ଦେଶର ପ୍ରତି ନାଗରିକ ‘‘EIP’’, ମାନେ ‘‘Every Important Person’’: ଜାତୀୟ ଭୋଟର ଦିବସରେ କହିଛନ୍ତି ରାଜ୍ୟପାଳ

ସମ୍ବିଧାନ ଦେଶ ଗଠନ ଲାଗି ମତଦାନର ଭୂମିକାକୁ ବିଶେଷ ମହତ୍ୱ ଦେଇଥିବାରୁ ନୂଆ ଭୋଟରମାନେ ଏହି ଅଧିକାରର ବିଶେଷ ଉପଯୋଗ କରିବା ଦରକାର ବୋଲି କହିଛନ୍ତି ରାଜ୍ୟପାଳ । ପ୍ରଥମ କରି ଭୋଟର ହୋଇଥିବା କିଛି ନାଗରିକଙ୍କୁ ସେ ସମ୍ବର୍ଦ୍ଧିତ କରିଛନ୍ତି ।

ଦେଶର ପ୍ରତି ନାଗରିକ ‘‘EIP’’, ମାନେ ‘‘Every Important Person’’: ଜାତୀୟ ଭୋଟର ଦିବସରେ କହିଛନ୍ତି ରାଜ୍ୟପାଳ
ଦଶମ ଜାତୀୟ ଭୋଟର ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
  • News18 Odia
  • Last Updated: January 25, 2020, 1:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିବିଧତା ଭିତରେ ଏକତା ହିଁ ଗଣତନ୍ତ୍ରର ବିଶେଷତ୍ୱ ଓ ଗଣତନ୍ତ୍ରରେ ଜଣେ ଚ଼ାହା ବିକୁଥିବା ପିଲା ବି ଦେଶର ପ୍ରଧାନ ମନ୍ତ୍ରୀ ହୋଇପାରେ ଓ ଖବରକାଗଜ ବିକୁଥିବା ପିଲା ବି ଦେଶର ରାଷ୍ଟ୍ରପତି ହୋଇପାରେ । ଅର୍ଥାତ ଦେଶର ପ୍ରତିଟି ନାଗରିକ ହେଉଛନ୍ତି ‘‘EIP’’, ମାନେ ‘‘Every Important Person’’ ଓ ଦେଶ ଗଠନରେ ପ୍ରତି ନାଗରିକର ଭୂମିକା ଅତୁଳନୀୟ । ଦଶମ ଜାତୀୟ ଭୋଟର ଦିବସ ଅବସରରେ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

‘‘ଭାରତୀୟ ସମ୍ବିଧାନ ମତଦାନ ପାଇଁ ସମସ୍ତଙ୍କୁ ବିଶେଷ ଅଧିକାର ଦେଇଛି । ସମ୍ବିଧାନ ଦେଶ ଗଠନ ଲାଗି ମତଦାନର ଭୂମିକାକୁ ବିଶେଷ ମହତ୍ୱ ଦେଇଛି । ନୂଆ ଭୋଟରମାନେ ଏହି ଅଧିକାରର ବିଶେଷ ଉପଯୋଗ କରିବା ଦରକାର କାରଣ ସେମାନଙ୍କ ହାତରେ ଅଛି ଦେଶକୁ ପ୍ରଗତି ପଥରେ ଆଗେଇ ନେବାର କ୍ଷମତା । ଦେଶର ବିକାଶ ଲାଗି ଏକାକୀ ଉଦ୍ୟମ ନୁହେଁ, ସାମୁହିକ ଉଦ୍ୟମ ଜରୁରୀ,’’ କହିଛନ୍ତି ରାଜ୍ୟପାଳ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି ଯେ ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ଭୋଟର ସାକ୍ଷରତା ଜରୁରୀ । ‘‘ଏହା ଦ୍ୱାରା ଗଣତନ୍ତ୍ର ମଜଭୁତ ହେବ । ଦେଶର ବିକାଶରେ ଏହା ନେବ ନିର୍ଣ୍ଣାୟକ ଭୂମିକା। ନୂଆ ଭୋଟରଙ୍କର ଏ ଦିଗରେ ବିଶେଷ ଭୂମିକା ଅଛି। ପ୍ରତି ବର୍ଷ ନିର୍ବାଚ଼ନ ଆୟୋଗ ଏ ନେଇ ଜନ ସଚେତନତା ସୃଷ୍ଠି କରିବା ଲାଗି ଉଦ୍ୟମ କରି ଆସୁଛନ୍ତି,’’ ସେ କହିଛନ୍ତି ।

ଏହି ଅବସରରେ ପ୍ରଥମ କରି ଭୋଟର ହୋଇଥିବା କିଛି ନାଗରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟପାଳ । ନୂଆ ଭୋଟରମାନେ ପ୍ରଥମ କରି ଏଭଳି ସୁଯୋଗ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ।

‘‘ଏହା ମୋ ଲାଗି ଏକ ବିଶେଷ ସୁଯୋଗ । ଦେଶ ନିର୍ମାଣରେ ଆମର ଭୂମିକା ଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ଅନ୍ୟମାନେ ଏହାର ସୁଯୋଗ ନେବା ଦରକାର,’’ କହିଛନ୍ତି ନୂଆ ଭୋଟର ରୀମା ଦୋରା ।

ଏହି ଅବସରରେ ଆୟୋଜିତ ଏକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ରାଜ୍ୟପାଳ ।
First published: January 25, 2020, 1:55 PM IST