ଜାତି ଭିତ୍ତିକ ଅତ୍ୟାଚାର ଉପରେ ଓଡ଼ିଶା ସରକାର ଲଗାମ ଲଗାନ୍ତୁ: ରାମଦାସ ଅଠାୱଲେ

କେନ୍ଦ୍ରମନ୍ତ୍ରୀ ଅଠାୱଲେ କହିଛନ୍ତି, ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ସହ ସମ୍ପର୍କରେ ଥିବା ବ୍ୟକ୍ତି ଙ୍କ ବିରୋଧରେ ୨୦୨୦-୨୧ ମଧ୍ୟରେ ଓଡିଶାରେ ୨,୮୨୮ ଅପରାଧ ମାମଲା ରୁଜୁ ହୋଇଛି।

ରାମଦାସ ଅଠାୱଲେ (ପ୍ରତୀକାତ୍ମକ ଛବି)

ରାମଦାସ ଅଠାୱଲେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କେନ୍ଦ୍ରମନ୍ତ୍ରୀ ରାମଦାସ ରାମଦାସ ଅଠାୱଲେ ଓଡ଼ିଶା ସରକାରଙ୍କୁ ରାଜ୍ୟରେ ଦଳିତ ତଥା ଆଦିବାସୀଙ୍କ ଉପରେ ହୋଇଥିବା ଅତ୍ୟାଚାରର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେ ରାଜ୍ୟ ଅତିଥି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ବିରୋଧରେ ୨୦୨୦-୨୧ ମଧ୍ୟରେ ଓଡିଶାରେ ୨,୮୨୮ ଅପରାଧ ମାମଲା ରୁଜୁ ହୋଇଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହାର ଗୋଟିଏ ବର୍ଷ ପୂର୍ବରୁ ଏଭଳି ମାମଲା ସଂଖ୍ୟା ୨,୭୬୮ ଥିଲା। ମୁଁ ଓଡିଶା ସରକାରଙ୍କୁ ଏସସି / ଏସଟି ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି।

ଅଠାୱଲେ ସରକାରୀ କର୍ମଚାରୀଙ୍କ ସହ ଏକ ବୈଠକରେ ରାଜ୍ୟରେ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି। ସମାଜକୁ ଏକଜୁଟ କରିବା ଓ ଭେଦଭାବ ଦୂର କରିବା ପାଇଁ ଆନ୍ତଃଜାତି ବିବାହକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

୨୦୨୧-୨୨ ମସିହାରେ ରାଜ୍ୟରେ ୨,୪୨୮ ଆନ୍ତଃ ଜାତି ବିବାହ ହୋଇଥିଲା। ୨୦୧୯ ଆର୍ଥିକ ବର୍ଷରେ ୧,୮୪୭ ବିବାହଟି ହୋଇଥିଲା। ଆନ୍ତଃଜାତି ବିବାହକୁ ଉତ୍ସାହିତ କରିବା ପାଇଁ ପ୍ରଶାସନ ଏକ ଚାକିରି ଯୋଜନା ପ୍ରଣୟନ କରିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମତ ଦେଇଛନ୍ତି।
Published by:Soumya Das
First published: