ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୧୫ ବର୍ଷ ପୁରୁଣା ଗାଡ଼ିକୁ ନେଇ କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ନୀତି ସହିତ ରାଜ୍ୟ ସରକାର ସହମତ ନୁହଁନ୍ତି

୧୫ ବର୍ଷ ପୁରୁଣା ଗାଡ଼ିକୁ ନେଇ କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ନୀତି ସହିତ ରାଜ୍ୟ ସରକାର ସହମତ ନୁହଁନ୍ତି

Odisha government differs on Centre’s scrap policy for old vehicles | ରାଜ୍ୟ ସରକାରଙ୍କ ମତ ଯେ ୧୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ସତ୍ତ୍ୱେ ଯେଉଁ ଗାଡ଼ିଗୁଡ଼ିକର ଫିଟନେସ୍ ଥିବ ସେଗୁଡ଼ିକୁ ରାସ୍ତାରେ ଚାଲିବାକୁ ଦିଆଯିବା ଉଚିତ । ଏହା ଦ୍ୱାରା ସାଧାରଣ ଜନତା ଅସୁବିଧାରେ ପଡ଼ିବେ ନାହିଁ ।

୧୫ ବର୍ଷ ପୁରୁଣା ଗାଡ଼ିକୁ ନେଇ କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ନୀତି ସହିତ ରାଜ୍ୟ ସରକାର ସହମତ ନୁହଁନ୍ତି
ନୂଆ ସ୍କ୍ରାପ୍ ନୀତି ୨୦୨୨ ଏପ୍ରିଲରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 7, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ୨୦୨୨ ଏପ୍ରିଲରୁ କେନ୍ଦ୍ର ସରକାର ନୂଆ ସ୍କ୍ରାପ୍‌ ପଲିସି ଲାଗୁ କରିବାକୁ ଯାଉଥିଲେ ବି ଓଡ଼ିଶା ଏଥିରେ ଅମଙ୍ଗ ହୋଇଛି । ଏହି ପଲିସି ଲାଗୁ ହେବା ପରେ ୧୫ ବର୍ଷରୁ ଅଧିକର ପୁରୁଣା ଗାଡି଼ ଆଉ ରାସ୍ତାରେ ଗଡି଼ବନି । ୧୫ ବର୍ଷର କମର୍ସିଆଲ୍‌ ଗାଡି଼ ଓ ୨୦ ବର୍ଷ ଧରି କାହାରି ମାଲିକାନାରେ ଥିବା ଗାଡି଼କୁ ହଟାଇ ଦିଆଯିବ ବୋଲି କେନ୍ଦ୍ର ସରକାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିୟମ ଉପରେ ରାଜ୍ୟ ସରକାର ଏଯାବତ୍‌ କିଛି ନୀତିଗତ ନିଷ୍ପତ୍ତି ନେଇ ନ ଥିବା ବେଳେ ନିୟମରେ କିଛି ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ଅବଗତ କରାଇଛନ୍ତି । ରାଜ୍ୟ ସରକାରଙ୍କ ମତ ଯେ ୧୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ସତ୍ତ୍ୱେ ଯେଉଁ ଗାଡ଼ିଗୁଡ଼ିକର ଫିଟନେସ୍‌ ଥିବ ସେଗୁଡ଼ିକୁ ରାସ୍ତାରେ ଚାଲିବାକୁ ଦିଆଯିବା ଉଚିତ । ଏହା ଦ୍ୱାରା ସାଧାରଣ ଜନତା ଅସୁବିଧାରେ ପଡ଼ିବେ ନାହିଁ ।

ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛି

‘‘ନୂଆ ସ୍କ୍ରାପ୍‌ ନୀତି ୨୦୨୨ ଏପ୍ରିଲରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି । ରାଜ୍ୟରେ ଏହି ପଲିସିକୁ କାର୍ଯ୍ୟକାରୀ କରିବା ନେଇ କିଛି ନିଷ୍ପତ୍ତି ହୋଇନି । ଗାଡି଼ ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ହେଲେ ଯଦି ଗାଡି଼ ଠିକ୍‌ଥିବ ତାହେଲେ ତାକୁ ହଟେଇବା କଷ୍ଟ । ଫିଟନେସ୍‌ ଥିବା ଗାଡି଼ ଚାଲିବ । ସାନି ପଞ୍ଜିକରଣ କରି ଗାଡି଼ ଚାଲିପାରିବ,’’ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନ କହିଛନ୍ତି ।

ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବର – ଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ୪,୦୦୦ ଟଙ୍କା

ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନୂଆ ସ୍କ୍ରାପ୍‌ ପଲିସି ଦ୍ୱାରା ଲୋକେ କ୍ଷତିରେ ପଡି଼ବେ । ଏହି ପଲିସି ଦ୍ୱାରା ଲୋକେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅବଗତ କରାଇଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ କେତେ ପୁରୁଣା ଗାଡି଼ ଅଛି ସେ ନେଇ ପରିବହନ ବିଭାଗ ଏକ ଡାଟାବେସ୍‌ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସାହିତ୍ୟ ପାଇଁ Nobel Prize ଜିତିଲେ ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହ

ବିଶେଷଜ୍ଞମାନଙ୍କ ମତରେ ଏହି ପଲିସି କାର୍ଯ୍ୟକାରୀ କରିବା ପୂର୍ବରୁ ଏହା ବାବଦରେ ଲୋକେ ଜାଣିବା ଆବଶ୍ୟକ। ପଲିସି ଦ୍ୱାରା କ’ଣ ଲାଭ ହେବ ଓ ଓଡି଼ଶା ପରିପେକ୍ଷୀରେ ଏହା କେତେ ଫଳପ୍ରଦ ହେବ ସେ ନେଇ ବିଚାର କରି ନିଷ୍ପତ୍ତି ନିଆଯିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ | Bigg Boss 15: ଶମିତା ଶେଟ୍ଟୀଙ୍କୁ ‘‘ଆଣ୍ଟି’’ ଡାକିଲେ କରଣ କୁନ୍ଦ୍ରା; ତାପରେ ସ୍ଥିତି ହେଲା ଅସମ୍ଭାଳ

‘‘ଜଣେ ଲୋକ ପାଇଁ ପୁରୁଣା ଗାଡି଼କୁ ସ୍କ୍ରାପ୍‌ କରି ନୂଆ ଗାଡି଼ କିଣିବା ଏତେ ସହଜ ନୁହେଁ । ନୂଆ ଗାଡି଼ କିଣିବା ଓ ବ୍ୟାଙ୍କର ସୁଧ ଅଧିକ ଥିବାରୁ ଏହା ଏକ ବଡ଼ ସମସ୍ୟା । ସରକାର ଯଦି ଭାବୁଛନ୍ତି ଏହା ପ୍ରଦୂଷଣ ରୋକିବାରେ ସହାୟକ ହେବ ତେବେ ଲୋକଙ୍କୁ ବି କିଛି ସୁବିଧା ଦେବାକୁ ହେବ । ଲୋକେ ସ୍କ୍ରାପ୍‌ ବାବଦରେ ବହୁତ କମ୍‌ ପଇସା ପାଇବେ । ତେଣୁ ନୂଆ ଗାଡି଼ କିଣିବା ପାଇଁ କିଛି ଡିସକାଉଣ୍ଟ୍‌ ମିଲିବା ଆବଶ୍ୟକ । ଲୋକଙ୍କୁ ସୁବିଧା ନ ଦେଲେ ଲୋକେ ଆଗ୍ରହ ପ୍ରକାଶ କରିବେନି,’’ କହିଛନ୍ତି ଜାତୀୟ ସଡ଼କ ସୁରକ୍ଷା ପରିଷଦର ପୂର୍ବତନ ସଦସ୍ୟ ସୟଦ୍‌ ମକବୁଲ୍‌ ଅଲ୍ଲୀ ।
Published by: Anand S.T. Das
First published: October 7, 2021, 11:59 PM IST