona virus btn
Loading