News 18 Odia Digital
ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ର ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୧ ଲକ୍ଷ ୫୩ ହଜାର ୭୪ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୨୭ ହଜାରରୁ ଊର୍ଦ୍ଧ୍ୱ ରୋଜଗାର ସୃଷ୍ଟି ହେବ ବୋଲି ଜଣାପଡିଛି। ଏହି ଯୋଜନାଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଜଗତ୍ସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥିରେ ସବୁଜ ଊର୍ଜା, କାଗଜ କଳ, ମେଟାଲ କାରଖାନା ଆଦି ସାମିଲ ରହିଛି।
ସୂଚନା ଅନୁଯାୟୀ,ଏହା ଦ୍ୱାରା ରାଜ୍ୟରେ ୨୭ ହଜାରରୁ ଅଧିକ ଚାକିରି ସୃଷ୍ଟି ହେବ । ଏଥିରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ୩୮ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଖାଲି ଏତିକି ନୁହେଁ, ରାଜ୍ୟର ତିନିଟି ଜିଲ୍ଲାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ। ଜଗତସିଂହପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ACME କ୍ଲିନ୍ ଏନର୍ଜି ପ୍ରତିଷ୍ଠା କରିବ ପ୍ଲାଣ୍ଟ, ଏଥିପାଇଁ ୫୮,୨୦୯ କୋଟି ନିବେଶ ହେବ।ସେହିପରି ଗଞ୍ଜାମରେ ଆଭାଡା ଗ୍ରୀନକୁ ମଧ୍ୟ ମିଳିଛି ମଞ୍ଜୁରୀ।
ପାରାଦୀପରେ ରିନ୍ୟୁ ଇଫ୍ୟୁଏଲ ପ୍ରାଇଭେଟ ଲିମିଟେଡ(REFPL)ର ପ୍ଲାଣ୍ଟକୁ ମଧ୍ୟ ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ମଞ୍ଜୁରୀ ମିଳିଛି । ଏଥିପାଇଁ ଆଇଏଫପିଏଲ ନିବେଶ କରିବ ୨୦ ହଜାର କୋଟି । ଗୋପାଳପୁରରେ ଓସିଅର ଏନର୍ଜି(Ocior)କୁ ମଧ୍ୟ ଅନୁମୋଦନ ମିଳିଛି।ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ନିବେଶ ୭,୨୦୦ କୋଟି ନିବେଶ ହେବ।
ଅଧିକ ଖବର ପଢ଼ନ୍ତୁ-
http://ଆଡଭାନ୍ସ ବୁକିଂରେ ରେକର୍ଡ କଲା ଶାହାରୁଖ ଖାନଙ୍କ 'ପଠାନ'Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।