ମଧୁବାବୁ ପେନସନ ଯୋଜନାରେ ନୂଆ ନିୟମ; ଆକାଉଣ୍ଟକୁ ଆସିବନି ପଇସା

ରାଜ୍ଯ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆକାଉଣ୍ଟକୁ ନୁହେଁ ନଗଦ ଭତ୍ତା ଟଙ୍କା ପାଇବେ ପେନସନଧାରୀ।

ଆକାଉଣ୍ଟକୁ ଆସିବନି ପଇସା

ଆକାଉଣ୍ଟକୁ ଆସିବନି ପଇସା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

MadhuBabu Pension Yojona: ମଧୁବାବୁ ପେନସନ ଯୋଜନାରେ ରାଜ୍ଯ ସରକାରଙ୍କର ବଡ଼ ପଦକ୍ଷେପ । ଏଣିକି ବ୍ୟାଙ୍କ ଆକାଉଣ୍ଟକୁ ଯିବନି ଭତ୍ତା ଟଙ୍କା । ପୂର୍ବ ପରି ହିତାଧିକାରୀମାନେ ନିଜ ହାତରେ ଟଙ୍କା ଗ୍ରହଣ କରିବେ । କେବଳ ସେତିକି ନୁହେଁ ପ୍ରତି ମାସ ୧୫ ତାରିଖ ଟଙ୍କା ମିଳିବ ।

ଭତ୍ତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ହଇରାଣ ହେବା ଖବର ସାମନାକୁ ଆସିବା ପରେ, ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ନୂଆ ନିୟମ ଜୁନ ମାସରୁ ଆରମ୍ଭ ହେବ । ହିତାଧିକାରୀମାନେ ପୂର୍ବରୁ ଯେଉଁ କେନ୍ଦ୍ରରୁ ଭତ୍ତା ଟଙ୍କା ପାଉଥିଲେ, ସେହିଠାରୁ ହିଁ ଭତ୍ତା ଟଙ୍କା ପାଇବେ । ଯେଉଁ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀମାନେ ଭତ୍ତା କେନ୍ଦ୍ରକୁ ଯାଇ ପାରୁନାହାନ୍ତି ସେମାନଙ୍କ ଘରେ ନେଇ ଭତ୍ତା ଟଙ୍କା ଦିଆଯିବ । ଭତ୍ତା ପ୍ରଦାନରେ ପଞ୍ଚାୟତରାଜି ସଂସ୍ଥାକୁ ସାମିଲ କରାଯିବ। ଏହି ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ସମସ୍ତ ପୌର କର୍ତ୍ତୃପକ୍ଷଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ମୋଦିଙ୍କ ଅଟୋଗ୍ରାଫ ମାଗିଲେ ବାଇଡେନ; କହିଲେ ଆମେରିକାରେ ଆପଣଙ୍କର ଜବରଦସ୍ତ କ୍ରେଜ

ରାଜ୍ୟର ପ୍ରାୟ ୨୮ଲକ୍ଷ ୩୮ହଜାର ୭୦୪ ଜଣ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଛନ୍ତି । ପେନସନଧାରୀଙ୍କ ମଧ୍ଯରୁ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୧ଲକ୍ଷ ୮୩ ହଜାର ଥିବା ବେଳେ ୮୦ବର୍ଷ ଭିତରେ ପ୍ରାୟ ୨୬ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି ।
Published by:Soumya Das
First published: