ଆସିଲା ଇଣ୍ଡିଆ ଷ୍ଟେଟ ଅଫ ରିପୋର୍ଟ ୨୦୨୧; ହେନ୍ତାଳ ବନ ଆକାର ବୃଦ୍ଧିରେ ଦେଶରେ ଓଡ଼ିଶା ପ୍ରଥମ

ଇଣ୍ଡିଆ ଷ୍ଟେଟ ଅଫ ରିପୋର୍ଟ ୨୦୨୧ ଅନୁସାରେ ହେନ୍ତାଳ ବନ ଫରେଷ୍ଟ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି ।ସେହିଭଳି ସର୍ବାଧିକ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଓଡ଼ିଶା ଭାରତରେ ତିନି ନମ୍ବର ରାଜ୍ୟ ସ୍ଥାନ ଦଖଲ କରିଛି।

ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି (ପ୍ରତୀକାତ୍ମକ ଛବି)

ହେନ୍ତାଳ ବନ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ରାଜ୍ୟରେ ବଢ଼ିଛି ଜଙ୍ଗଲର ଆକାର। ଇଣ୍ଡିଆ ଷ୍ଟେଟ ଅଫ ରିପୋର୍ଟ ୨୦୨୧ ଅନୁସାରେ ହେନ୍ତାଳ ବନ ଫରେଷ୍ଟ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି ।  ସେହିଭଳି ସର୍ବାଧିକ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଓଡ଼ିଶା ଭାରତରେ ତିନି ନମ୍ବର  ରାଜ୍ୟ ସ୍ଥାନ ଦଖଲ କରିଛି। ଏହି ପରିପ୍ରେକ୍ଷୀରେ ଉଭୟ ଜଙ୍ଗଲ ଓ ଜଙ୍ଗଲ ନିକଟବର୍ତ୍ତୀ ଲୋକଙ୍କର ଉନ୍ନତିକୁ ପ୍ରାଥମିକତା ଦେବାକୁ ଗୁରୁବାର ଲୋକ ସେବା ଭବନରେ ଆୟୋଜିତ ଦୁଇ ଦିନିଆ ଜଙ୍ଗଲ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ହେନ୍ତାଳ ବନ ବା mangrove forest ବୃଦ୍ଧିରେ ଓଡ଼ିଶା ସାରାଦେଶରେ ଏବେ ପ୍ରଥମ ରାଜ୍ୟ ହୋଇଛି ଯାହାକୁ ନେଇ ଚର୍ଚ୍ଚା।  ୨୦୧୯ରୁ ୨୦୨୧ ଭିତରେ ଓଡ଼ିଶାରେ ସର୍ବାଧିକ ୮ ବର୍ଗ କିଲୋମିଟର ହେନ୍ତାଳ ବନ ଵୃଦ୍ଧି ପାଇଛି। ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବୃଦ୍ଧି ପାଇଛି ହେନ୍ତାଳ ବନର ପରିମାଣ। ସାଧାରଣତଃ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ହେନ୍ତାଳ ବନ ହିଁ ସମୁଦ୍ର କୂଳ ଲଙ୍ଘିବାରୁ ସୁରକ୍ଷା ଦେଇଥାଏ। ବ୍ୟାପକ ଜନବସତି ଵୃଦ୍ଧି ସହିତ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଗତ କିଛି ବର୍ଷ ଧରି ରାଜ୍ୟରେ ନଷ୍ଟ ହୋଇ ଚାଲିଥିଲା ହେନ୍ତାଳ ବନ। ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ପରିବେଶଵିତ।

ସେହିପରି ଇଣ୍ଡିଆ ଷ୍ଟେଟ ଅଫ ରିପୋର୍ଟ ୨୦୨୧ ରିପୋର୍ଟ ଅନୁସାରେ ସର୍ବାଧିକ ହେନ୍ତାଳ ବନ ବୃଦ୍ଧିରେ ଭାରତରେ  ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଓଡ଼ିଶା ମଧ୍ୟ ସାରା ଭାରତରେ ତିନି ନମ୍ବର ରାଜ୍ୟର ମାନ୍ୟତା ହାସଲ କରିପାରିଛି। ରିପୋର୍ଟ ଅନୁସାରେ, ଏହି ସମୟ ଭିତରେ ଓଡ଼ିଶାରେ ଜଙ୍ଗଲର ପରିମାଣ ୫୩୭ ବର୍ଗ କିଲୋମିଟର ଵୃଦ୍ଧି ପାଇଛି। ଏହା ଏକ ଭଲ ସଫଳତା ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଉତ୍ସାହଜନକ। ଏହି କାର୍ଯ୍ୟକ୍ରମରେ ଅବସରରେ ଜଙ୍ଗଲ ଅଧିବାସୀଙ୍କ ଜୀବନଶୈଳୀର ମଧ୍ୟ ମାନ ବୃଦ୍ଧି ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଏନେଇ ରୋଡ୍ ମ୍ୟାପ ପ୍ରସ୍ତୁତ ପାଇଁ ବନ ଅଧିକାରୀଙ୍କୁ  ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଲୋକ ସେବା ଭବନରେ ଆୟୋଜିତ ଦୁଇ ଦିନିଆ ଜଙ୍ଗଲ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରମୂଖ ଉପସ୍ଥିତ ଥିଲେ। ଜାତୀୟ ସ୍ତରରେ ଓଡ଼ିଶାର ଏହି ସଫଳତାକୁ ସେ ସାମୁହିକ ଅବଦାନକୁ ଶ୍ରେୟ ଦେଇଥିଲେ। ଏହି ସଫଳତା ରାଜ୍ୟବାସୀଙ୍କ ସଫଳତା ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମତ ଦେଇଥିଲେ।

ବରିଷ୍ଠ ପରିବେଶବିତ ତଥା ଓଡ଼ିଶା ପରିବେଶ ସମିତି ଡ଼ଃ ଜୟକୃଷ୍ଣ ପାଣିଗ୍ରାହୀ ଏହି ଖବରକୁ ସ୍ୱାଗତ କରିବା ସହିତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଏହା ଏକ ଭଲ ଉଦ୍ୟମ ବୋଲି ମତ ରଖିଥିଲେ। ଏଥି ସହିତ କେବଳ ରାଜ୍ୟ ସରକାର କିମ୍ବା ବିଭାଗୀୟ ଅଧିକାରୀ ନୁହଁନ୍ତି, ଲୋକମାନେ ମଧ୍ୟ ଏଥିରେ ଭାଗିଦାରୀ ହେବା ଉଚିତ ବୋଲି ସେ ମତ ରଖିଥିଲେ। ଏହି ଅବସରରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଶୈଳୀର ମାନ ବୃଦ୍ଧି ସହିତ ଜଙ୍ଗଲ ପରିମାଣ ବୃଦ୍ଧି ପାଇଁ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତା ନେବାକୁ ମତ ପ୍ରକାଶ ପାଇଥିଲା।
Published by:Soumya Das
First published: