ରାଜ୍ୟବାସୀଙ୍କୁ ସହଜରେ ଟିକା ଯୋଗାଇଦେବା ପାଇଁ ସରକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କଲେ

ସରକାର ପ୍ରାୟ ୩ କୋଟି ୮୦ ଲକ୍ଷ ଟିକା ପାଇଁ ଟେଣ୍ଡେର ଡାକିବେ । ଆସନ୍ତା ୨୦ ମେ'ରୁ ଏହାର ଆନଲାଇନ ଆବେଦନ ଆରମ୍ଭ ହେଉଥିବା ବେଳେ ୨୮ ତାରିଖ ସୁଧା ଆଗ୍ରହୀ କମ୍ପାନୀ ଆବେଦନ କରିପାରିବେ । ଏହି ଟେଣ୍ଡର ୨୮ ମେ' ରେ ଖୋଲିବ ।

ରାଜ୍ୟବାସୀଙ୍କୁ ସହଜରେ ଟିକା ଯୋଗାଇଦେବା ପାଇଁ ସରକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କଲେ
ପ୍ରତୀକାତ୍ମକ ଛବି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର (Second Wave) ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ କରୋନାର ନୂତନ ମାମଲା ଭୟଭୀତ କରାଉଛି । କରୋନାର ଏହି ଯୁଦ୍ଧରେ ଟିକାକୁ ସବୁଠାରୁ ବଡ ଅସ୍ତ୍ର ଭାବରେ ଦେଖାଯାଉଛି । ରାଜ୍ୟ ବାସୀଙ୍କୁ ସହଜରେ ଟିକା ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ତରଫରୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିକା ସଙ୍କଟ ଦୂର ପାଇଁ ବିଶ୍ୱର ସ୍ୱୀକୃତିପ୍ରାପ୍ତ ଟିକା ଉତ୍ପାଦନ କମ୍ପାନୀଠୁ ସରକାର ଟିକା କିଣିବେ । ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ସରକାର ମାଗଣା ଟିକା ଦେବାକୁ ଘୋଷଣା କରିଥିବା ବେଳେ ଟୀକା ଅଭାବରୁ ଆଜି ପର୍ଯ୍ୟନ୍ତ ଟିକାକରଣ ସ୍ୱାଭାବିକ ହୋଇପାରି ନାହିଁ । ଗ୍ଲୋବାଲ ଟେଣ୍ଡର ଜରିଆରେ ପ୍ରାୟ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ସରକାର ଲକ୍ଷ ରଖିଥିବା ବେଳେ ଆଗାମୀ ୨୦ ତାରିଖରୁ ଏହା ପାଇଁ ଆବେଦନ ଆରମ୍ଭ ହେବ ।

କୋଭିଡ ଦିତୀୟ ଲହର ପରିପେକ୍ଷିରେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ବି ଏଭଳି ପଦକ୍ଷେପ ଆଗରୁ ନେବାର ଆବଶ୍ୟକତା ଥିଲା ବୋଲି ବିଶେଷଜ୍ଞ କହିଛନ୍ତି । ବିଶ୍ୱ ବଜାରରୁ ଟିକା କିଣିବେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାର ପ୍ରାୟ ୩ କୋଟି ୮୦ ଲକ୍ଷ ଟିକା କିଣିବେ । ଟେଣ୍ଡରରେ ଭାଗ ନେବାକୁ ଥିବା କମ୍ପାନୀ ଡିସିଜିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ ।

ମେ' ୧୦ ତାରିଖରେ ଗ୍ଲୋବାଲ ଟେଣ୍ଡର ଜରିଆରେ ଟୀକା କିଣିବା ପାଇଁ କ୍ୟାବିନେଟ ନିଷ୍ପତି ନେବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ଟୀକା ସମସ୍ୟା ଦୂର ପାଇଁ ଡିସିଜିଆଇ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କମ୍ପାନୀରୁ ସରକାର ଟିକା କିଣିବେ । ପ୍ରାୟ ୩ କୋଟି ୮୦ ଲକ୍ଷ ଟିକା ପାଇଁ ସରକାର ଟେଣ୍ଡେର ଡାକିବେ । ଏହା ଆସନ୍ତା ୨୦ ତାରିଖରୁ ଆନଲାଇନ ଆବେଦନ ଆରମ୍ଭ ହେଉଥିବା ବେଳେ ୨୮ ତାରିଖ ସୁଧା ଆଗ୍ରହୀ କମ୍ପାନୀ ଆବେଦନ କରିପାରିବେ । ଏହି ଟେଣ୍ଡର ୨୮ ମେ' ରେ ଖୋଲିବ ।

ରାଜ୍ୟ ଔଷଧ ନିଗମ ଜରିଆରେ ଟିକା କିଣାଯିବାକୁ ଥିବା ବେଳେ ସରକାର ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି । ସର୍ତ୍ତ ଅନୁଯାୟୀ ଟେଣ୍ଡର ଖୋଲିବାର ମାସେ ଭିତରେ ଯେଉଁ କମ୍ପାନୀକୁ ୭୫ଲକ୍ଷ ଡୋଜ୍ ଦେବାକୁ ହେବ । ୬୦ ଦିନ ଭିତରେ ୨ କୋଟି ୨୫ଲକ୍ଷ, ୯୦ ଦିନରେ ୩ କୋଟି ୭୫ଲକ୍ଷ ଓ ୧୨୦ଦିନ ଭିତରେ ୩କୋଟି ୮୦ ଲକ୍ଷ ଟିକା ଯୋଗାଇବ ପଡିବ । ୨-୮ ଡିଗ୍ରି ତାପମାତ୍ରାରେ ସୁରକ୍ଷିତ ରହିପାରୁଥିବା ଟିକା କମ୍ପାନି ଏହି ଆବେଦନ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ୪ ମାସ ଭିତରେ ସମସ୍ତ ଟିକା ଦେବାକୁ ନିଗମ ସର୍ତ୍ତ ରଖିଛି ।

"ଟିକାକରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ଓ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୮ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । ତେଣୁ ଯେତେ ଶୀଘ୍ର ଟିକା ଆସିବ ସେତେ ଜଲ୍ଦି ଟୀକାକରଣ କରାଯିବ," କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

କ୍ୟାବିନେଟ ନିଷ୍ପତ୍ତି ପରେ ସରକାର ମ୍ୟାନେଜରିଆଲ ଓ ଟେକନିକାଲ କମିଟି ଗଠନ କରିଛନ୍ତି । ଟେକ୍ନିକାଲ କମିଟିରେ ଡିଏମଇଟି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ, ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ ୧୦ ସଦସ୍ୟ ଥିବା ବେଳେ ମ୍ୟାନେଜରିଆଲ୍ କମିଟିରେ ରହିଛନ୍ତି ରାଜ୍ୟ ଔଷଧ ନିଗମ ଏମ.ଡି,ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗର ପ୍ରତିନିଧିଙ୍କ ସମେତ ୯ ଜଣ ସଦସ୍ୟ ରହିଛନ୍ତି । ଏହି ଦୁଇ କମିଟି ଟେଣ୍ଡର ପ୍ରକ୍ରିୟା ପରିଚାଳନା କରିବ ।

"ଗ୍ଲୋବାଲ ଟେଣ୍ଡର ଦ୍ୱାରା ଟିକା ନିଅଣ୍ଟ ଦୂର ହୋଇପାରିବ । କିନ୍ତୁ ସରକାର ଏଭଳି ପଦକ୍ଷେପ ଆଗୁଆ ନେବାର ଥିଲା । ବର୍ତ୍ତମାନ କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତେ ଟିକା ନେବା ଆବଶ୍ୟକ," ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ରାକେଶ ରୋଷନ ପ୍ରଧାନ।

ସ୍ଵାସ୍ଥ୍ୟକର୍ମୀ, ସମ୍ମୁଖ ଯୋଧ୍ୟା, ୪୫ ବର୍ଷରୁ ଉର୍ଧ୍ଵ ବ୍ୟକ୍ତିଙ୍କୁ ଟୀକାକରଣ ଜାରି ରହିଛି । ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ମାଗଣା ଟିକାକରଣ ନେଇ ସରକାର ଘୋଷଣା କରିଥିଲେ ବି ପ୍ରଯ୍ୟାପ୍ତ ଟୀକା ନ ମିଳିବାରୁ ଟିକାକରଣ ସ୍ୱାଭାବିକ ହୋଇପାରିନାହିଁ । ବର୍ତ୍ତମାନ ସୁଦ୍ଧା ମୋଟ ୬୫ ଲକ୍ଷ ୩୩ ହଜାର ୫୮୪ ଡୋଜ ଟିକାକାରଣ ହୋଇଥିବା ବେଳେ ୧୮ ରୁ ୪୪ ବର୍ଷ ବ୍ୟକ୍ତି ମଧ୍ୟରୁ ମାତ୍ର ୧ ଲକ୍ଷ ୨୦ ହଜାର ୬୬୪ ଜଣ ଟିକାର ପ୍ରଥମ ଡୋଜ ନେଇଛନ୍ତି ।
Published by: Jagdish Barik
First published: May 16, 2021, 6:53 PM IST