ଆଜି ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ

ଆଜି ପୂର୍ବାହ୍ନ ୧୧.୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ। ରାଜଭବନ ଅଭିଷେକ ହଲ କିମ୍ବା ଲୋକସେବା ଭବନ କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ ।

ନବୀନଙ୍କ ନୂଆ ଟିମ (ପ୍ରତୀକାତ୍ମକ ଛବି)

ନବୀନଙ୍କ ନୂଆ ଟିମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜି ପୂର୍ବାହ୍ନ ୧୧.୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ। ରାଜଭବନ ଅଭିଷେକ ହଲ କିମ୍ବା ଲୋକସେବା ଭବନ କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ ନୂଆମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଓ ତାଲିକା ଶେଷ ହୋଇଥିବାର ସୂଚନାଯୋଗ୍ୟ ମିଳିଛି।

ମନ୍ତ୍ରୀ ମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ। ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରହିଛି।

ସେହିପରି ସମ୍ଭାବ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ୮ଜଣଙ୍କ ନାଁ ରହିଛି  ସେମାନେ ହେଲେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ  ଓ ବାସନ୍ତୀ ହେମ୍ବ୍ରମ୍ ।
Published by:Soumya Das
First published: