ବନ୍ୟା ପ୍ରଭାବିତଙ୍କ ପାଇଁ ₹୩୦୦ କୋଟିର ପ୍ୟାକେଜ୍: ପ୍ରତି ଗାଈ ₹୩୦,୦୦୦; ପ୍ରତି ଛେଳି ₹୩,୦୦୦

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୫୦ ପ୍ରତିଶତ ସବସିଡିରେ ୫,୦୦୦ପାୱାର ସ୍ପ୍ରେୟର୍ ଦିଆଯିବ। ବ୍ୟାଟେରୀ-ଚାଳିତ ସ୍ପ୍ରେୟାର୍ ସର୍ବାଧିକ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଓ ହାତ-ଚାଳିତ ସ୍ପ୍ରେୟରରେ ସର୍ବାଧିକ ୬୦୦ ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯିବ।

ବନ୍ୟା ପ୍ରଭାବିତଙ୍କ ପାଇଁ ₹୩୦୦ କୋଟିର ପ୍ୟାକେଜ୍: ପ୍ରତି ଗାଈ ₹୩୦,୦୦୦; ପ୍ରତି ଛେଳି ₹୩,୦୦୦
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ; (ଡାହାଣ) ଏକ ବନ୍ୟା ପ୍ରଭାବିତ ଅଞ୍ଚଳ
  • News18 Odia
  • Last Updated: September 11, 2020, 10:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବନ୍ୟାରେ ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ଜିଲ୍ଲାରେ ଗତ ସପ୍ତାହରେ ଲଗାତାର ବୃଷ୍ଟିପାତ ଯୋଗୁଁ ବନ୍ୟା ସ୍ଥିତି ଉପୁଜି ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରଭାବିତ କୃଷକ ଓ ଅନ୍ୟମାନଙ୍କ ସ୍ଥତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ସହାୟତା ଘୋଷଣା କରାଯାଇଛି।

କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ଯୋଗାଇ ଦିଆଯିବ। ଯେଉଁମାନଙ୍କର  ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ସହାୟତା ଯୋଗାଇଦିଆଯିବ । ଅଣ-ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା, ଜଳସେଚନ ଅଧୀନରେ ଥିବା ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଓ ସବୁ ପ୍ରକାରର ବାର୍ଷିକ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ଯୋଗାଇ ଦିଆଯିବ।

ବାର୍ଷିକ ଫସଲରେ ଆମ୍ବ, କାଜୁ, ନଡ଼ିଆ, ବିଟ  ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରକୃତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ । କୌଣସି ପ୍ରଭାବିତ କୃଷକଙ୍କୁ କୃଷି ଇନପୁଟ୍ ସବସିଡି ବାର୍ଷିକ ଫସଲ ପାଇଁ ୨,୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧,୦୦୦ ଟଙ୍କାରୁ କମ୍ ହେବ ନାହିଁ ।

ରବି ଫସଲରେ ୨୦୨୦ ସମୟରେ ବନ୍ୟା ପ୍ରଭାବିତ ଚାଷୀଙ୍କୁ ୨୦ ହଜାର  ପଲ୍ସ ସିଡ ମିନିକେଟ୍ ଯୋଗାଇ ଦିଆଯିବ । ପରବର୍ତ୍ତୀ ରବି ଋତୁରେ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଭିନ୍ନ ଫସଲର ୬୦ ହଜାର ଏକର ଡେମନଷ୍ଟ୍ରେସନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ୫୦ ପ୍ରତିଶତ ସବସିଡିରେ ୨,୦୦୦ ପମ୍ପ ସେଟ୍ ଯୋଗାଇ ଦିଆଯିବ। ଅତି ବେଶୀରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ।

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୫୦ ପ୍ରତିଶତ ସବସିଡିରେ ୫,୦୦୦ପାୱାର ସ୍ପ୍ରେୟର୍ ଦିଆଯିବ। ବ୍ୟାଟେରୀ-ଚାଳିତ ସ୍ପ୍ରେୟାର୍ ସର୍ବାଧିକ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଓ ହାତ-ଚାଳିତ ସ୍ପ୍ରେୟରରେ ସର୍ବାଧିକ ୬୦୦ ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯିବ।

ରବି ଫସଲରେ ଉତ୍ପାଦନ ବୃଦ୍ଧି ପାଇଁ ଏକ ଲକ୍ଷ ଏକର ଜମିରେ ବିହନ, ରାସାୟନିକ ପଦାର୍ଥ ଓ ବାୟୋ-କୀଟନାଶକ ମାଗଣାରେ ଯୋଗାଣ ସହିତ ଏକ ଲକ୍ଷ ଚାଷୀଙ୍କୁ ବିହନ ଟ୍ରିଟମେଣ୍ଟ କାର୍ଯ୍ୟକ୍ରମ ଉପରେ ତାଲିମ ଦିଆଯିବ। ରବି ଋତୁ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ସାର୍ଟିଫିକେଟ୍ ମଞ୍ଜି ବ୍ୟବସ୍ଥା ଏବଂ ବିତରଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ।

ସାର୍ଟିଫାଏଡ୍ କ୍ୱାଲିଟି ବିହନ ଉପରେ ପ୍ରାୟ ୭୫ ପ୍ରତିଶତରୁ ଅଧିକ ସବସିଡି ଥିବା ଚାଷୀଙ୍କୁ ବିଶେଷ ସହାୟତା ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କୁ ୧୦ କୋଟି ଟଙ୍କାର ଫାର୍ମ ମେକାନାଇଜେସନ୍ ସବସିଡି ପ୍ରଦାନ କରାଯିବ। ଫସଲ କ୍ଷୟକ୍ଷତିର ଆକଳନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ଓ ଫସଲ ବୀମା ଯୋଜନା ଅଧୀନରେ ମଧ୍ୟ ଭାଗର ପ୍ରତିକୂଳ ପରିସ୍ଥିତି ପାଇଁ ପଦକ୍ଷେପ ନିଆଯିବ ।

୧୩୦ ଟଙ୍କା ଦାମରେ ଏକ ଲକ୍ଷ ଚାଷୀଙ୍କୁ ମଞ୍ଜି କିଟ ମିଳିବ। ପାଳକ, ବିନ୍ସ, ଟମାଟୋ, ଚିଲି ଏବଂ ମୂଳା ଇତ୍ୟାଦିର ମଞ୍ଜି ସହିତ ପନିପରିବା କିଟ୍ ଯୋଗାଇ ଦିଆଯିବ । ୭୫ ହଜାର ଚାଷୀଙ୍କୁ  ୧୬୦ ଟଙ୍କାରେ ଶୀଘ୍ର ଅମଳ କ୍ଷମ ମଞ୍ଜି ଯୋଗାଇ ଦିଆଯିବ । ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଟଙ୍କା ଲେଖାଏଁ ମିଳିବ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା

ପ୍ରଭାବିତ ଅଞ୍ଚଳରେ ଉନ୍ନତ ମାନର ଖରିଫ୍ ଋଣର ଧାର୍ଯ୍ୟ ତାରିଖ ଠାରୁ  ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ପ୍ରଭାବିତ କୃଷକମାନଙ୍କୁ ଅକ୍ଟୋବର ୧ରୁ ରବି ଚାଷ ପାଇଁ ନୂତନ ଅର୍ଥ ପ୍ରଦାନ କରାଯିବ । ପଶୁମାନଙ୍କର କ୍ଷୟକ୍ଷତି ନେଇ ବି ସହାୟତା ଘୋଷଣା କରାଯାଇଛି। ପ୍ରତି ଗାଈ ପିଛା ୩୦ ହଜାର ଓ ମଇଁଷି ପିଛା ୨୫ ହଜାର ପ୍ରଦାନ କରାଯିବ। ବାଛୁରୀ ପିଛା ୧୬ ହଜାର  ପ୍ରଦାନ କରାଯିବ କିନ୍ତୁ ୬ଟି ପ୍ରାଣୀ ପର୍ଯ୍ୟନ୍ତ । ୩୦ଟି ଛେଳି ପାଇଁ ସହାୟତା ପ୍ରଦାନ କରାଯିବ । ପ୍ରତି  ଛେଳି ପିଛା ୩,୦୦୦ ଟଙ୍କା ପ୍ରଦାନ କରାଯିବ।



ପ୍ରତି କୁକୁଡ଼ା ପାଇଁ ୫୦ ଟଙ୍କା ପ୍ରଦାନ କରାଯିବ । ଅତି ବେଶୀରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। ମଧୁର ଜଳ ମାଛ ଚାଷୀଙ୍କୁ କ୍ଷତିଗ୍ରସ୍ତ ମାଛ ପୋଖରୀ ମରାମତି ପାଇଁ ହେକ୍ଟର ପିଛା ୧୨ ହଜାର ଟଙ୍କା ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ମାଛ ବିହନ ଚାଷର ଡି-ସିଲିଂ, ପୁନରୁଦ୍ଧାର ଓ ମରାମତି ପାଇଁ ହେକ୍ଟର ପିଛା ୮,୨୦୦ ଟଙ୍କା ସବସିଡି ଦିଆଯିବ । ପ୍ରତି ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ଉପକରଣ, ଯନ୍ତ୍ରପାତି ଓ ସାମଗ୍ରୀ ନଷ୍ଟ ହୋଇଥିଲେ ବୁଣାକାର ହସ୍ତତନ୍ତ କାରିଗରଙ୍କ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ବନ୍ୟା ଜଳ କମିଯିବା ପରେ ମନରେଗା ଅଧୀନରେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
Published by: Anand Shankar Thankur Das
First published: September 11, 2020, 10:56 PM IST
corona virus btn
corona virus btn
Loading