ଗୁଜରାଟ ଓ ଓଡ଼ିଶା ମିଳି ମିଶି ପରସ୍ପରର ପର୍ଯ୍ୟଟନକୁ ବିକଶିତ କରେଇବେ; ଏଥି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲା

ଏଣିକି ଗୁଜରାଟକୁ ଆସୁଥିବା ସବୁ ପର୍ଯ୍ୟଟକଙ୍କୁ ଗୁଜୁରାଟ ସରକାରଙ୍କ ଅଧିକାରୀମାନେ ଓଡିଶାର ପର୍ଯ୍ୟଟନ ବିଷୟରେ ଅବଗତ କରାଇବେ ଓ ଓଡିଶା ବୁଲି ଯିବାକୁ ପ୍ରବର୍ତ୍ତାଇବେ । ଠିକ୍ ସେମିତି ଓଡିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କିପରି ଗୁଜୁରାଟ ଯିବେ, କେଉଁଠି କ’ଣ ଦେଖିବେ ଓ କେଉଁଠି ରହିବେ ସେ କଥା ଓଡିଶା ସରକାରଙ୍କ ଅଧିକାରୀମାନେ ବୁଝାଇବେ ।

ଗୁଜରାଟ ଓ ଓଡ଼ିଶା ମିଳି ମିଶି ପରସ୍ପରର ପର୍ଯ୍ୟଟନକୁ ବିକଶିତ କରେଇବେ; ଏଥି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲା
ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  • News18 Odia
  • Last Updated: January 24, 2020, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଣାର୍କ ଇକୋ ରିଟ୍ରିଟରେ ଚ଼ାଲିଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ପର୍ଯ୍ୟଟନର ବିକାଶକୁ ନେଇ ଗୁଜୁରାଟ ଓ ଓଡ଼ିଶା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପରେ ଉଭୟ ରାଜ୍ୟ ପରସ୍ପରର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସହଯୋଗାତ୍ମକ ଉଦ୍ୟମ କରିବେ ।

ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ ହେବା ସହିତ ଶେଷ ହୋଇଥିଲା ଏହି ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ । ଏହି ସମ୍ମିଳନୀରେ ପର୍ଯ୍ୟଟନର ବିକାଶକୁ ନେଇ ବିଭିନ୍ନ ରାଜ୍ୟ ମଧ୍ୟରେ ଆଲୋଚନା ହେଇଥିଲା ।

ଶେଷ ଦିନର ଆଲୋଚନା ସମୟରେ କୋଣାର୍କକୁ ଆଇକନିକ ସାଇଟରେ ସ୍ଥାନ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ବିଚ଼ାର କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।

‘‘ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପାଇଁ ଓଡ଼ିଶା ସରକାର ଧନ୍ୟବାଦର ପାତ୍ର । ତେବେ ଦୁଇ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଗୁଜୁରାଟକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗୁଜୁରାଟ ସରକାର ଓଡିଶା ପର୍ଯ୍ୟଟନ ବିଷୟରେ ଅବଗତ କରାଇବା ସହିତ ଓଡିଶା ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ପ୍ରବର୍ତ୍ତାଇବେ । ସେହିପରି ଓଡିଶାକୁ ଆସୁଥିବା ପର୍ଯ୍ୟଟକମାନେ କିପରି ଗୁଜୁରାଟ ଯିବେ ସେ ନେଇ ଓଡିଶା ସରକାର ପର୍ଯ୍ୟଟକଙ୍କୁ ବୁଝାଇବେ । ଏହା ଦ୍ୱାରା ଉଭୟ ରାଜ୍ୟର ବିକାଶ ହୋଇପାରିବ,’’ କହିଛନ୍ତି ଗୁଜୁରାଟର ପର୍ଯ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର ।

ଏହି ସମ୍ମିଳନୀ ଦେଶର ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେଖେଇବ ବୋଲି କହିଛନ୍ତି ଏଥିରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ସଚ଼ିବ ଓ ଅନ୍ୟ ପ୍ରତିନିଧିମାନେ । ଦୁଇ ଦିନର ଆଲୋଚନା ସକରାତ୍ମକ ରହିଥିଲା ବୋଲି କହିଛନ୍ତି ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀମାନେ । ଉଭୟ ରାଜ୍ୟ ଓ ଦେଶ ପାଇଁ ଏଭଳି କାର୍ଯ୍ୟକ୍ରମ ଲାଭଦାୟକ ହେବ ବୋଲି କହିଛନ୍ତି ସେମାନେ ।

’’କେବଳ ରାଜ୍ୟ କି କେନ୍ଦ୍ର ନୁହେଁ, ଉଭୟଙ୍କ ମିଳିତ ଉଦ୍ୟମରେ ପର୍ଯ୍ୟଟନର ବିକାଶ ହୋଇପାରିଲେ କେନ୍ଦ୍ର ସରକାରାଙ୍କ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତି ସ୍ୱପ୍ନ ସାକାର ହେବାରେ ଏହା ସହାୟକ ହେବ,’’ କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଅଡିସିନାଲ ଡ଼ାଇରେକ୍ଟର ଜେନେରାଲ ଶ୍ରୀମତୀ ରୂପିନ୍ଦର ବ୍ରାର ।

ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ


ସେ ଆହୁରି କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ହେଲେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବ । ‘‘ଏଥି ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମ ଆବଶ୍ୟକ । ଇକୋ ରିଟ୍ରିଟରେ ଜାତୀୟ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରାଯାଉଥିବା ଯୋଗୁଁ ଦେଶର ପର୍ଯ୍ୟଟନର ବିକାଶ ଦିଗରେ ଏହା ବେଶ୍‌ ସହାୟକ ହେବ । ଏହି ସମ୍ମିଳନୀରେ ପର୍ଯ୍ୟଟନ ପାଇଁ ଭିତ୍ତିଭୂମି ବୃଦ୍ଧି ସହିତ ବିମାନ ଓ ରେଳ ଯୋଗାଯୋଗ ବୃଦ୍ଧି ଓ ପର୍ଯ୍ୟଟନର ବିକାଶ ସହିତ ସସଟେନେବ୍ଲ ଡେଭଲପମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି,’’ କହିଛନ୍ତି ବ୍ରାର।

ମଧ୍ୟ ପ୍ରଦେଶ ପର୍ଯ୍ୟଟନ ବିକାଶ ପରିଷଦର ପରିଚାଳନା ନିର୍ଦେଶକ ସୋନିଆ ମିନା କହିଛନ୍ତି ଯେ ଓଡିଶା ଓ ମଧ୍ୟ ପ୍ରଦେଶ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସାମଞ୍ଜସ୍ୟ ରହିଛି । ‘‘ହେରିଟେଜ ସାଇଟ୍‌ସ୍‌, ପୁରାତନ ମନ୍ଦିର, ପିଲିଗ୍ରୀମ୍‌, ବନ୍ୟ ଜନ୍ତୁ ଆଦି କ୍ଷେତ୍ରରେ ଅନେକ  ସାମଞ୍ଜସ୍ୟ ରହିଛି । ତେଣୁ ଏଭଳି କାର୍ଯ୍ୟକ୍ରମ ଉଭୟଙ୍କୁ ଆଗକୁ ନେବାରେ ବେଶ ସହାୟକ ହେବ,’’ ସେ କହିଛନ୍ତି ।

ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀକୁ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଉଦଘାଟନ କରିଥିଲେ । ଦ୍ୱିତୀୟ ଦିନର ସେସନଗୁଡ଼ିକରେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ, ଗୁଜରାଟର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଦଶଟି ରାଜ୍ୟର ସଚ଼ିବ ଓ ପ୍ରତିନିଧି ଯୋଗ ଦେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ନିଜ ନିଜର ମତାମତ ରଖିଥିଲେ । ଏହି ସମ୍ମିଳନୀରେ ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ କିପରି ପର୍ଯ୍ୟଟନର ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
First published: January 24, 2020, 11:50 PM IST
corona virus btn
corona virus btn
Loading