କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା; ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ ରହିବ?

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ମେ ୫ରୁ ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଲାଗୁ ହେବ । ଏହା ସମେତ ଶନିବାର ଓ ରବିବାର ଦିନ ପୂର୍ବରୁ ଜାରିଥିବା ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ ।

କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା; ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ ରହିବ?
ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନାର ଦ୍ୱିତୀୟ ଲହରକୁ ରୋକିବାକୁ ରାଜ୍ୟ ସରକାର ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ମେ' ରୁ ୧୯ ମେ' ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ମେ ୫ରୁ ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଲାଗୁ ହେବ । ଏହା ସହ ଶନିବାର ଓ ରବିବାର ଦିନ ପୂର୍ବରୁ ଜାରିଥିବା ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ । ଜାଣନ୍ତୁ ଲକଡାଉନ୍ ସମୟରେ କ'ଣ ଖୋଲା ଓ ବନ୍ଦ ରହିବ ।

ଲକଡାଉନ୍ ସମୟରେ ଏହି ସେବା ଖୋଲା ରହିବ:

>> ସ୍ୱାସ୍ଥ୍ୟ ଓ ସମସ୍ତ ଜରୁରୀକାଳୀନ ସେବା ଚାଲୁ ରହିବ
>> ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା ରହିବ
>> ବ୍ୟାଙ୍କ ତଥା ଆର୍ଥିକ କାରବାର କରୁଥିବା ସଂସ୍ଥା ଖୋଲା ରହିବ
>> ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ, ପୋଷ୍ଟାଲ ସେବା ଖୋଲା ରହିବ
>> ଅନଲାଇନ ଡେଲିଭରି, ରେସ୍ତୋରାଁ-ଢ଼ାବାରୁ ହୋମ ଡେଲିଭରି ଚାଲୁ ରହିବ
>> ସକାଳ 5ରୁ 8 ଟା ମଧ୍ୟରେ ଖବର ବିତରଣ
>> ମାଲବାହୀ ଗାଡି ଚଳାଚଳକୁ ଅନୁମତି
>> ଲକଡାଉନ୍ ସମୟରେ ଜାରିରହିବ ଟିକାକରଣ
>> ସମସ୍ତ ପ୍ରକାର କୃଷି କାର୍ଯ୍ୟ ଚାଲୁ ରହିବ
>> ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ବିବାହ ଓ ଉତ୍ସବକୁ ଅନୁମତି ମିଳିବ
>> ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣକୁ ଅନୁମତି
>> ଶୁଦ୍ଧ କ୍ରିୟାରେ ସର୍ବାଧିକ ୨୦ ଜଣକୁ ଅନୁମତି
>> ଔଷଧ ଦୋକାନ, ଏଟିଏମ ଓ ବ୍ୟାଙ୍କ ଖୋଲା ରହିବ

ଲକଡାଉନ୍ ସମୟରେ ଏହି ସେବା ବନ୍ଦ ରହିବ:

>>ଶିକ୍ଷାନୁଷ୍ଠାନ, ସିନେମାହଲ, ମଲ, ଜିମ, ପାର୍କ, ସ୍ୱିମିଂ ପୁଲ ଆଦି ବନ୍ଦ ରହିବ
>> ଯାତ୍ରା ଓ ଅପେରା ବନ୍ଦ ରହିବ
>> ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ ରୋକ
>> ବସ ଚଳାଚଳ ବନ୍ଦ
>> ସାପ୍ତାହିକ ଓ ଦୈନିକ ହାଟ ମଧ୍ୟ ବନ୍ଦ
>> ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ
>> ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା
>> କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Published by: Jagdish Barik
First published: May 2, 2021, 12:22 PM IST