ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର କନିଷ୍ଠ ଶିକ୍ଷକମାନଙ୍କୁ ମିଳିଲା ଉପହାର; ସେମାନଙ୍କ ଦରମା ବଢ଼ିଲା

Odisha government raises primary school junior teachers’ salary | ଏହି ବର୍ଦ୍ଧିତ ଦରମା ଏହି ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ ୧୯,୭୧୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ ।

କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । (ପ୍ରତୀକାତ୍ମକ ଛବି)

କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କୁ ନୂଆ ବର୍ଷରେ ଉପହାର ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । କନିଷ୍ଠ ଶିକ୍ଷକମାନଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡି଼କରେ ନିୟୋଜିତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏହି ବର୍ଦ୍ଧିତ ଦରମା ଏହି ବର୍ଷ (୨୦୨୨) ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଦରମା ବର୍ତ୍ତମାନର ୭,୪୦୦ ଟଙ୍କାରୁ ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ସେହି ପରି କନିଷ୍ଠ ଶିକ୍ଷକମାନଙ୍କ ଦରମା ବର୍ତ୍ତମାନର ୯,୨୦୦ ଟଙ୍କରୁ ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇବ । ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ ୧୯,୭୧୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଅର୍ଥାତ ମୁଖ୍ୟ ମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ମୋ’ଟ ଉପରେ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ମୁଖ୍ୟ ମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କୁ ସ୍ୱାଗତ କରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଙ୍ଘ।

ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେ

‘‘ଆମେ ସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ ଦୁଇଟି ଦାବି ଉପସ୍ଥାପନ କରିଥିଲୁ । କନିଷ୍ଠ ଶିକ୍ଷକଙ୍କୁ ଇନିସିଆଲ ଆପଏଣ୍ଟି ମାନ୍ୟତା ଓ ସର୍ବନିମ୍ନ ୧୬ ହଜାର ଟଙ୍କା ଦରମା ଦେବାକୁ ଦାବି କରିଥିଲୁ । ଆଜି ମୁଖ୍ୟ ମନ୍ତ୍ରୀ ୫୦ ପ୍ରତିଶତ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଆମେ ଏହାକୁୱ ସ୍ୱାଗତ କରି ମୁଖ୍ୟ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଆମକୁ ମୂଳ ଦାବି ଇନିସିଆଲ୍‌ ଆପଏଣ୍ଟି ମାନ୍ୟତା ମିଳିବ ବୋଲି ଆଶା ରଖିଛୁ, ’’ କହିଛନ୍ତି ସଙ୍ଘର ସଭାପତି ଅକ୍ଷୟ କୁମାର ପାଢ଼ୀ ।

ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ଗତ କିଛି ଦିନ ହେବ ଶିକ୍ଷକମାନଙ୍କୁ ଖୁସି କରି ଚାଲିଛନ୍ତି ରାଜ୍ୟ ସରକାର । ଯାହା ସବୁ ସେମାନଙ୍କ ଦୀର୍ଘ ଦିନର ସମସ୍ୟା ଥିଲା ତା’ର ସମାଧାନ ପାଇଁ ପ୍ରୟାସ କରାଯାଉଛି । ନିକଟରେ କ୍ୟାବିନେଟ୍‌ ବୈଠକରେ ଶିକ୍ଷକମାନଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ ଲାଗୁ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ରାଜ୍ୟ କ୍ୟାବିନେଟର ସେହି ନିଷ୍ପତ୍ତି ପରେ ନୂଆ ଆଡେଡ୍ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାଗୁଡ଼ିକର ଯୋଗ୍ୟ କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

ରାଜ୍ୟ ସରକାରୀ ଅନୁଦାନର ସହାୟତା ଓ ଓଡ଼ିଶା ସଂଶୋଧିତ ବେତନ ନିୟମ, ୨୦୧୭ ଆଧାରରେ ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କୁ ଏହି ଦରମା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଶତ ପ୍ରତିଶତ ଅନୁଦାନ ପାଉଥିବା ପ୍ରାୟ ୨୬,୧୬୪ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ଏହା ଦ୍ୱାରା ଲାଭବାନ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଫରାହ ଖାନ୍, VIDEO ଛାଡ଼ିଲେ

ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ପୂର୍ବତନ ଜୁନିଅର କଲେଜର କର୍ମଚାରୀମାନଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଓ ସପ୍ତମ ବେତନ ହାର ଅନୁସାରେ ବର୍ଦ୍ଧିତ ଦରମା ମିଳିବ । ୨୦୨୨ ଜାନୁଆରୀ ପହିଲାରୁ ଏହି ନିଷ୍ପତ୍ତି ଲାଗୁ ହୋଇଥିବା ବେଳେ ଏହା ଦ୍ୱାରା ପ୍ରାୟ ୧୫,୬୬୪ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହୋଇଛନ୍ତି । ଏଥି ପାଇଁ ରାଜ୍ୟ ସରକାରଙ୍କୁ ୧୯୨ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ । କେବଳ ସେତିକି ନୁହେଁ, ୮,୦୧୨ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକଙ୍କ ଚାକିରୀ ନିୟମିତ କରିବା ପାଇଁ ବି ରାଜ୍ୟ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଥିଲେ ।
Published by:Anand S.T. Das
First published: