୨୦୨୨ ସୁଦ୍ଧା ୧୧ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ CM ନବୀନ ପଟ୍ଟନାୟକ

ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପୂର୍ବରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଖୁସି କରିବା ପାଇଁ ଗୋଟିଏ ପରେ ଗୋଟି ଘୋଷଣା କରିଚାଲିଛନ୍ତି । ନିକଟରେ ୬,୦୦୦ରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଉ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି ।

୨୦୨୨ ସୁଦ୍ଧା ୧୧ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ CM ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)

୨୦୨୨ ସୁଦ୍ଧା ୧୧ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ CM ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: ୨୦୨୨ ସୁଦ୍ଧା ରାଜ୍ୟ ସରକାର ୧୧,୪୦୩ ଶିକ୍ଷକ ନିଯୁକ୍ତ କରିବେ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୁରୁବାର ଦିନ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିା। ଏକ ବିବୃତ୍ତିରେ କୁହାଯାଇଛି ଯେ 5T ପଦକ୍ଷେପ ଅଧୀନରେ ସରକାରୀ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୧୧,୪୦୩ଟି ଶିକ୍ଷାଦାନ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

CMO ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ହିନ୍ଦୀ, ସଂସ୍କୃତ ଓ ଶାରୀରିକ ଶିକ୍ଷାର ୪,୬୧୯ ଶିକ୍ଷକ ନିଯୁକ୍ତି କରାଯିବ ଓ ଦ୍ୱିତୀୟ ପର୍ଯ୍ୟାୟରେ ଟିଜିଟି ଆର୍ଟ ଓ ତେଲୁଗୁ ଶିକ୍ଷକମାନଙ୍କର ୬,୭୨୦ଟି ପଦବୀ ପୂରଣ ହେବ।

ବିବୃତ୍ତିରେ ଆହୁରୀ କୁହାଯାଇଛି ଯେ ଶିକ୍ଷାଦାନ ପଦବୀ ପୂରଣ ପାଇଁ ଅଧିକ ସଂଖ୍ୟକ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେବା ନିଶ୍ଚିତ କରିବାକୁ, ପରୀକ୍ଷା ଓ ନିଯୁକ୍ତି ନିୟମରେ ସଂଶୋଧନ କରାଯାଇଛି । ୩,୪୬୨ଟି ଅତିରିକ୍ତ ଶିକ୍ଷାଦାନକୁ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁମୋଦନ କରାଯାଇଛି।

ପ୍ରକାଶ ଥାଉକି ନିକଟରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୬,୧୩୧ ଶିକ୍ଷକ ନିଯୁକ୍ତ ଦେଇଥିଲେ ।
Published by:Lipina Das
First published: